ETV Bharat / bharat

ମହାରାଷ୍ଟ୍ର ମହାଲଢେଇ; ବିଜେପିର ୯୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା, ନାଗପୁର ଦକ୍ଷିଣ ପଶ୍ଚିମ ସିଟରୁ ଲଢିବେ ଫଡନାଭିସ୍

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା । ପ୍ରଥମ ପର୍ଯ୍ୟାୟରେ ୯୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି ।

author img

By ETV Bharat Odisha Team

Published : 9 hours ago

maharashtra assembly election
maharashtra assembly election (ETV Bharat Odisha)

ହାଇଦ୍ରାବାଦ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ପ୍ରଥମ ପର୍ଯ୍ୟାୟରେ ୯୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି ।

ଆଜି (ରବିବାର) ବିଜେପି ପକ୍ଷରୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ମହାରାଷ୍ଟ୍ରରେ ନଭେମ୍ବର ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ 23 ତାରିଖରେ ଭୋଟ ଗଣତି ହେବ ।

ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଲଢିବେ ନାଗପୁର ଦକ୍ଷିଣ ପଶ୍ଚିମ ଆସନରୁ, ରାଜ୍ୟ ବିଜେପି ମୁଖିଆ ଚନ୍ଦ୍ରଶେଖର ବାଓ୍ବନକୁଲେ ଲଢିବେ କାମଠିରୁ, ମନ୍ତ୍ରୀ ଗିରିଶ ମହାଜନ ଲଢିବେ ଜାମନେରରୁ, ମନ୍ତ୍ରୀ ସୁଧିର ମୁନଗାନ୍ତିଓ୍ବାର ଲଢିବେ ବଲ୍ଲାରପୁରରୁ । ପ୍ରକାଶିତ ୯୯ ଜଣିଆ ତାଲିକାରେ ଆହୁରି ଅନେକ ହେଭିଓ୍ବେଟଙ୍କୁ ପ୍ରଥମ ତାଲିକାରେ ସ୍ଥାନ ମିଳିଛି ।

ଏହା ବି ପଢନ୍ତୁ- ଝାଡଖଣ୍ଡ ବ୍ୟାଟେଲ୍; ବିଜେପି ପ୍ରାର୍ଥୀ ତାଲିକା ଘୋଷଣା, ଜାମସେଦପୁରରୁ ଲଢିବେ ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ

ଏହା ବି ପଢନ୍ତୁ- ବାଜିଲା ନିର୍ବାଚନ ବିଗୁଲ, ଝାଡଖଣ୍ଡରେ ଦୁଇ ଓ ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ମତଦାନ

ଏହା ବି ପଢନ୍ତୁ- ସେକେଣ୍ଡ ଇନିଂସର ଶପଥ ନେଲେ ସୈନୀ, ପ୍ରଧାନମନ୍ତ୍ରୀ ଓ ପୂରା NDA କ୍ୟାମ୍ପ ସାମିଲ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ 2024

  • ବିଜେପିର୯୯ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା
  • ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଲଢିବେ ନାଗପୁର ଦକ୍ଷିଣ ପଶ୍ଚିମ ଆସନରୁ
  • ରାଜ୍ୟ ବିଜେପି ମୁଖିଆ ଚନ୍ଦ୍ରଶେଖର ବାଓ୍ବନକୁଲେ ଲଢିବେ କାମଠିରୁ
  • ମନ୍ତ୍ରୀ ଗିରିଶ ମହାଜନ ଲଢିବେ ଜାମନେରରୁ
  • ମନ୍ତ୍ରୀ ସୁଧିର ମୁନଗାନ୍ତିଓ୍ବାର ଲଢିବେ ବଲ୍ଲାରପୁରରୁ

କେବେ ପଡିବ ମହାରାଷ୍ଟ୍ର ଭୋଟ୍-

ବାଜି ସାରିଛି ଦୁଇ ରାଜ୍ୟର ନିର୍ବାଚନ ବିଗୁଲ । ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ହେବ ମତଦାନ ହେବାକୁ ଥିବା ବେଳେ ଝାଡଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ହେବ ନିର୍ବାଚନ । ମହାରାଷ୍ଟ୍ରର 288 ଆସନ ପାଇଁ ପଡ଼ିବ ଭୋଟ୍ । 22 ଅକ୍ଟୋବରରେ ପ୍ରକାଶ ପାଇବ ବିଜ୍ଞପ୍ତି । 29 ଅକ୍ଟୋବରରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ । 20 ନଭେମ୍ବରରେ ଗୋଟିଏ ପର୍ଯ୍ୟାୟରେ ମହାରାଷ୍ଟ୍ରରେ ପଡ଼ିବ ଭୋଟ । 23ରେ ହେବ ଗଣତି ।

ସେହିପରେ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଝାଡଖଣ୍ଡର 81 ଆସନରେ ହେବ ମତଦାନ । ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ନଭେମ୍ବର 13 ତାରିଖରେ ପ୍ରଥମ ପର୍ଯ୍ୟାୟ ଓ 20ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ନଭେମ୍ବର 23ରେ ଝାଡଖଣ୍ଡରେ ମଧ୍ୟ ଭୋଟ ଗଣତି ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.