ETV Bharat / bharat

‘ବିକଶିତ ଭାରତ-2047’: ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ମନ୍ତ୍ରୀମଣ୍ଡଳର ମାନସମନ୍ଥନ, 5ବର୍ଷର ଆକ୍ସନପ୍ଲାନ ପ୍ରସ୍ତୁତ - ବିକଶିତ ଭାରତ 2047

'Viksit Bharat 2047': ଆସନ୍ତା 5 ବର୍ଷ ପାଇଁ ପ୍ରସ୍ତୁତ କାର୍ଯ୍ୟଖସଡା । ମନ୍ତ୍ରୀମଣ୍ଡଳର ମାନସମନ୍ଥନ ପରେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

‘ବିକଶିତ ଭାରତ-2047’: ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ମନ୍ତ୍ରୀମଣ୍ଡଳର ମାନସମନ୍ଥନ, 5ବର୍ଷର ଆକ୍ସନପ୍ଲାନ ପ୍ରସ୍ତୁତ

author img

By ETV Bharat Odisha Team

Published : Mar 3, 2024, 9:04 PM IST

ନୂଆଦିଲ୍ଲୀ: ସ୍ବାଧୀନତାର ଶତ ବାର୍ଷିକୀ ସୁଦ୍ଧା ଦେଶକୁ ବିକଶିତ ଦେଶ ଭାବେ ଗଢିତୋଳିବା ଲକ୍ଷ୍ୟ ରଖି କେନ୍ଦ୍ର ସରକାର ‘ବିକଶିତ ଭାରତ-2047’ ମିଶନ ଆରମ୍ଭ କରିଛନ୍ତି । ଆଜି ଏହି ମିଶନରେ କେନ୍ଦ୍ର କ୍ୟାବିନେଟ ଦୀର୍ଘକାଳୀନ ମାନସନ୍ଥନ କରିଛି । ଏଥିରେ ଆସନ୍ତା 5ବର୍ଷ ପାଇଁ କାର୍ଯ୍ୟଖସଡା ବା ଆକ୍ସନପ୍ଲାନ ପ୍ରସ୍ତୁତ କରାଯାଇଛି । ଏହାସହ ସାଧାରଣ ନିର୍ବାଚନ ପରେ ଗଠନ ହେବାକୁ ଥିବା ନୂତନ ସରକାର ପାଇଁ ମଧ୍ୟ 100 ଦିନର କାର୍ଯ୍ୟାବଳି ଚୂଡାନ୍ତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ସମ୍ମିଳନୀରେ ସମସ୍ତ କେନ୍ଦ୍ରମନ୍ତ୍ରୀ, ବିଭାଗୀୟ ସଚିବ ଓ ଶାସନ ସହ ସମ୍ପୃକ୍ତ ଅନ୍ୟ ବିଭିନ୍ନ ସଂସ୍ଥାର ବରିଷ୍ଠ ପଦାଧିକାରୀମାନେ ଅଂଶଗ୍ରହଣ କରିଥିଲେ । ପ୍ରାୟ 8 ଘଣ୍ଟା ଧରି ଏହି ବୈଠକରେ ଆସନ୍ତା 5 ବର୍ଷ ପାଇଁ ଦେଶର ବିଭିନ୍ନ କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟ ଓ ଏହାର ରୋଡମ୍ୟାପ ସମ୍ପର୍କରେ ଆଲୋଚନା ହୋଇଥିଲା ।

