ETV Bharat / bharat

ସପ୍ତମ ପର୍ଯ୍ୟାୟ ଲୋକସଭା ନିର୍ବାଚନ; ମୈଦାନରେ 904 ପ୍ରାର୍ଥୀ, ପ୍ରଧାନମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା - 7th phase voting - 7TH PHASE VOTING

Last Phase of Lok Sabha Election: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଲୋକସଭା ନିର୍ବାଚନ 2024 । ଶନିବାର ଦେଶରେ ଶେଷ ତଥା ସପ୍ତମ ପର୍ଯ୍ୟାୟ ମତଦାନ ଥିବା ବେଳେ ମୈଦାନରେ 904 ପ୍ରାର୍ଥୀ ଅଛନ୍ତି । ଏମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଛନ୍ତି । ଅଧିକ ପଢନ୍ତୁ

Last Phase of Lok Sabha Election
Last Phase of Lok Sabha Election (ETV Bharat Odisha)
author img

By ETV Bharat Odisha Team

Published : May 31, 2024, 10:49 PM IST

ହାଇଦ୍ରାବାଦ: ଶେଷ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ 2024 । ଜୁନ 1 ତାରିଖ ଦେଶରେ ସପ୍ତମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଅନ୍ତିମ ପର୍ଯ୍ୟାୟ ଫାଇଟ ପାଇଁ ଗୁରୁବାର ସନ୍ଧ୍ୟାରୁ ବିଭିନ୍ନ ରାଜନୈତିକ ଦଳର ମାରାଥନ ପ୍ରଚାର ଶେଷ ହେବା ପରେ ଆସିଛି ପରୀକ୍ଷାର ଘଡ଼ି । 7 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 57 ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ମୈଦାନରେ ଥିବା 904 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତାଦାତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ପର୍ଯ୍ୟାୟରେ ମୈଦାନରେ ଅଛନ୍ତି । ସେ ଉତ୍ତର ପ୍ରଦେଶ ବାରଣାସୀ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢୁଛନ୍ତି ।

7TH PHASE VOTING
7TH PHASE VOTING (ETV Bharat)
7TH PHASE VOTING
7TH PHASE VOTING (ETV Bharat)

ମୈଦାନରେ 904 ପ୍ରାର୍ଥୀ:- ସପ୍ତମ ପର୍ଯ୍ୟାୟରେ ମୈଦାନରେ ମୋଟ 904 ପ୍ରାର୍ଥୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ 809 ଜଣ ପୁରୁଷ ଥିବା ବେଳେ 94ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ଅଛନ୍ତି । ଏମାନଙ୍କ ମଧ୍ୟରୁ 2078 ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ 1413ଜଣଙ୍କର ଗ୍ରହଣ କରାଯାଇଥିଲା । 598 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ ଓ 57 ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେବା ପରେ ଏବେ 904ଜଣ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିବେ । ଏହି ପର୍ଯ୍ୟାୟରେ ଦେଶରେ 167 ରାଜନୈତିକ ଦଳର ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

7TH PHASE VOTING
7TH PHASE VOTING (ETV Bharat)
7TH PHASE VOTING
7TH PHASE VOTING (ETV Bharat)

କୋଟିପତି ପ୍ରାର୍ଥୀ:- 904 ପ୍ରାର୍ଥୀଙ୍କ ମଧ୍ୟରୁ 299ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି । ପଞ୍ଜାବ ବଠିଣ୍ଡା ଶିରୋମଣି ଅକାଳି ଦଳ (SAD) ପ୍ରାର୍ଥୀ ହରସିମ୍ରତ କୌର ବାଦଲଙ୍କ 198 କୋଟି ସମ୍ପତ୍ତି ଥିବା ବେଳେ ସେ ମୁଖ୍ୟ 5କୋଟିପତି ସାଂସଦ ପ୍ରାର୍ଥୀଙ୍କ ତାଲିକାରେ ପ୍ରଥମରେ ରହିଛନ୍ତି । ଦ୍ବିତୀୟର ଅଛନ୍ତି କେନ୍ଦ୍ରାପଡ଼ା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ତାଙ୍କ ସମ୍ପତ୍ତିର ମୂଲ୍ୟ ରହିଛି 148 କୋଟି । ସେହିପରି ଚଣ୍ଡିଗଡ଼ ବିଜେପି ସାଂସଦ ପ୍ରାର୍ଥୀ ସଞ୍ଜୟ ଟଣ୍ଡନଙ୍କ ସମ୍ପତ୍ତିର ମୂଲ୍ୟ 111କୋଟି ରହିଛି । ମଣ୍ଡି କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂଙ୍କ ସମ୍ପତ୍ତିର ମୂଲ୍ୟ 100କୋଟି ରହିଛି । ମଣ୍ଡି ବିଜେପି ସାଂସଦ ପ୍ରାର୍ଥିନୀ ତଥା ବଲିଉଡ ଅଭିନେତା କଙ୍ଗନା ରଣାୱତଙ୍କ ସମ୍ପତ୍ତିର ମୂଲ୍ୟ 91କୋଟି ରହିଛି ।

