ETV Bharat / bharat

ଆସାମ ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା: ଜଲପାଇଗୁଡିରେ ଏକାଧିକ ମୃତାହତ, ଗୌହାଟୀ ଏୟାରପୋର୍ଟ ଟର୍ମିନାଲରେ ପଶିଲା ପାଣି - Heavy rain in WB and Assam

Heavy rain in WB and Assam: ପଶ୍ଚିମବଙ୍ଗର ଜଲପାଇଗୁଡିରେ ପ୍ରବଳ ବର୍ଷା ପବନରେ ଏକାଧିକ ମୃତାହତ । ଗୌହାଟୀ ବିମାନ ବନ୍ଦରରେ ବିମାନ ସେବା ପ୍ରଭାବିତ । ଅଧିକ ପଢନ୍ତୁ

ଆସାମ ଓ ପଶ୍ଚିମବଙ୍ଗର କିଛି ସ୍ଥାନରେ ପ୍ରବଳ ବର୍ଷା: ଜଲପାଇଗୁଡିରେ ଏକାଧିକ ମୃତାହତ, ଗୌହାଟୀ ବିମାନ ବନ୍ଦରର ଟର୍ମିନାଲରେ ପଶିଲା ପାଣି

author img

By ETV Bharat Odisha Team

Published : Mar 31, 2024, 9:04 PM IST

କୋଲକାତା/ଦିସପୁର: ଆଜି ଅପରାହ୍ନରେ ପଶ୍ଚିମବଙ୍ଗ ଓ ଆସାମର କିଛି ସ୍ଥାନରେ ପ୍ରବଳ ବର୍ଷା ଓ ଘୂର୍ଣ୍ଣିଝଡ ତାଣ୍ଡବ ଦେଖିବାକୁ ମିଳିଛି । କିଛି ସ୍ଥାନରେ ପ୍ରବଳ ପବନ ସହ କୁଆପଥର ବର୍ଷା ମଧ୍ୟ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗର ଜଲପାଇଗୁଡି ଓ ଆଖପାଖ ଅଞ୍ଚଳରେ ପ୍ରାୟ 4ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଶତାଧିକ ଆହତ ହୋଇଛନ୍ତି । ବହୁସଂଖ୍ୟାରେ ଘର, ଗଛ ଓ ବିଦ୍ୟୁତ ଖୁଣ୍ଟି ଉପୁଡି ପଡିଛି । ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗିଛି । ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତାହତଙ୍କ ନିର୍ଦ୍ଦିଷ୍ଟ ସଂଖ୍ୟା ସମ୍ପର୍କରେ ପ୍ରାଥମିକ ଆକଳନ ପରେ ସ୍ପଷ୍ଟ ହେବା ନେଇ ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି ।

ସେହିପରି ଆସାମର ଅନ୍ୟତମ ପ୍ରମୁଖ ସହର ଗୌହାଟୀ ଓ ଆଖପାଖ ଅଞ୍ଚଳରେ ମଧ୍ୟ ଆଜି ଅପରାହ୍ନରେ ପ୍ରବଳ ବର୍ଷା ଓ ଘୂର୍ଣ୍ଣିଝଡର ପ୍ରଭାବ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଫଳରେ ଗୌହାଟୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଟର୍ମିନାଲ ବିଲ୍ଡିଂର ସେଡ ଭାଙ୍ଗି ପାଣି ପଶିଛି । ଫଳରେ ଯାତ୍ରୀସେବା ପ୍ରଭାବିତ ହୋଇଛି । ବିମାନ ବନ୍ଦରରେ ସାମୟିକ ଅଚଳାବସ୍ଥା ମଧ୍ୟ ଦେଖାଯାଇଛି । କିଛି ବିମାନର ଉଡାଣ ବିଳମ୍ବ ହେବା ସହ ଅବତରଣ କରିବାକୁ ଥିବା ବିମାନକୁ ଅନ୍ୟତ୍ର ଡାଇଭର୍ଟ କରିବାକୁ ପଡିଛି । ସହରରେ ବିଭିନ୍ନ ସ୍ଥାନରେ ପାଣି ଜମିବା ସହ ଗଛ ଓ ବିଜୁଳି ଖୁଣ୍ଟି ମଧ୍ୟ ଉପୁଡି ପଡିଥିବା ଜଣାପଡିଛି । ସହରରେ ମୃତାହତଙ୍କ ସମ୍ପର୍କରେ କୌଣସି ତଥ୍ୟ ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ପ୍ରଶାସନ ସ୍ପଷ୍ଟ କରିନି ।

ଏହା ମଧ୍ୟ ପଢନ୍ତୁ :- ‘ଆଧୁନିକ ଭାରତ ନିର୍ମାଣରେ ଆଡଭାନୀଙ୍କର ଭୂମିକା ଅତୂଳନୀୟ’ - PM Prez Advani

ଗୌହାଟୀର ଲୋକପ୍ରିୟ ଗୋପନାଥ ବୋର୍ଦୋଲାଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ଉତ୍ପଲ ବରୁଆ ଖବର ସରବରାହ ସଂସ୍ଥା ‘ଏଏନଆଇ’କୁ ଦେଇଥିବା ସୂଚନାରେ କହିଛନ୍ତି, 6ଟି ବିମାନକୁ ଅନ୍ୟତ୍ର ଡାଇଭର୍ଟ କରିବାକୁ ପଡିଛି । ଅପରାହ୍ନରେ ଅବତରଣ କରିବା ସୂଚୀରେ ଥିବା 6ଟି ବିମାନକୁ ନିକଟବର୍ତ୍ତୀ ଅଗରତାଲା ଓ କୋଲକାତା ବିମାନ ବନ୍ଦରକୁ ଡାଇଭର୍ଟ କରାଯାଇଛି । ରୁଫ ସିଲିଂରେ ସମସ୍ୟା କାରଣରୁ ଟର୍ମିନାଲ ବିଲ୍ଡିଂରେ ପାଣି ପଶିଛି । ବିମାନ ବନ୍ଦରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ମଧ୍ଯରେ ଏକ ବଡ ଗଛ ଭାଙ୍ଗି ପଡିବାରୁ ଯାତାୟତ ବିଚ୍ଛିନ୍ନ ହୋଇଛି । ପୁନରଦ୍ଧାର କାର୍ଯ୍ୟ ଜାରି ରହିଛି । ଖୁବଶୀଘ୍ର ସବୁ କିଛି ସ୍ବାଭାବିକ କରିବାକୁ ଅପରେସନ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.