ETV Bharat / bharat

ଆରମ୍ଭ ହେବ ମୋଦି 3.0; ଶପଥ ଗ୍ରହଣ ପୂର୍ବରୁ ଭେଟେରାନ ନେତାଙ୍କ ଆଶୀର୍ବାଦ ନେଲେ ମୋଦି - Modi meets LK Advani

author img

By ETV Bharat Odisha Team

Published : Jun 7, 2024, 5:54 PM IST

Modi meets Veteran Leaders: ତୃତୀୟ ଥର ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ପୂର୍ବରୁ ଦଳର ଭେଟେରାନ ନେତାଙ୍କୁ ଭେଟିଲେ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

Modi meets Veteran Leaders
Modi meets Veteran Leaders (ANI)

ନୂଆଦିଲ୍ଲୀ: ଆସନ୍ତା 9 ତାରିଖରେ ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ଆଜି (ଶୁକ୍ରବାର) ମୋଦି ଭେଟେରାନ ନେତାଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଛନ୍ତି । ବିଜେପିର ଭେଟେରାନ ନେତା ଏଲ.କେ ଆଡଭାନୀ ଓ ମୁରଲି ମନୋହର ଯୋଶୀଙ୍କୁ ମୋଦି ଭେଟିଛନ୍ତି । ଏହାପରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ତାଙ୍କ ବାସଭବନରେ ମୋଦି ସାକ୍ଷାତ କରିଛନ୍ତି । ସନ୍ଧ୍ୟା 6ଟାର ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଆଶୀର୍ବାଦ ନେଲେ ମୋଦି (ETV Bharat Odisha)

ଏନଡିଏ ମେଣ୍ଟ ବୈଠକ ପରେ ନରେନ୍ଦ୍ର ମୋଦି ତୃତୀୟ ପାଳି ଆରମ୍ଭ କରିବା ପୂର୍ବରୁ ଦଳର ବରିଷ୍ଠ ନେତା ଏଲ.କେ ଆଡଭାନୀଙ୍କୁ ସାକ୍ଷାତ କରିଛନ୍ତି । ଉଭୟଙ୍କ ବାସଭବନକୁ ଯାଇ ବ୍ୟକ୍ତିଗତ ଭାବେ ମୋଦି ଦୁଇ ଭେଟେରାନ ନେତାଙ୍କୁ ଭେଟିଛନ୍ତି । ପ୍ରଥମେ ଆଡଭାନୀଙ୍କୁ ଭେଟିବା ପରେ ମୋଦି ମନୋହର ଯୋଶୀଙ୍କୁ ଭେଟିଥିଲେ । ଏହାପରେ ମୋଦି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ । ଏହି ସମୟରେ କୋବିନ୍ଦଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ । ମୋଦି ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବାରୁ ରାମନାଥ କୋବିନ୍ଦ ତାଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ ।

ଏହା ବି ପଢନ୍ତୁ- ମୋଦି ଏନଡିଏ ନେତା ନିର୍ବାଚିତ, କହିଲେ-ବିକଶିତ ଭାରତର ଇଞ୍ଜିନ ହେବ ଓଡ଼ିଶା

ରିପୋର୍ଟ ଅନୁସାରେ, ମୋଦି ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସନ୍ଧ୍ୟା 6ଟାରେ ସାକ୍ଷାତ କରିବେ । ଏହାସହିତ ନୂଆ ସରକାର ଗଠନ କରିବା ଲାଗି ରାଷ୍ଟ୍ରପତି ମୋଦିଙ୍କୁ ନିମନ୍ତ୍ରିତ କରିପାରନ୍ତି ବୋଲି ମଧ୍ୟ ସୂଚନା ରହିଛି । ସୂଚନା ଥାଉ କି ଆଜି ପୁଣି ଥରେ ଏନଡିଏ ମେଣ୍ଟର ସଦସ୍ୟମାନେ ନରେନ୍ଦ୍ର ମୋଦିଙ୍କୁ ନିଜର ନେତା ଭାବେ ନିର୍ବାଚିତ କରିଛନ୍ତି । ଫଳସ୍ବରୂପ ମୋଦି ତୃତୀୟ ଥର ଲାଗି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ପୁରୁଆ ସଂସଦ ଭବନରେ ଆଜି ମଧ୍ୟାହ୍ନରେ ଏନଡିଏ ମେଣ୍ଟର ବୈଠକ ବସିଥିଲା । ଯେଉଁଥିରେ ମୋଦି ଏନଡିଏ ନେତା ଭାବେ ନିର୍ବାଚିତ ହୋଇଥିଲେ ।

ଏହା ବି ପଢନ୍ତୁ- ମୋଦିଙ୍କ ଶପଥ ପାଠ ସମାରୋହ; ସାମିଲ ହେବେ ତୃତୀୟ ଲିଙ୍ଗୀ ଓ ଶ୍ରମିକ

ଚଳିତ ଲୋକସଭା ନିର୍ବାଚନରେ ଏନଡିଏ ମେଣ୍ଟକୁ 293 ଆସନ ମିଳିଛି । କେନ୍ଦ୍ରରେ ସରକାର ଗଠନ କରିବା ଲାଗି ମ୍ୟାଜିକ ନମ୍ବର 272 ଥିବା ବେଳେ ଏନଡିଏକୁ ବହୁମତ ମିଳିଛି । ଫଳସ୍ବରୂପ ଏନଡିଏ କେନ୍ଦ୍ରରେ ସରକାର ଗଠନ କରିବେ । ବିଜେପିକୁ 240ଟି ଆସନ ମିଳିଥିବା ବେଳେ ଅନ୍ୟ ସହଯୋଗୀ ଦଳକୁ 53ଟି ଆସନ ମିଳିଛି । ଗୋଟିଏ ପଟେ ନିର୍ବାଚନ ଫଳାଫଳ ବିଜେପିକୁ ଶକ୍ତ ଧକ୍କା ଦେଇଛି । ବିଜେପି 400 ପାର୍‌ ନାରା ଦେଉଥିବା ବେଳେ ମେଣ୍ଟ 300 ବି ଛୁଇଁ ପାରିନି । 2019 ନିର୍ବାଚନରେ କେବଳ ବିଜେପିକୁ 303 ଆସନ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.