7TH PHASE VOTING
7TH PHASE VOTING (ETV Bharat)
Lok Sabha Election 2024
Lok Sabha Election 2024 (ETV Bharat)

ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀ:- ଶେଷ ପର୍ଯ୍ୟାୟରେ 199 ସାଂସଦ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି । ଏହି ତାଲିକାର ପ୍ରଥମରେ ଅଛନ୍ତି ଉତ୍ତର ପ୍ରଦେଶ ବାଲିଆ ବିଏସପି ପ୍ରାର୍ଥୀ ଲଲନ ସିଂ ଯାଦବ । ତାଙ୍କ ବିରୋଦରେ 27ଟି ସଙ୍ଗୀନ ଆଇପିସି ଧାରା ଓ 22ଟି ଅପରାଧିକ ମାମଲା ରହିଛି । ପଞ୍ଜାବ ଖଦୁର ସାହିବ ସ୍ବାଧୀନ ପ୍ରାର୍ଥୀ ଅମୃତପାଲ ସିଂଙ୍କ ବିରୋଧରେ 12ଟି ଅପରାଧିକ ମାମଲା ରହିଛି । ବାରଣାସୀ କଂଗ୍ରେସ ପ୍ରାର୍ଥୀ ଅଜୟ ରାଏଙ୍କ ବିରୋଧରେ 18ଟି ମାମଲା ରହିଛି । ସେହିପରି ପଶ୍ଚିମବଙ୍ଗ ଡାୟମଣ୍ଡ-ହାର୍ବର ବିଜେପି ପ୍ରାର୍ଥୀ ଅଭିଜିତ ଦାସଙ୍କ ବିରୋଧରେ 13ଟି ମାମଲା ଥିବା ବେଳେ ଉତ୍ତର ପ୍ରଦେଶ ଖୁସି ନଗର ରାଷ୍ଟ୍ରୀୟ ଶୋସିତ ସମାଜ ପାର୍ଟି (RSSP) ପ୍ରାର୍ଥୀ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ 9ଟି ଅପରାଧିକ ମାମଲା ରହିଛି ।

7TH PHASE VOTING
7TH PHASE VOTING (ETV Bharat)

ଶିକ୍ଷାଗତ ଯୋଗ୍ୟତା:- ଶେଷ ପର୍ଯ୍ୟାୟରେ ନିଜ ଭାଗ୍ୟ ପରୀକ୍ଷା କରୁଥିବା ସାଂସଦ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଦେଖିଲେ 904 ପ୍ରାର୍ଥୀଙ୍କ ମଧ୍ୟରୁ ବିଦ୍ୟାଳୟ ହତା ମାଡ଼ିନାହାନ୍ତି 24 ପ୍ରାର୍ଥୀ । ସେହିପରି 26ଜଣ ଶିକ୍ଷିତ ବର୍ଗରେ ଯାଉଥିବା ବେଳେ 31ଜଣ ପଞ୍ଚମ ପାସ୍‌, 62ଜଣ ଅଷ୍ଟମ ପାସ୍‌, 133ଜଣ ଦଶମ ପାସ୍‌, 126ଜଣ ଦ୍ବାଦଶ ପାସ୍‌, 164ଜଣ ସ୍ନାତକ, 83ଜଣ ବୃତ୍ତିଗତ ସ୍ନାତକ, 159ଜଣ ସ୍ନାତକୋତ୍ତର, ଡକ୍ଟରେଟ 24, ଡିପ୍ଲୋମାଧାରୀ 20ଜଣ ରହିଛନ୍ତି । 2ଜଣ ପ୍ରାର୍ଥୀ ନିଜ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ତଥ୍ୟ ଦେଇନାହାନ୍ତି ।

