ETV Bharat / bharat

ଦେବୀ ସୀତାଙ୍କ ସ୍ବତନ୍ତ୍ର ଶାଢ଼ୀ, କଦଳୀ ପଟୁଆରେ ପ୍ରସ୍ତୁତ - ଅଯୋଧ୍ୟା ରାମ ମନ୍ଦିର

Banana fiber made saree for Sita devi: ଅଯୋଧ୍ୟା ରାମମନ୍ଦିରରେ ପୂଜା ପାଉଥିବା ସୀତା ଦେବୀଙ୍କ ମୂର୍ତ୍ତି ପରିଧାନ କରିଥିବା ଶାଢ଼ୀର ରହିଛି ବିଶେଷତ୍ବ । କଦଳୀ ପଟୁଆରେ ବିନା ରାସାୟନିକ ପଦାର୍ଥ ବ୍ୟବହାରରେ ପ୍ରସ୍ତୁତ ହୋଇଛି ଏହି ଶାଢ଼ୀ । ଅଧିକ ପଢନ୍ତୁ

ଅଯୋଧ୍ୟା ରାମ ମନ୍ଦିର
ଅଯୋଧ୍ୟା ରାମ ମନ୍ଦିର
author img

By ETV Bharat Odisha Team

Published : Jan 22, 2024, 2:06 PM IST

ଚେନ୍ନାଇ: ଅଯୋଧ୍ୟା ରାମ ମନ୍ଦିରରେ ବିରାଜିଛନ୍ତି ରାମଲାଲା । ମଙ୍ଗଳମୟ ମନ୍ତ୍ର ଧ୍ୱନିରେ 84 ସେକେଣ୍ଡର ଦିବ୍ୟ ମୁହୂର୍ତ୍ତ ମଧ୍ୟରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଯଜମାନ ସାଜି ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରିଛନ୍ତି । ଦୀର୍ଘ 500 ବର୍ଷ ଧରି ଏହି ଦିବ୍ୟ ମୁହୂର୍ତ୍ତକୁ ସାରା ଦେଶବାସୀ ଅନେଇ ରହିଥିବା ବେଳେ ମାହେନ୍ଦ୍ର ସମୟ ପହଞ୍ଚିଛି । ଅଯୋଧ୍ୟା ହୋଇଛି ରାମମୟ । ତେବେ ଅଯୋଧ୍ୟା ରାମ ମନ୍ଦିରରେ ସୀତାମାତାଙ୍କ ମୂର୍ତ୍ତି ପରିଧାନ କରିଥିବା ଶାଢୀର ରହିଛି ବିଶେଷତ୍ୱ । ପାରମ୍ପରିକ ତଥା ପ୍ରାକୃିତକ କଦଳୀ ପଟୁଆରେ ତିଆରି ହୋଇଛି ଏହି ନିଆରା ଶାଢୀ । ପ୍ରାକୃତିକ ସାମଗ୍ରୀରୁ ପ୍ରସ୍ତୁତ ଏହି ଶାଢୀରେ କୌଣସି ପ୍ରକାର ରାସାୟନିକ ପଦାର୍ଥର ବ୍ୟବହାର କରାଯାଇନାହିଁ ।

ଅଯୋଧ୍ୟା ରାମ ମନ୍ଦିରେ ସୀତାମାତାଙ୍କ ମୂର୍ତ୍ତି ପରିଧାନ କରିଥିବା ଶାଢ଼ୀ ପାରମ୍ପରିକ ତଥା ପ୍ରାକୃତିକ କଦଳୀ ପଟୁଆରେ ତିଆରି କରାଯାଇଛି । ତାମିଲନାଡୁର ଚେଙ୍ଗଲପଟ୍ଟୁ ଜିଲ୍ଲାର ଅନକାପୁଥୁରର କାରିଗରମାନେ ଏହାକୁ ପ୍ରସ୍ତୁତ କରିଛନ୍ତି । ଏହି ଶାଢ଼ୀ କଦଳୀ ପଟୁଆରେ ତିଆରି ହୋଇଥିବା ବେଳେ ଏଥିରେ ରଙ୍ଗ ମଧ୍ୟ ପ୍ରାକୃତିକ ଜିନିଷରେ ରଙ୍ଗାୟିତ କରାଯାଇଛି। ପନି ପରିବା ଓ ଫଳ ଚୋପାରୁ ଏହି ଶାଢ଼ୀକୁ ରଙ୍ଗ କରାଯାଇଛି । ଦୀର୍ଘ 12 ବର୍ଷ ହେଲା ଏହି କାରିଗରମାନେ ପ୍ରାକୃତିକ ପଦାର୍ଥ ଅର୍ଥାତ କଦଳୀ ପଟୁଆ, ବାଉଁଶ, କାକ୍ଟସ୍ ଓ ସପୁରୀକୁ ବ୍ୟବହାର କରି ସୂତା ପ୍ରସ୍ତୁତ କରି ସେହି ସୂତାରେ ଶାଢୀ ପ୍ରସ୍ତୁତ କରିଥାନ୍ତି ।

