ETV Bharat / bharat

ପଞ୍ଜାବରେ ଏକାକୀ ଲଢିବ ବିଜେପି, ଅକାଳୀ ଦଳ ସହ ମେଣ୍ଟ ଚର୍ଚ୍ଚାର ଅବସାନ - No BJP Akali Alliance

author img

By ETV Bharat Odisha Team

Published : Mar 26, 2024, 12:13 PM IST

Punjab Lok Sabha Election 2024: ପଞ୍ଜାବର ସମସ୍ତ 13ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିବ ବିଜେପି । ଅକାଳୀ ଦଳ ସହିତ ହେବନି ମେଣ୍ଟ । ଅଧିକ ପଢନ୍ତୁ

Punjab Lok Sabha Election
Punjab Lok Sabha Election

ଚଣ୍ଡିଗଡ: ପଞ୍ଜାବରେ ବିଜେପି ଏବଂ ଅକାଳୀ ଦଳ (SAD) ମଧ୍ୟରେ ମେଣ୍ଟକୁ ନେଇ ଚାଲିଥିବା କଳ୍ପନା ଜଳ୍ପନା ଉପରେ ଲାଗିଲା ବିରାମ । ଆଉ ହେବନି ମେଣ୍ଟ, ପଞ୍ଜାବରେ ଲୋକସଭା ନିର୍ବାଚନରେ ଏକାକୀ ଲଢିବ ବିଜେପି । ଆଜି(ମଙ୍ଗଳବାର) ବିଜେପି ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ପଞ୍ଜାବ ବିଜେପି ସଭାପତି ସୁନୀଲ ଜାଖର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ଏହା ସ୍ପଷ୍ଟ କରିଛନ୍ତି । ପଞ୍ଜାବର ଲୋକସଭା ନିର୍ବାଚନରେ ବିଜେପି ଏକାକୀ ଲଢିବ ବୋଲି ସେ ଘୋଷଣା କରିଛନ୍ତି ।

ଏନେଇ ସୁନୀଲ ଜାଖର କହିଛନ୍ତି, "ଲୋକଙ୍କ ମତାମତ, ଦଳୀୟ କର୍ମୀଙ୍କ ମତ, ନେତାଙ୍କ ମତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ପଞ୍ଜାବର ସମସ୍ତ କୃଷକ, ବ୍ୟବସାୟୀ, ଶ୍ରମିକ, ପଞ୍ଜାବର ପଛୁଆ ଶ୍ରେଣୀଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଏହି ଫୈସଲା ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ପଞ୍ଜାବ ପାଇଁ ବିଜେପି ଦଳ କରିଥିବା କାର୍ଯ୍ୟ ଆଉ ଲୁକ୍କାୟିତ ଅବସ୍ଥାରେ ନାହିଁ ।"

ଏହା ମଧ୍ୟ ପଢନ୍ତୁ: ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତ

ସୁନୀଲ ଜାଖରଙ୍କ ବୟାନ: ପଞ୍ଜାବ ବିଜେପି ସଭାପତି ସୁନୀଲ ଜାଖର ଆହୁରି ମଧ୍ୟ କହିଛନ୍ତି, "ଗତ 10 ବର୍ଷ ମଧ୍ୟରେ କୃଷକଙ୍କ ଶସ୍ୟକୁ କିଣିଛନ୍ତି ସରକାର । ଏହାସହିତ ଏକ ସପ୍ତାହ ମଧ୍ୟରେ MSP ଦେୟ ସେମାନଙ୍କ ଆକାଉଣ୍ଟରେ ପହଞ୍ଚିଛି । ଶତାବ୍ଦୀ ଧରି ଲୋକମାନେ ରତରପୁର ସାହିବରେ ଖୋଲା ଦର୍ଶନ ଦାବି କରୁଥିଲେ । ଏହି ଦାବିକୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରଣ କରିଛନ୍ତି । ପଞ୍ଜାବର ସୁବର୍ଣ୍ଣ ଭବିଷ୍ୟତକୁ ବିଚାରକୁ ନେଇ ପଞ୍ଜାବର ସୁରକ୍ଷା ତଥା ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଆସନ୍ତା ଜୁନ୍ 1ତାରିଖରେ ପଞ୍ଜାବବାସୀ ବିଜେପିକୁ ଆହୁରି ମଜବୁତ କରିବେ ଏବଂ ବିଜେପିକୁ ଭୋଟ୍ ଦେଇ ଦେଶର ପ୍ରଗତିରେ ସହଯୋଗ କରିବେ ।"

ଅକାଳୀ ଦଳ ସହିତ ବିଜେପିର ମେଣ୍ଟ: ପଞ୍ଜାବରେ ଅକାଳୀ ଦଳ ଏବଂ ବିଜେପି ମଧ୍ୟରେ ମେଣ୍ଟ ହେବା ନେଇ ବେଶ ଚର୍ଚ୍ଚା ହେଉଥିଲା । ତେବେ ଏଥିରେ ବିରାମ ଲଗାଇଛନ୍ତି ସୁନୀଲ ଜାଖେର । ଏହା ପୂର୍ବରୁ 2019 ମସିହାରେ ଅକାଳୀ ଦଳ ଏନଡିଏରେ ରହି ନିର୍ବାଚନ ଲଢିଥିଲା । ଏହାପରେ 2020-21 ଚାଷୀ ଆନ୍ଦୋଳନ ସମୟରେ ବିଜେପି ଠାରୁ ଦୂରେଇ ଯାଇଥିଲା ଅକାଳୀ ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.