ETV Bharat / bharat

ଯେଉଁଠି ରାମ ମନ୍ଦିର ନିର୍ମାଣ ପାଇଁ ହୋଇଥିଲା ଦାବି, ସେହି ସ୍ଥାନରେ ଜନସଭାକୁ ସମ୍ବୋଧନ କରିବେ ମୋଦି - ଜନସଭାକୁ ସମ୍ବୋଧନ କରିବେ ମୋଦି

Ram Mandir Inauguration: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଶେଷ ହେବା ପରେ ଦିନ 1ଟା ସମୟରେ ଜନସଭାକୁ ସମ୍ବୋଧନ କରିବେ ମୋଦି । ଯେଉଁ ସ୍ଥାନରେ 1992 ଡିସେମ୍ବର 6 ତାରିଖରେ ରାମ ମନ୍ଦିର ନିର୍ମାଣ ପାଇଁ ଦାବି ହୋଇଥିଲା, ସେହି ସ୍ଥାନରେ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ,

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା
Ram Mandir Inauguration
author img

By ETV Bharat Odisha Team

Published : Jan 22, 2024, 12:50 PM IST

ଅଯୋଧ୍ୟା: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଉତ୍ସବମୁଖର ଅଯୋଧ୍ୟା ନଗରୀ । ମାହାର୍ଘ୍ଯ ମୁହୂର୍ତ୍ତରେ ସଂପନ୍ନ ହୋଇଛି ପ୍ରାଣ ପ୍ରତିଷ୍ଠା । ଅଯୋଧ୍ୟାକୁ ନିମନ୍ତ୍ରୀତ ଅତିଥିଙ୍କ ସମାଗମ ଜାରି ରହିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଯୋଧ୍ୟାରେ ପହଞ୍ଚିଛନ୍ତି । ପ୍ରାଣ ପ୍ରତିଷ୍ଠା ସମୟରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ । ଏହାପରେ ଏକ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଦିନେ ଯେଉଁଠି ରାମ ମନ୍ଦିର ପାଇଁ ଆନ୍ଦୋଳନ ହୋଇଥିଲା ସେହି ସ୍ଥାନରେ ଆଜି ସମ୍ବୋଧନ କରିବେ ମୋଦି ।

ଏହା ମଧ୍ୟ ପଢନ୍ତୁ-ଦେଶ-ବିଦେଶରେ ପ୍ରାଣ ପ୍ରତିଷ୍ଠାର ଉତ୍ସାହ, ସକାଳୁ ସକାଳୁ ଭଜନ କୀର୍ତ୍ତନର ଆସର

ମଧ୍ୟାହ୍ନ 12ଟା 20ରୁ ଆରମ୍ଭ ହୋଇ 1ଟା ପର୍ଯ୍ଯନ୍ତ ପ୍ରାଣ ପ୍ରତିଷ୍ଠା ଉତ୍ସବ । 12ଟା 55 ପରେ ପ୍ରଧାନମନ୍ତ୍ରୀ ମନ୍ଦିରରୁ ବାହାରି ଦିନ 1ଟା ସମୟରେ ଏକ ଜନସବାକୁ ସମ୍ବୋଧନ କରିବେ । ମନ୍ଦିର ନିକଟରେ ଏକ ମଞ୍ଚ କରାଯାଇଛି । ଯେଉଁଠାରେ ମୋଦି ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସ୍ଥାନରେ 1992 ଡିସେମ୍ବର 6 ତାରିଖରେ ରାମ ମନ୍ଦିର ଆନ୍ଦୋଳନର ସାମିଲ ଥିବା ବ୍ୟକ୍ତିମାନେ ରାମଲାଲା ନାରା ଦେଇ ଏହି ସହି ସ୍ଥାନରେ ମନ୍ଦିର ନିର୍ମାଣ କରିବାକୁ ଦାବି କରିଥିଲେ । ସେହିଦିନ ବାବ୍ରି ମସଜିଦ ଢାଞ୍ଚା ଭଙ୍ଗା ଯାଇଥିଲା । କରସେବକମାନେ ଏଠାରେ ଏକ ଅସ୍ଥାୟୀ ମନ୍ଦିର ପ୍ରତିଷ୍ଠା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା: ଆରତୀ ବେଳେ ଆକାଶମାର୍ଗରୁ ପୁଷ୍ପ ବର୍ଷା

ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଦିନ 11ଟା ସମୟରେ ଅଯୋଧ୍ୟାରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ରାମ ମନ୍ଦିରରେ ପହଞ୍ଚି ଗର୍ଭ ଗୃହକୁ ପ୍ରବେଶ କରିଛନ୍ତି । ବର୍ତ୍ତମାନ ଶେଷ ହୋଇଛି ପୂଜାର୍ଚ୍ଚନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ମଧ୍ୟ ଉପସ୍ଥିତ ଅଛନ୍ତି । ଦିନ1ଟା ପର୍ଯ୍ୟନ୍ତ ପ୍ରାଣ ପ୍ରତିଷ୍ଠା । ଏଥି ପାଇଁ ମାତ୍ର 84 ସେକେଣ୍ଡ ଶୁଭ ମୁହୂର୍ତ୍ତ ରହିଛି । 40 ମିନିଟ ଧରି ପୂଜାର୍ଚ୍ଚନା । ପୂଜା ସ୍ଥାନରୁ ବିଦାୟ ନେବା ପରେ ଅପରାହ୍ନ 1 ଟା ସମୟରେ ସର୍ବସାଧାରଣ କାର୍ଯ୍ୟ ସ୍ଥଳରେ ପହଞ୍ଚିବେ ମୋଦି । ସେଠାରେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଜନସଭାକୁ ସମ୍ବୋଧନ କରିବେ । ଏହା ପରେ 2.15ରେ କୁବେର ଟିଲା ପରିଦର୍ଶନ କରିବାକୁ ଯିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.