ETV Bharat / bharat

SCO Summit: ଭାରତକୁ ପାକିସ୍ତାନର ନିମନ୍ତ୍ରଣ, ଶତୃ ଦେଶକୁ ଗସ୍ତ କରିବେ କି ପ୍ରଧାନମନ୍ତ୍ରୀ ? - Pakistan invites India

author img

By ETV Bharat Odisha Team

Published : Sep 1, 2024, 8:00 AM IST

Pakistan invites India to SCO meeting in Islamabad: ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ପାଇଁ ଭାରତକୁ ପାକିସ୍ତାନର ନିମନ୍ତ୍ରଣ । ପ୍ରଧାନମନ୍ତ୍ରୀ ପାକିସ୍ତାନ ଗସ୍ତ କରିବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର । ଅଧିକ ପଢନ୍ତୁ

SCO meeting
SCO meeting (Etv Bharat)

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସରେ ପାକିସ୍ତାନରେ ଆୟୋଜିନ ହେବାକୁ ଯାଉଛି ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ । ଏଥିରେ ସାମିଲ ହେବାକୁ ଭାରତକୁ ନିମନ୍ତ୍ରଣ କରିଛି ପାକିସ୍ତାନ । ତେବେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ସାମିଲ ହେବାକୁ ପାକିସ୍ତାନ ଗସ୍ତ କରିବେ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି । ଦୁଇ ଦେଶର ତିକ୍ତ ସମ୍ପର୍କ ମଧ୍ୟରେ ପାକିସ୍ତାନର ଏହି ନିମନ୍ତ୍ରଣକୁ ନେଇ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନଥିବା ବେଳେ ତାହାକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଭାରତର ପ୍ରତିନିଧିତ୍ବ କରିବାକୁ ମୋଦି କୌଣସି ମନ୍ତ୍ରୀଙ୍କୁ ପଠାଇବେ ନା ନିଜେ ଯିବେ ତାହା ଉପରେ ସମସ୍ତଙ୍କ ନଜର ।

SCOରେ ସାମିଲ ହେବାକୁ ଭାରତକୁ ପାକିସ୍ତାନର ନିମନ୍ତ୍ରଣ:

ଶୁକ୍ରବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, "ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଥିବା ଏସସିଓ ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ଭାରତ ନିମନ୍ତ୍ରଣ ପାଇଛି। ଏନେଇ କୌଣସି ନିଷ୍ପତି ନିଆଗଲେ ସମସ୍ତଙ୍କୁ ଜଣାଇଦିଆଯିବ। 15-16 ଅକ୍ଟୋବରରେ ଇସଲାମାବାଦରେ ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରିବ ପାକ୍‌। '' ଏକ ରିପୋର୍ଟ ଅନୁଯାୟୀ, ଏହି କାର୍ଯ୍ୟକ୍ରମ ପୂର୍ବରୁ ଏକ ମନ୍ତ୍ରୀସ୍ତରୀୟ ବୈଠକ ଏବଂ ବରିଷ୍ଠ ଅଧିକାରୀଙ୍କୁ ନେଇ ବୈଠକ ବସିବ । ଏସସିଓ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅର୍ଥନୀତି, ସାମାଜିକ-ସାଂସ୍କୃତିକ ତଥା ମାନବିୟ ସହଯୋଗ ଉପରେ ଗୁରୁତ୍ୱ ଦିଆଯିବ ।

ଏହା ମଧ୍ୟ ପଢନ୍ତୁ-SCO Summit: ଶାନ୍ତି, ସମୃଦ୍ଧି ଆଣିଛି ଏସସିଓ, ଆତଙ୍କବାଦ ରୋକିବାକୁ ଆହ୍ବାନ ଦେଲେ ମୋଦି

ତବର୍ଷ SCO ସମ୍ମିଳନୀରେ ସାମିଲ ହେବାକୁ ଭାରତ ଆସିଥିଲେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ: ଗତବର୍ଷ ପାକିସ୍ତାନର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଏସସିଓ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତ କରିଥିଲେ। 16 ସେପ୍ଟେମ୍ବର 2022 ସେପ୍ଟେମ୍ବରେ ଉଜବେକିସ୍ତାନ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ସମାପିତ ହେବା ପରେ ଭାରତ ଅଧ୍ୟକ୍ଷତା ଭାର ଗ୍ରହଣ କରିଥିଲା । 4 ଜୁଲାଇ 2023 ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ଅନ୍ତର୍ଜାତୀୟ ଶିଖର ସମ୍ମିଳନୀରେ ଚୀନ୍, ଋଷ, କାଜାଖସ୍ତାନ, କିର୍ଗିଜସ୍ଥାନ, ପାକିସ୍ଥାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନକୁ ନିମନ୍ତ୍ରଣ କରାଯାଇଥିଲା । ଏଥିସହ ଇରାନ, ବେଲାଋଷ ଏବଂ ମୋଙ୍ଗୋଲିଆକୁ ପର୍ଯ୍ୟବେକ୍ଷକ ରାଷ୍ଟ୍ର ଭାବରେ ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.