ଏହାମଧ୍ୟ ପଢନ୍ତୁ.. 500 ବର୍ଷ ପ୍ରତିକ୍ଷାର ଅନ୍ତ; ବିରାଜିଲେ ପ୍ରଭୁ ଶ୍ରୀ ରାମଚନ୍ଦ୍ର, ମାହେନ୍ଦ୍ର ବେଳାରେ ହେଲା ପ୍ରାଣ ପ୍ରତିଷ୍ଠା

ଶାଢୀରେ ରଙ୍ଗ ଦେବା ପାଇଁ ନିମ୍ବ, ହଳଦୀ, ଚନ୍ଦନ, ଲେମ୍ବୁ, ଚାରକୋଲାର, ଫଳ, ପନି ପରିବା ଭଳି ଜିନିଷକୁ ବ୍ୟବହାର କରିଥାନ୍ତି । ଏହି ଶାଢୀଗୁଡ଼ିକ ପିନ୍ଧିବାକୁ ମଧ୍ୟ ବେଶ ସୁନ୍ଦର ଲାଗିବା ସହ ଏହା ଶରୀରକୁ ଥଣ୍ଡା ରଖିଥାଏ । ଏହି ଶାଢ଼ୀଗୁଡିକରେ କୌଣସି ରାସାୟନିକ ପଦାର୍ଥ ବ୍ୟବହାର କରାଯାଏନାହିଁ । ଏହି ଶାଢୀ ପିନ୍ଧିବା ଦ୍ୱାରା ଅନେକ ଚର୍ମ ରୋଗରୁ ମୁକ୍ତି ମିଳିଥାଏ ବୋଲି ବୁଣାକାରମାନେ କହିଛନ୍ତି ।

ବୁଣାକାରମାନେ ପ୍ରାକୃତିକ ପଦାର୍ଥରୁ କପଡ଼ା ପ୍ରସ୍ତୁତ କରୁଥିବାରୁ ଅନେକ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । କଦଳୀ ପଟୁଆରୁ ତିଆରି ଶାଢୀ ପାଇଁ ଅନେକ ସାର୍ଟିଫିକେଟ ଓ ପୁରସ୍କାର ପାଇଛନ୍ତି ଏହି ବୁଣାକାରମାନେ । ଏହି ପ୍ରାକୃିତିକ ପଦାର୍ଥରୁ ତିଆରି ଶାଢୀଗୁଡିକର ମୂଲ୍ୟ ମାତ୍ର 1200 ଟଙ୍କାରୁ ଆରମ୍ଭ ହୋଇ 7,500 ଟଙ୍କାରେ ମିଳିପାରିବ । ସୀତାମାତାଙ୍କ ପାଇଁ ପ୍ରସ୍ତୁତ ଏହି ଶାଢୀ 20 ଫୁଟ ଲମ୍ବ ଓ 4 ଫୁଟ ପ୍ରଶସ୍ତ କଦଳୀ ପଟୁଆରେ ତିଆରି ହୋଇଛି । ଏହାକୁ ତିଆରି କରିବା ପାଇଁ ପାଖାପାଖି 15 ଦିନ ସମୟ ଲାଗିଥିବା କହିଛନ୍ତି ବୁଣାକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.