ETV Bharat / bharat

ଦେଶ ପାଳୁଛି ପରାକ୍ରମ ଦିବସ, ସ୍ବାଧୀନତା ସଂଗ୍ରାମର ମହାନାୟକ ଥିଲେ ସୁଭାଷ ବୋଷ - ପରିକ୍ରମା ଦିବସ 2024

Parakram Divas 2024: ସ୍ବାଧୀନତା ସଂଗ୍ରମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜି 127ତମ ଜନ୍ମ ଜୟନ୍ତୀ । ସ୍ବାଧୀନତା ସଂଗ୍ରାମର ମହାନାୟକ ଥିଲେ ସୁଭାଷ ବୋଷ । ଅଧିକ ପଢନ୍ତୁ

Parakram Divas 2024
ପରିକ୍ରମା ଦିବସ
author img

By ETV Bharat Odisha Team

Published : Jan 23, 2024, 10:38 AM IST

ହାଇଦ୍ରାବାଦ: ସ୍ବାଧୀନତା ସଂଗ୍ରମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜି ଜନ୍ମ ବାର୍ଷିକୀ । 127 ତମ ଜୟନ୍ତୀ ପାଳୁଛି ଦେଶ । ଆଜିର ପବିତ୍ର ଦିନରେ ତାଙ୍କ ଜନ୍ମ ଦିବସକୁ ସ୍ମରଣ କରୁଛନ୍ତି ଦେଶବାସୀ । ନେତାଜୀଙ୍କ ଜୀବନୀ, ସାହସ ଏବଂ ପରାକ୍ରମ ସହିତ ଜଡିତ । ଦେଶକୁ ସ୍ବାଧୀନତା କରାଇବାଇରେ ନେତାଜୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ତେଣୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ମଧ୍ୟ ପାଳନ କରାଯାଏ ।

ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନର ଗୋଟିଏ ପାର୍ଶ୍ୱ ରାଜନୀତି ଏବଂ ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ ଥିବାବେଳେ ଅନ୍ୟ ପାର୍ଶ୍ୱ ଆଧ୍ୟାତ୍ମିକତା ସହ ଜଡିତ ରହିଥିଲା । ଭାଗବତ୍ ଗୀତାକୁ ସର୍ବଦା ନିଜ ପାଖେ ରଖୁଥିଲେ ସୁଭାଷ ବୋଷ । ଏହାକୁ ପ୍ରତିଦିନ ପାଠ କରିବା ସହିତ ତଦନୁଯାୟୀ କାର୍ଯ୍ୟ କରୁଥିଲେ।

1897 ମସିହା ଜାନୁଆରୀ 23 ତାରିଖରେ କଟକରେ ଜନ୍ମ ଗ୍ରହଣ କରିଥିଲେ ସୁଭାଷ ବୋଷ । ତାଙ୍କ ପିତାଙ୍କ ନାମ ଜାନକୀ ନାଥ ବୋଷ ଏବଂ ମାତାଙ୍କ ନାମ ପ୍ରଭାବତୀ ଦିବସ । ସ୍ବାମା ବିବେକାନନନ୍ଦଙ୍କୁ ନିଜ ଆଦର୍ଶ ଭାବୁଥିଲେ ସୁଭାଷ । 1920 ମସିହାରେ ଆଇସିଏସ ପରୀକ୍ଷାରେ ଚତୁର୍ଥ ସ୍ଥାନ ହାସଲ କରିଥିଲେ ହେଁ ବ୍ରିଟିଶଙ୍କ ଅତ୍ୟାତାର ଦେଖି ସେ ଚାକିରି ପ୍ରତି ବିମୁଖ ଭାବ ପ୍ରକାଶ କରିଥିଲେ । ଏହା ପରେ ସେ ଚାକିରି ମଧ୍ୟ ଛାଡି ଦେଇଥିଲେ ।

1939 ମସିହାରେ ଫରଓ୍ବାର୍ଡ ବ୍ଲକ ନାମକ ଏକ ରାଜନୈତିକ ଦଳ ଗଠନ କରି ଇଂରେଜ ବିରୋଧରେ ବିଦ୍ରୋହ ଆରମ୍ଭ କରିଥିଲେ। ଦେଶ ସ୍ବାଧୀନ ହେବା ପାଇଁ ସୁଭାଷ ବୋଷଙ୍କ ଭୂମିକା ଅତୁଳନୀୟ । ତୁମେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ବାଧୀନତା ଦେବି ଆହ୍ବାନ ଦେଇଥିଲେ ସୁଭାଷ ଚନ୍ଦ୍ର ବୋଷ । 1941 ମସିହାରେ ବର୍ଲିନ ଯାଇଥିଲେ ସେ । ସେଠାରେ ଆଜାଦ ହିନ୍ଦ ରେଡିଓ ଦ୍ବାରା ଭାରତବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ବାନ ଦେଇଥିଲେ । ଏହାପରେ ସେ ଆଜାଦ ହିନ୍ଦ ଫୌଜ ଗଠନ କରି ଏହାର ଦାୟିତ୍ବ ନେଇଥିଲେ । ଦେଶକୁ ସ୍ବାଧୀନତା ଫେରାଇ ଆଣିବା ପାଇଁ ସେ ଦିଲ୍ଲୀ ଚଲୋ ଆହ୍ବାନ ଦେଇଥିଲେ । ତେବେ 1945 ମସିହାରେ ନେତାଜୀଙ୍କ ଦେହାନ୍ତ ହୋଇଥିଲା । ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ସୁଭାଷ ବୋଷ ।

