ETV Bharat / bharat

ବାଜିଲା ନିର୍ବାଚନ ବିଗୁଲ, ଝାଡଖଣ୍ଡରେ ଦୁଇ ଓ ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ମତଦାନ

ଦୁଇ ରାଜ୍ୟରେ ଗଣତନ୍ତ୍ରର ମହାପର୍ବ । ଝାଡଖଣ୍ଡରେ ନଭେମ୍ବର 13 ଓ 20 ଏବଂ ମହାରାଷ୍ଟ୍ରରେ 20 ତାରିଖରେ ମତଦାନ ଅନୁଷ୍ଠିତ ହେବ ।

author img

By ETV Bharat Odisha Team

Published : Oct 15, 2024, 4:08 PM IST

Updated : Oct 15, 2024, 4:49 PM IST

Assembly Elections 2024
Assembly Elections 2024 (ETV Bharat Odisha)

ହାଇଦ୍ରାବାଦ: ବାଜିଲା ଦୁଇ ରାଜ୍ୟର ନିର୍ବାଚନ ବିଗୁଲ। ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ହେବ ମତଦାନ। ମହାରାଷ୍ଟ୍ରର 288 ଆସନ ପାଇଁ ପଡ଼ିବ ଭୋଟ୍ । 22 ଅକ୍ଟୋବରରେ ପ୍ରକାଶ ପାଇବ ବିଜ୍ଞପ୍ତି। 29 ଅକ୍ଟୋବରରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ । 20 ନଭେମ୍ବରରେ ଗୋଟିଏ ପର୍ଯ୍ୟାୟରେ ମହାରାଷ୍ଟ୍ରରେ ପଡ଼ିବ ଭୋଟ । 23ରେ ହେବ ଗଣତି। ସେହିପରି ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ଝାଡଖଣ୍ଡର 81 ଆସନରେ ହେବ ମତଦାନ। ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ନଭେମ୍ବର 13 ତାରିଖରେ ପ୍ରଥମ ପର୍ଯ୍ୟାୟ ଓ 20ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ। ନଭେମ୍ବର 23ରେ ଝାଡଖଣ୍ଡରେ ମଧ୍ୟ ଭୋଟ ଗଣତି ହେବ।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ ଘୋଷଣା

  • ନିର୍ବାଚନ ତାରିଖ ଘୋଷଣା କଲେ ECI ରାଜୀବ କୁମାର
  • ନଭେମ୍ବର 20 ତାରିଖରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ
  • ନଭେମ୍ବର 23 ତାରିଖରେ ଗଣତି
  • 288 ଆସନରେ ହେବ ନିର୍ବାଚନ

ସୁରକ୍ଷା ବ୍ୟବସ୍ଥା:

ମତଦାନ କେନ୍ଦ୍ରର ସମସ୍ତ ପ୍ରକ୍ରିୟା ଭିଡିଓଗ୍ରାଫି କରାଯିବ। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯିବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ନିର୍ବାଚନ କମିଶନର କହିଛନ୍ତି, "ସବୁ ପୋଲିଂ ଷ୍ଟେସନରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବ। ପୋଲିଂ ପାଇଁ ଲାଗିଥିବା ଲାଇନ ପାଖରେ ଚେୟାର ରହିବ। ମତଦାନରେ ବିଳମ୍ବ ହେଲେ ମତଦାତାମାନେ ଚେୟାରରେ ବସି ଅପେକ୍ଷା କରି ପାରିବେ। କୌଣସି ପଦାଧିକାରୀଙ୍କ ବିଷୟରେ ଅଭିଯୋଗ ଆସିଲେ ଓ ସତ ପ୍ରମାଣିତ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଟଙ୍କା, ମଦ ଆଦି ବଣ୍ଟାଯାଉଥିବା ନଜର ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏଥିପାଇଁ ସବୁଠି ଚେକିଂ ଜାରି ରହିଛି। ହେଲେ ସାଧାରଣ ନାଗରିକ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେନେଇ ଧ୍ୟାନ ଦିଆଯାଇ ଚେକିଂ କରାଯିବ ।"

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା

  • ଦୁଇଟି ପର୍ଯ୍ୟାୟରେ ହେବ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ
  • ନଭେମ୍ବର 13 ଏବଂ 20 ତାରିଖରେ ନିର୍ବାଚନ
  • ନଭେମ୍ବର 23ରେ ଗଣତି

ଉନ୍ନତ ଚେକ୍ନୋଲୋଜି ବ୍ୟବସ୍ଥା:

'ସୁବିଧା ପୋର୍ଟାଲ'ର ବ୍ୟବସ୍ଥା କରାଯାଇଛି। ଏହି ପୋର୍ଟାଲ ମାଧ୍ୟମରେ ଅନଲାଇନରେ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ। କୌଣସି ରାଲି କିମ୍ବା ଶୋଭାଯାତ୍ରା ପାଇଁ ମଧ୍ୟ ଏହି ପୋର୍ଟାଲରେ ଅନୁମତି ପାଇଁ ଆବେଦନ କରିହେବ। ସେହିପରି ଭୋଟର ମାନଙ୍କ ଗାଇଡ ଭାବେ କାର୍ଯ୍ୟ କରିବ VHA ଆପ୍। cVigil ଆପ୍ ମାଧ୍ୟମରେ ଅଞ୍ଚଳରେ ହେଉଥିବା ଟଙ୍କା କାରବାର କିମ୍ବା ଭୋଟରଙ୍କୁ ପ୍ରଭାବିତ ପାଇଁ ହେଉଥିବା ଯେକୌଣସି ବେଆଇନ କାର୍ଯ୍ୟ ବିଷୟରେ ଯେକେହିବି ରେକର୍ଡିଂ ପଠାଇ ପାରିବେ। ଘଟଣାର ସତ୍ୟତା ୟାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ନେବେ ନିର୍ବାଚନ କମିଶନ।

ଏହା ବି ପଢନ୍ତୁ...ହରିୟାଣା ଜନାଦେଶ: ମୈଦାନରେ ସମ୍ପର୍କ ଲଢେଇ, ଜିତିଲେ ଶ୍ବଶୁର, ହାରିଲା ନାତୁଣି

ଏହା ବି ପଢନ୍ତୁ...ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ବାଜିବ ବିଗୁଲ, ନିର୍ବାଚନ କମିଶନ କରିବେ ଘୋଷଣା

ଏହା ମଧ୍ୟ ପଢନ୍ତୁ;-ଜମ୍ମୁ କାଶ୍ମୀର ନିର୍ବାଚନକୁ ନେଇ ବଡ଼ ଅପଡେଟ, ଆସିଲା ମୁଖ୍ୟମନ୍ତ୍ରୀଙ୍କ ନାଁ

ଜମ୍ମୁ-କାଶ୍ମୀର ଓ ହରିୟାଣାରେ ଭୋଟ ଗଣତି ଜାରି; ଖାତା ଖୋଲିଲା କଂଗ୍ରେସ, ଜୁଲାନା ଆସନରୁ ବାଜି ମାରିଲେ ଭିନେଶ ଫୋଗତ

Last Updated : Oct 15, 2024, 4:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.