​ଏହା ମଧ୍ୟ ପଢନ୍ତୁ :- ସରପ୍ରାଇଜିଂ ବିଜେପି ! ପ୍ରଥମ ପର୍ଯ୍ୟାୟରେ କଟିଲା 33 ସାଂସଦଙ୍କ ଟିକେଟ

2 ବର୍ଷର ଅନୁଧ୍ୟାନ ପରେ ପ୍ରସ୍ତୁତ ହୋଇଛି ଭିଜନ୍ ଡକ୍ୟୁମେଣ୍ଟ:- ଆଜିର ବୈଠକରେ ମେ’ ମାସରେ ନୂତନ ସରକାର ଗଠନ ପରେ ବିଭିନ୍ନ କ୍ଷେତ୍ରରେ ତୁରନ୍ତ କାର୍ଯ୍ୟାନ୍ୱୟନ ପାଇଁ 100 ଦିନର ଏଜେଣ୍ଡା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ମନ୍ତ୍ରୀମଣ୍ଡଳ ‘ବିକଶିତ ଭାରତ-2047’ ପାଇଁ ଭିଜନ ଡକ୍ୟୁମେଣ୍ଟ ଓ ଆଗାମୀ 5 ବର୍ଷ ପାଇଁ ବିସ୍ତୃତ କାର୍ଯ୍ୟ ଯୋଜନା ଉପରେ ବିଚାର ବିମର୍ଶ କରିଛି । 2 ବର୍ଷରୁ ଅଧିକ ସମୟର ପ୍ରସ୍ତୁତି ପରେ ବିକଶିତ ଭାରତର ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି । ସମସ୍ତ ମନ୍ତ୍ରଣାଳୟ, ରାଜ୍ୟ ସରକାର, ଏକାଡେମିକ ସିଂସ୍ଥା, ଶିଳ୍ପ ସଂସ୍ଥା, ସିଭିଲ ସୋସାଇଟି, ଗବେଷଣା ସଂଗଠନଗୁଡିକ ସହ ବିଭିନ୍ନ ଦିଗରେ ବ୍ୟାପକ ପରାମର୍ଶ ପରେ ଏହି କାର୍ଯ୍ୟ ଖସଡା କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଛି । ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରେ, ବିଭିନ୍ନ ସଂସ୍ଥାର ସମନ୍ବୟରେ ପ୍ରାୟ 2,700ରୁ ଅଧିକ ବୈଠକ, କର୍ମଶାଳା ଓ ଆଲୋଚନାଚକ୍ର ମଧ୍ୟ ଆୟୋଜନ କରାଯାଇଥିଲା । ସରକାର ଦେଶର 20 ଲକ୍ଷରୁ ଅଧିକ ଯୁବକ ଯୁବତୀଙ୍କଠାରୁ ମଧ୍ୟ ପରାମର୍ଶ ଗ୍ରହଣ କରିଥିବା କହିଛନ୍ତି ।

‘ବିବାଦରୁ ଦୂରେଇ ରହି କାମରେ କେନ୍ଦ୍ରୀଭୂତ ହୁଅ’ :- ଆଜି ଏହି ବୈଠକରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ନିଜ କ୍ୟାବିନେଟ ସହଯୋଗୀ ଓ ପୁରା କେନ୍ଦ୍ରୀୟ ଶାସନ ବ୍ୟବସ୍ଥାରେ ସମ୍ପୃକ୍ତ ପ୍ରଶାସନିକ ଟିମକୁ ସମ୍ବୋଧିତ କରିଛନ୍ତି । ବର୍ତ୍ତମାନ ସମୟରେ ଦେଖାଯାଇଥିବା ବିଭିନ୍ନ ସମସ୍ୟା ଓ ଆହ୍ବାନ, ଶାସନ ବ୍ୟବସ୍ଥାକୁ ପ୍ରଭାବିତ କରିଛି । ଏହାପ୍ରତି ବିଶେଷ ଯତ୍ନଶୀଳ ହେବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିବୃତ୍ତି ଦେବା ପୂର୍ବରୁ ଚିନ୍ତା କରି ବିବୃତ୍ତି ରଖିବା ଓ ଅଯଥା ବିବାଦ ସୃଷ୍ଟି ନକରି ନିଜର ନିର୍ଦ୍ଧାରିତ ଲକ୍ଷ୍ୟରେ ଧ୍ୟାନ କେନ୍ଦ୍ରୀଭୂତ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି । ସେହିପରି ଡିପଫେକ ପରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ସଫ୍ଟଓ୍ବେରର ବ୍ୟବହାର ଓ ଏହାର ଗମ୍ଭୀର ନକରାତ୍ମକ ପ୍ରଭାବ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ବିକଶିତ ଭାରତର ଝଲକ ଆସନ୍ତା ପୂର୍ଣ୍ଣ ବଜେଟରେ ପ୍ରତିଫଳିତ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

  • " class="align-text-top noRightClick twitterSection" data="">

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.