Key Candidates
Key Candidates (ETV Bharat)
Key Candidates
Key Candidates (ETV Bharat)

ପ୍ରମୁଖ ପ୍ରାର୍ଥୀ:- ଅନ୍ତିମ ଫାଇଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶ ବାରଣାସୀ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢୁଛନ୍ତି । 2014 ନିର୍ବାଚନରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଏହି ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଅନ୍ୟ ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ପାଟନା ସାହିବ ବିଜେପି ପ୍ରାର୍ଥୀ ରବି ଶଙ୍କର ପ୍ରସାଦ, ପାଟନା ସାହିବ କଂଗ୍ରେସ ପ୍ରାର୍ଥୀ ଅଂଶୁଲ ଅଭିଜିତ, ବିହାର ପାଟଳିପୁତ୍ର ଆରଜେଡି ପ୍ରାର୍ଥିନୀ ତଥା ଲାଲୁଙ୍କ ଝିଅ ମିସା ଭାରତୀ ଯାଦବ, ମଣ୍ଡି କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂ, ମଣ୍ଡି ବିଜେପି ପ୍ରାର୍ଥିନୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ, ହମିରପୁର ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର, ଗୋଡାରୁ ବିଜେପି ପ୍ରାର୍ଥୀ ନିଶିକାନ୍ତ ଦୁବେ, ବାଲେଶ୍ବରରୁ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପଶ୍ଚିମବଙ୍ଗ ଡାୟମଣ୍ଡ-ହାର୍ବରରୁ ଟିଏମସି ପ୍ରାର୍ଥୀ ଅଭିଷେକ ବାନାର୍ଜୀ ।

7TH PHASE VOTING
7TH PHASE VOTING (ETV Bharat)

ପ୍ରମୁଖ ଆସନ: ଏହି ପର୍ଯ୍ୟାୟରେ ପ୍ରମୁଖ ଲୋକସଭା ଆସନ ମଧ୍ୟରେ ଅଛି ପଞ୍ଜାବ ପାଟନା ସାହିବ, ଖଦୁର ସାହିବ, ପଟିଆଲା ଓ ଲୁଧିଆନା, ବିହାରରୁ ପାଟଳିପୁତ୍ର, ଆରାହ, ବକ୍ସର ଓ ଜାହାନବାଦ । ହିମାଚଳ ପ୍ରଦେଶରୁ ହମିରପୁର, ମଣ୍ଡି ଓ କାଙ୍ଗରା, ଓଡ଼ିଶାରୁ ବାଲେଶ୍ବର, ଜଗତସିଂହପୁର ରହିଛି । ଉତ୍ତର ପ୍ରଦେଶରୁ ମହାରାଜଗଞ୍ଜ, ବାରଣାସୀ, ପଶ୍ଚିମବଙ୍ଗରୁ ଡୁମଡୁମ, କୋଲକାତା ଉତ୍ତର, ଡାୟମଣ୍ଡ-ହାର୍ବର ରହିଛି ।

7TH PHASE VOTING
7TH PHASE VOTING (ETV Bharat)
7TH PHASE VOTING
7TH PHASE VOTING (ETV Bharat)

ପଢନ୍ତୁ ନିର୍ବାଚନ ସମ୍ପର୍କିତ ଅନ୍ୟ କିଛି ଖବର

ଲୋକସଭା ନିର୍ବାଚନ 2024: ରାଜ୍ୟରେ 4ର୍ଥ ପର୍ଯ୍ୟାୟ ମତଦାନ, 66 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଓଡ଼ିଶା ବିଧାନସଭା ନିର୍ବାଚନ 2024; ଶନିବାର ଶେଷ ପର୍ଯ୍ୟାୟ ଲଢେଇ, ମୈଦାନରେ 394 ପ୍ରାର୍ଥୀ

ନିର୍ବାଚନ ଆସିଲେ ଚର୍ଚ୍ଚାକୁ ଆସେ ଏକଜିଟ୍‌ ପୋଲ ଓ ଓପିନିଅନ ପୋଲ, କଣ ଏହି ସର୍ଭେର ପୂରା କାହାଣୀ ? ଜାଣନ୍ତୁ

କାହାର ହେବ ଉତ୍ତର-ଉପକୂଳ : 2019ରେ 4-2 ଥିଲେ ବିଜେଡି-ବିଜେପି, ଏଥର ହେବ କି ଫଟୋ ଫିନିସ୍ ?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.