2021 ମସିହାରେ ଆରମ୍ଭ ହୋଇଥିଲା ପରାକ୍ରମ ଦିବସ: ପୂର୍ବରୁ ଜାନୁଆରୀ 23 ତାରିଖକୁ କେବଳ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଜୟନ୍ତୀ ଭାବେ ପାଳନ କରାଯାଉଥିଲା। କିନ୍ତୁ 2021 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିର ଦିନକୁ ପରାକ୍ରମ ଦିବସ ଭାବେ ପାଳନ କରିବା ନେଇ ଘୋଷଣା କରିଥିଲେ। ସେହିଦିନଠାରୁ ପ୍ରତିବର୍ଷ ଆଜିର ଦିବସକୁ ପରାକ୍ରମ ଦିବସ ଭାବେ ପାଳନ କରାଯାଏ ।

ଏହା ମଧ୍ୟ ପଢନ୍ତୁ: ନେତାଜୀ ବଞ୍ଚିଥିଲେ କେବେ ବିଭାଜିତ ହୋଇନଥାନ୍ତା ଭାରତ: ଡୋଭା

  • ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଦେଶବ୍ୟାପୀ ପରାକ୍ରମ ଦିବସ ରୂପେ ପାଳିତ ହେଉଅଛି । ଏ ଅବସରରେ ମୁଁ ନେତାଜୀଙ୍କୁ ସାଦର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି । ଭାରତକୁ ସ୍ଵାଧୀନ କରିବା ପାଇଁ ନେତାଜୀଙ୍କ ପ୍ରତିବଦ୍ଧତା ଥିଲା ଅନନ୍ୟ । ତାଙ୍କର ଅଦମ୍ୟ ସାହସ ଓ ଅସାଧାରଣ ବ୍ୟକ୍ତିତ୍ୱ ଭାରତବାସୀଙ୍କୁ ଔପନିବେଶିକ ଶାସନ ବିରୁଦ୍ଧରେ ନିର୍ଭୀକ…

    — President of India (@rashtrapatibhvn) January 23, 2024 " class="align-text-top noRightClick twitterSection" data=" ">

ନେତାଜୀଙ୍କର ଜନ୍ମବାର୍ଷିକୀକୁ ନେଇ ଦେଶର ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ଯାଏଁ ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ବିଟ୍ କରି କହିଛନ୍ତି, "ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଦେଶବ୍ୟାପୀ ପରାକ୍ରମ ଦିବସ ରୂପେ ପାଳିତ ହେଉଛି । ଏ ଅବସରରେ ମୁଁ ନେତାଜୀଙ୍କୁ ସାଦର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି । ଭାରତକୁ ସ୍ଵାଧୀନ କରିବା ପାଇଁ ନେତାଜୀଙ୍କ ପ୍ରତିବଦ୍ଧତା ଅନନ୍ୟ ରହିଥିଲା । ତାଙ୍କର ଅଦମ୍ୟ ସାହସ ଓ ଅସାଧାରଣ ବ୍ୟକ୍ତିତ୍ୱ ଭାରତବାସୀଙ୍କୁ ଔପନିବେଶିକ ଶାସନ ବିରୁଦ୍ଧରେ ନିର୍ଭୀକ ଭାବେ ଲଢ଼ିବା ନିମନ୍ତେ ପ୍ରେରଣା ଯୋଗାଇଥିଲା । ତାଙ୍କ ଓଜସ୍ୱୀ ବ୍ୟକ୍ତିତ୍ଵ ଆମ ସ୍ଵାଧୀନତା ସଂଗ୍ରାମ ଉପରେ ଗଭୀର ପ୍ରଭାବ ପକାଇଥିଲା । ସମସ୍ତ ଦେଶବାସୀ କୃତଜ୍ଞତାପୂର୍ବକ ନେତାଜୀଙ୍କୁ ଚିରକାଳ ମନେ ରଖିବେ ।"

  • Greetings to the people of India on Parakram Diwas. Today on his Jayanti, we honour the life and courage of Netaji Subhas Chandra Bose. His unwavering dedication to our nation's freedom continues to inspire. pic.twitter.com/OZP6cJBgeC

    — Narendra Modi (@narendramodi) January 23, 2024 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ପରାକ୍ରମ ଦିବସରେ ଭାରତୀୟଙ୍କୁ ଶୁଭେଚ୍ଛା। ଆଜି ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ତାଙ୍କ ଜୀବନୀ ଏବଂ ସାହସକୁ ସମ୍ମାନ ଜଣାଉଛି । ଦେଶ ସ୍ବାଧୀନତା ପାଇଁ ତାଙ୍କର ଅତୁଟ ସମର୍ପଣ ପ୍ରେରଣାଦାୟୀ ଅଟେ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.