ETV Bharat / bharat

ଆନ୍ଧ୍ରରେ ଜଗନ ଆଉଟ ଅଫ ପାଓ୍ବାର ! ବହୁମତ ଆଡକୁ NDA, ଚନ୍ଦ୍ରବାବୁ ହେବେ ମୁଖ୍ୟମନ୍ତ୍ରୀ ! - AP Assembly Election Results 2024

author img

By ETV Bharat Odisha Team

Published : Jun 4, 2024, 12:56 PM IST

AP Assembly Election Results 2024: ଏକକ ବହୁମତ ଆଡକୁ ବଢୁଛି ଚନ୍ଦ୍ରବାବୁଙ୍କ ‘ଟିଡିପି’ । ମେଣ୍ଟରେ ନିର୍ବାଚନ ଲଢିଥିଲେ ଟିଡିପି-ବିଜେପି ଓ ଜନସେନା ପାର୍ଟି । ଟ୍ରେଣ୍ଡରେ ବହୁପଛରେ ଶାସକ ଦଳ ‘ଓ୍ବାଇଏସଆର’ । ଅଧିକ ପଢନ୍ତୁ

ବହୁମତ ଆଡକୁ NDA, ଚନ୍ଦ୍ରବାବୁ ହେବେ ମୁଖ୍ୟମନ୍ତ୍ରୀ !
ବହୁମତ ଆଡକୁ NDA, ଚନ୍ଦ୍ରବାବୁ ହେବେ ମୁଖ୍ୟମନ୍ତ୍ରୀ ! (ETV Bharat Odisha)

ହାଇଦ୍ରାବାଦ: କେନ୍ଦ୍ରରେ ତୃତୀୟ ପାଳି ଆରମ୍ଭ କରିବାକୁ ଯାଉଥିବା ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରଥମ ଥର କର୍ଣ୍ଣାଟକ ପରେ ଦ୍ବିତୀୟ ଦକ୍ଷିଣ ରାଜ୍ୟ ଭାବେ ଆନ୍ଧ୍ରରେ ମଧ୍ୟ କ୍ଷମତା ଆରମ୍ଭ କରିବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳ ଟ୍ରେଣ୍ଡ ଅନୁସାରେ, ରାଜ୍ୟରେ କ୍ଷମତାସୀନ ଜଗନ ରେଡ୍ଡୀଙ୍କ ‘ଓ୍ବାଇଏସଆର’-କଂଗ୍ରେସକୁ ପଛରେ ପକାଇ ଚନ୍ଦ୍ରବାବୁ ନାଇଡୁଙ୍କ ‘ଟିଡିପି’ ଓ ବିଜେପି ମେଣ୍ଟ ସଂଖ୍ୟା ଗରିଷ୍ଠତା ନିକଟବର୍ତ୍ତୀ ହୋଇଛି ।

ଆନ୍ଧ୍ର ବିଧାନସଭାର ମୋଟ 175 ଆସନ ମଧ୍ୟରୁ ‘ଟିଡିପି’ ଏବେ ସୁଦ୍ଧା ପ୍ରାୟ 125ରୁ ଅଧିକ ଆସନରେ ଆଗରେ ରହିଛି । ସେହିପରି ପବନ କଲ୍ୟାଣଙ୍କ ଜନସେନା ପାର୍ଟି 17ଟି ଆସନ ଓ ବିଜେପି ପ୍ରାର୍ଥୀମାନେ 7 ଆସନରେ ଆଗରେ ରହିଛନ୍ତି । ନିଜେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ତେଲଗୁ ଦେଶମ ପାର୍ଟି’ର ପ୍ରତିଷ୍ଠାତା ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଭଲ ବ୍ୟବଧାନରେ ଆଗରେ ଅଛନ୍ତି । 175 ଆସନ ବିଶିଷ୍ଟ ଆନ୍ଧ୍ରରେ ସରକାର ଗଠନ କରିବା ପାଇଁ ସଂଖ୍ୟା ବହୁମତ ରହିଛି 135 । 2019ରେ ‘ଓ୍ବାଇଏସଆର’ କଂଗ୍ରେସ 151 ଆସନ ଜିତି ସରକାର ଗଠନ କରିଥିଲା । ଏଥର ‘ଏନଡିଏ’ ମେଣ୍ଟରେ ‘ଟିଡିପି’ ସର୍ବାଧିକ 144 ଆସନରେ ନିର୍ବାଚନ ଲଢିଥିଲା । ସେହିପରି ଅଭିନେତା ପବନ କଲ୍ୟାଣଙ୍କ ପାର୍ଟି ଜନସେନା ପାର୍ଟି 21 ଓ ବିଜେପି ଅବଶିଷ୍ଟ 10 ଆସନରେ ନିର୍ବାଚନ ଲଢିଥିଲା । ଅନ୍ୟପଟେ ଶାସନରେ ଥିବା ଜଗନଙ୍କ ପାର୍ଟି ସମସ୍ତ ଆସନରେ ଏକାକୀ ନିର୍ବାଚନ ଲଢିଥିଲା । ମାତ୍ର ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ, ଜଗନ ସରକାର ସଂଖ୍ୟା ବହୁମତ ଠାରୁ ବେଶ ପଛରେ ରହିଛି । ଦଳୀୟ ପ୍ରାର୍ଥୀମାନେ ବିଜେପି ଓ ‘ଟିଡିପି’ ପ୍ରାର୍ଥୀଙ୍କ ଠାରୁ ପଛରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- 542 ଆସନରେ ଆସିଲା ଟ୍ରେଣ୍ଡ: ସଂଖ୍ୟା ଗରିଷ୍ଠତା ଅତିକ୍ରମ କଲା NDA, ବିଭିନ୍ନ ସ୍ଥାନରେ କର୍ମୀଙ୍କ ସେଲିବ୍ରେସନ - BJP led NDA alliance

କେନ୍ଦ୍ରରେ 4ଶହ ପାର କରିବା ଲକ୍ଷ୍ୟରେ ଚଳିତ ନିର୍ବାଚନ ଲଢିଥିବା ବିଜେପି ଏଥର ପ୍ରାୟ 300 ଆସନରେ ଏବେ ସୁଦ୍ଧା ଆଗରେ ରହିଛି । କେନ୍ଦ୍ରରେ ପୁଣି ଥରେ ମୋଦି ନେତୃତ୍ବରେ ଏନଡିଏ ସରକାର ଗଠନ ହେବା ନେଇ ଚିତ୍ର କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି । ପୂର୍ବରୁ ଅରୁଣାଚଳ ପ୍ରଦେଶରେ କ୍ଷମତା ହାସଲ କରି ସାରିଥିବା ବିଜେପି ଏବେ ଓଡିଶା ଓ ଆନ୍ଧ୍ରରେ ମଧ୍ୟ ସରକାର ଗଠନ କରିବା ଦିଗରେ ଆଗକୁ ବଢୁଛି । ଅପରାହ୍ନ 3ଟା ସୁଦ୍ଧା କେନ୍ଦ୍ର ଓ ଦୁଇ ରାଜ୍ୟରେ ସଂଖ୍ୟା ଗରିଷ୍ଠତା ନେଇ ଚିତ୍ର ସ୍ପଷ୍ଟ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.