ETV Bharat / bharat

ମହାରାଷ୍ଟ୍ରରେ ମାଓ ଦମନ ଜୋରଦାର, ୧୨ ମାଓବାଦୀ ସଫା - MAOIST KILLED IN ENCOUNTER

author img

By ETV Bharat Odisha Team

Published : Jul 17, 2024, 9:47 PM IST

12 Maoist Killed in Encounter: ମହାରାଷ୍ଟ୍ରର ଗଢଚିରୌଲିରେ ବଡ଼ ଧରଣର ଅପରେସନ କରିଛି ପୋଲିସ । ଏଥିରେ ୧୨ ଜଣ ନକ୍ସଲ ନିପାତ ହୋଇଥିବାବେଳେ ବହୁ ମାଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର

Maoist Killed
Maoist Killed (ETV Bharat)

ମୁମ୍ବାଇ: ମହାରାଷ୍ଟ୍ରର ଗଡଚିରୌଲିରେ ୧୨ ମାଓବାଦୀ ନିହତ ହୋଇଛନ୍ତି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୧୨ ଜଣ ନକ୍ସଲ ନିପାତ ହୋଇଥିବାବେଳେ ବହୁ ମାଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ସେଥିମଧ୍ୟରେ ୩ଟି AK-୪୭, ଦୁଇଟି ରାଇଫଲ ଦି ରହିଛି । ସୂଚନା ମୁତାବକ ମହାରାଷ୍ଟ୍ରର ଗଡଚିରୌଲି ଜିଲ୍ଲାରେ ଚାଲିଥିଲା ମାଓ ଦମନ ଅଭିଯାନ । ଯେଉଁ ଅଭିଯାନ ସମୟରେ ଯବାନଙ୍କ ଗୁଳିରେ ୧୨ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆଜି (ବୁଧବାର) ସକାଳ ୧୦ଟା ସମୟରେ ଗଡଚିରୌଲିରେ ଏକ ଅଭିଯାନ ଆରମ୍ଭ ହୋଇଥିଲା । ଯେଉଁଥିରେ ଡେପୁଟି ଏସପିଙ୍କ ନେତୃତ୍ବରେ ମହାରାଷ୍ଟ୍ର ପୋଲିସର ଏକ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।

ସି-୬୦ ଫୋର୍ସର ୭ଟି ଟିମକୁ ଛତିଶଗଡ଼ ସୀମାନ୍ତ ୱଣ୍ଡୋଲି ଗାଁକୁ ପଠାଯାଇଥିଲା । ଦୀର୍ଘ ଦିନ ଧରି ଏହାର ଆଖପାଖ ଅଞ୍ଚଳରେ ମାଓ ଗତିବିଧି ନଜର ଆସୁଥିଲା । ସେହି ଗାଁ ନିକଟରେ ୧୨-୧୫ ମାଓବାଦୀ ଡେରା ପକାଇଥିବା ନେଇ ପରବର୍ତ୍ତୀ ସମୟରେ ପୋଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ଏଣୁ ସୂଚନା ପାଇବା ପରେ ଦ୍ବିପ୍ରହରରେ ପୋଲିସ ସେଠାରେ ପହଞ୍ଚିଥିଲା । ଘଟଣାସ୍ଥଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଗୁଳି ବିନିମୟ । ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, "ପାଖାପାଖି ୬ ଘଣ୍ଟା ଧରି ଏହି ଗୁଳିବିନିମୟ ଚାଲିଥିଲା । ପରବର୍ତ୍ତୀ ସମୟରେ ସେହି ସ୍ଥାନରୁ ୧୨ ମାଓବାଦୀଙ୍କ ମୃତଦେହ ଜବତ କରାଯାଇଛି । ନିହତ ହୋଇଥିବା ମାଓବାଦୀଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇଛି । ସେମାନଙ୍କ ମଧ୍ୟରେ ରହିଛି କୁଖ୍ୟାତ ମାଓନେତା ଲକ୍ଷ୍ମଣ ଆତ୍ରାମ ଓରଫ ବିଶାଲ ଆତ୍ରାମ ।"

ଏହା ବି ପଢନ୍ତୁ...ଆଇନଶୃଙ୍ଖଳା ଓ ମାଓ ମୁକାବିଲା ହେବ ସହଜ, ଆସୁଛନ୍ତି ୧୧୩ କାଡେଟ ଆର୍ମଡ ସବ୍ ଇନସ୍ପେକ୍ଟର - Passing Out Parade

ଏହା ବି ପଢନ୍ତୁ...ଛତିଶଗଡରେ ବଡଧରଣର ଅପରେସନ: 8 ନକ୍ସଲ ନିପାତ, ଜଣେ ଯବାନ ଶହୀଦ - several Naxalites killed

ଆଖପାଖ ଅଞ୍ଚଳରେ ହେଉଥିବା ମାଓ ଗତିବିଧି ଉପରେ ନଜର ରଖିଛି ପୋଲିସ । ଅପରପକ୍ଷେ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମାଓ ଦମନ ଅଭିଯାନକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅପରେସନ ପାଇଁ ସି-୬୦ କମାଣ୍ଡୋ ଏବଂ ଗଢଚିରୌଲି ପୋଲିସ ପାଇଁ ୫୧ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିବା ଜଣାପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.