ETV Bharat / bharat

‘ଭାରତର ନିର୍ବାଚନରେ ହସ୍ତକ୍ଷେପ କରି ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛି ଆମେରିକା’ - Russia on indian election

Russia claims US trying to interfere in Lok Sabha polls: ପନ୍ନୁ ହତ୍ୟା ଉଦ୍ୟମ ଅଭିଯୋଗ ମାମଲାରେ ଭାରତକୁ ସମର୍ଥନ ସହ ଆମେରିକା ଉପରେ ବର୍ଷିଲା ଋଷ । କହିଲା ଭାରତରେ ନିର୍ବାଚନୀ ଅସ୍ଥିରତା ସୃଷ୍ଟି କରିବା ଆମେରିକାର ଉଦ୍ଦେଶ୍ୟ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 9, 2024, 1:55 PM IST

‘ଭାରତର ନିର୍ବାଚନରେ ହସ୍ତକ୍ଷେପ କରି ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛି ଆମେରିକା’
‘ଭାରତର ନିର୍ବାଚନରେ ହସ୍ତକ୍ଷେପ କରି ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛି ଆମେରିକା’ (PIC-ETV Bharat)

ହାଇଦ୍ରାବାଦ: ‘‘ଭାରତରେ ଜାରି ରହିଥିବା ସଂସଦୀୟ ନିର୍ବାଚନରେ ହସ୍ତକ୍ଷେପ କରି ରାଜନୈତିକ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି ଆମେରିକା । ଜାରି ରହିଥିବା ସଂସଦୀୟ ନିର୍ବାଚନକୁ ଅସନ୍ତୁଳିତ କରିବା ଓ ଭାରତରେ ଆଭ୍ୟନ୍ତରୀଣ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବା ଆମେରିକାର ଉଦ୍ଦେଶ୍ୟ ।’’ ଭାରତର ଦୀର୍ଘକାଳୀନ ତଥା ସମୟ ପରୀକ୍ଷିତ ବନ୍ଧୁ ଋଷ ଆଜି ଏହି ଟିପ୍ପଣୀ କରିଛି । ଆମେରିକାରେ ଆତ୍ମଗୋପନ କରିଥିବା ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ପନ୍ନୁ ହତ୍ୟା ଉଦ୍ୟମ ଅଭିଯୋଗ ପ୍ରସଙ୍ଗରେ ଆମେରିକାର ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ ଭାରତକୁ ଖୋଲା ସମର୍ଥନ କରି ଋଷ ବିଦେଶ ମନ୍ତ୍ରଣାଳୟ ଏହି ମନ୍ତବ୍ୟ ଦେଇଛି ।

କ'ଣ ପୁରା ପ୍ରସଙ୍ଗ:-

ଭାରତ ଦ୍ବାରା ଆତଙ୍କବାଦୀ ଘୋଷିତ ହୋଇଥିବା ପନ୍ନୁ ଏବେ ଆମେରିକାରେ ଆତ୍ମଗୋପନ କରିଛି । ତେବେ ତାକୁ ସେଠାରେ ହତ୍ୟା ଉଦ୍ୟମ କରାଯାଇଥିଲା ଓ ଏଥିରେ ଭାରତୀୟ ଗୁଇନ୍ଦା ବିଭାଗର ଭୂମିକା ଥିବା ଆମେରିକା ଅଭିଯୋଗ କରିଥିଲା । ଏହି ପ୍ରସଙ୍ଗରେ ନୂଆଦିଲ୍ଲୀ-ଓ୍ବାଶିଂଟନ ମଧ୍ୟରେ ସମ୍ପର୍କ ବିଗିଡିଥିଲା । ଭାରତ ପକ୍ଷରୁ ଏହାକୁ ଖଣ୍ଡନ କରାଯିବା ସହ ପ୍ରମାଣ ମଧ୍ୟ ମଗାଯାଇଥିଲା । ହେଲେ ଆମେରିକା କେବଳ ଅଭିଯୋଗ ବ୍ୟତୀତ କୌଣସି ପ୍ରମାଣ ଦେବାରେ ସକ୍ଷମ ହୋଇନଥିଲା । ଏହି ପ୍ରସଙ୍ଗରେ ଋଷ ଆଜି ଭାରତକୁ ଖୋଲା ସମର୍ଥନ ଘୋଷଣା କରିଛି । ଆମେରିକାର ଅଭିଯୋଗ କେବଳ ଭିତ୍ତିହୀନ ନୁହେଁ ବରଂ ଭାରତରେ ସଂସଦୀୟ ନିର୍ବାଚନ ସମୟରେ ଆଭ୍ୟନ୍ତରୀଣ ଅସ୍ଥିରତା ସୃଷ୍ଟି କରିବା ପାଇଁ ଆମେରିକାର ଏକ ଉଦ୍ୟମ । ଏହି ଅଭିଯୋଗରେ ଯଦି ସତ୍ୟତା ଅଛି, ଏ ପର୍ଯ୍ୟନ୍ତ ନୂଆଦିଲ୍ଲୀକୁ କାହିଁକି ପ୍ରମାଣ ହସ୍ତାନ୍ତର କରାଯାଇନି ବୋଲି ମସ୍କୋ ପ୍ରଶ୍ନ କରିଛି ।

ଏହା ମଧ୍ୟ ପଢନ୍ତୁ:- ଆପତ୍ତିଜନକ ପୋଷ୍ଟ ପାଇଁ ଜେପି ନଡ୍ଡା ଓ ଅମିତ ମାଲବୀୟଙ୍କୁ ସମନ - Code Of Conduct Violation

କିଏ ଏହି ପନ୍ନୁ:-

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଦେଶରେ ରହି ଖଲିସ୍ତାନୀ ଆନ୍ଦୋଳନ ସହ ଭାରତ ବିରୋଧୀ ଆନ୍ଦୋଳନର ନେତୃତ୍ବ ନେଉଥିବା ଗୁରୁପତଓ୍ବନ୍ତ ପନ୍ନୁ ଭାରତରେ ଆତଙ୍କବାଦୀ ଘୋଷିତ ହୋଇଛି । ମାତ୍ର ଉଭୟ କାନାଡା ଓ ଆମେରିକା ତାକୁ ନାଗରିକତା ପ୍ରଦାନ କରିଛନ୍ତି । ବିଦେଶ ମାଟିରୁ ସେ ସିଧା ଭିଡିଓ ଜାରି କରି ଭାରତରେ ଆକ୍ରମଣ କରିବା ପାଇଁ ଧମକ ମଧ୍ୟ ଦେଉଛି । ତେବେ ଗତବର୍ଷ ଶେଷ ଭାଗରେ ତାକୁ ଆମେରିକାରେ ହତ୍ୟା ଉଦ୍ୟମ ହୋଇଥିବା ଓ ସେ ବର୍ତ୍ତି ଯାଇଥିବା ଖବର ପ୍ରସାରିତ ହୋଇଥିଲା । ଏଥିରେ ଭାରତୀୟ ଏଜେନ୍ସିର ଭୂମିକା ଥିବା ଆମେରିକା ଅଭିଯୋଗ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.