ETV Bharat / bharat

‘2002 ଦଙ୍ଗା ଘଟଣାରେ ଆଡଭାନୀ ହିଁ ମୋଦିଙ୍କୁ ବଞ୍ଚାଇଥିଲେ’

author img

By ETV Bharat Odisha Team

Published : Feb 4, 2024, 6:56 AM IST

Jairam Ramesh's dig after Bharat Ratna conferred to veteran: 2002ରେ ଆଡଭାନୀ ହିଁ ମୋଦିଙ୍କୁ ବଞ୍ଚାଇଥିଲେ କହିଲେ ଜୟରାମ ରମେଶ । ଅଧିକ ପଢନ୍ତୁ

‘2002 ଦଙ୍ଗା ଘଟଣାରେ ଆଡଭାନୀ ହିଁ ମୋଦିଙ୍କୁ ବଞ୍ଚାଇଥିଲେ’
‘2002 ଦଙ୍ଗା ଘଟଣାରେ ଆଡଭାନୀ ହିଁ ମୋଦିଙ୍କୁ ବଞ୍ଚାଇଥିଲେ’

ନୂଆଦିଲ୍ଲୀ: ଭେଟେରାନ ବିଜେପି ନେତା, ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ତଥା ରାମ ମନ୍ଦିର ନିର୍ମାଣ ଆନ୍ଦୋଳନର ପୁରୋଧା ଲାଲକୃଷ୍ଣ ଆଡଭାନୀଙ୍କୁ ‘ଭାରତରତ୍ନ’ ସମ୍ମାନିତ କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହାପରେ ଗତକାଲି ଦିନ ତମାମ ଆଡଭାନୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ହେଲେ ଏହି ଘଟଣାକ୍ରମକୁ ବିରୋଧୀ ଦଳ କଂଗ୍ରେସ 2002 ଗୋଧ୍ରା ଦଙ୍ଗା ସହ ଯୋଡି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛି । 2002ରେ ଗୁଜୁରାଟରେ ହୋଇଥିବା ଦଙ୍ଗା ସମୟରେ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଥିଲେ । ସେତେବେଳେ ଆଡଭାନୀଙ୍କ ସମର୍ଥନରେ ସେ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାରେ ସଫଳ ହୋଇଥିଲେ ବୋଲି କଂଗ୍ରେସ ନେତା ତଥା ଦଳର ଯୋଗାଯୋଗ ବ୍ୟାପାର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ।

ଜୟରାମ କହିଛନ୍ତି, 2002ରେ ଗୁଜୁରାଟରେ ମୋଦି ମୁଖ୍ୟମନ୍ତ୍ରୀ ଥିବା ସମୟରେ ଯେଉଁ ଭୀଷଣ ଦଙ୍ଗା ହୋଇଥିଲା, ସେତେବେଳର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ନିଷ୍ପତ୍ତି ନେଇ ସାରିଥିଲେ । ସେତେବେଳେ ଅଟଳଜୀ ମୋଦିଙ୍କୁ ରାଜଧର୍ମ ପାଳନ କରିବାକୁ ଉପଦେଶ ମଧ୍ୟ ଦେଇଥିଲେ । ସେ ପଦରୁ ମୋଦିଙ୍କୁ ହଟାଇବା ପାଇଁ ନିଷ୍ପତ୍ତି ନେଇସାରିଥିବା ସ୍ପଷ୍ଟ ହୋଇଥିଲା । ହେଲେ ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ସମର୍ଥନ ମୋଦିଜୀଙ୍କ ପଛରେ ଥିଲା । ତେଣୁ ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ବଞ୍ଚିଯାଇଥିଲା । କେବଳ ଆଡଭାନୀଙ୍କ ସମର୍ଥନ କାରଣରୁ ନରେନ୍ଦ୍ର ମୋଦି ବର୍ତ୍ତି ଯାଇଥିଲା ବୋଲି ଜୟରାମ ରମେଶ କହିଥିଲେ ।

ଏହା ମଧ୍ୟ ପଢନ୍ତୁ :- 'ଭାରତ ରତ୍ନ' ଆଡଭାନୀ; ସଂଘର୍ଷରୁ ସଫଳତା ପୁଣି ବିବାଦ ଯାଏଁ, ଜାଣନ୍ତୁ ଆଡଭାନୀଙ୍କ ଜୀବନୀ

ଭାରତୀୟ ଜନତା ପାର୍ଟି ଓ ଭାରତୀୟ ରାଜନୀତିରେ ଏକ ଚର୍ଚ୍ଚିତ ତଥା ପ୍ରଭାବଶାଳୀ ବ୍ୟକ୍ତିତ୍ବ ଲାଲକୃଷ୍ଣ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଭାରତରତ୍ନ' ରେ ସମ୍ମାନିତ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଏହାପୂର୍ବରୁ ସେ ‘ପଦ୍ମ ବିଭୂଷଣ’ରେ ମଧ୍ୟ ସମ୍ମାନିତ ହୋଇସାରିଛନ୍ତି । ହେଲେ ଗତ କିଛି ବର୍ଷ ମଧ୍ୟରେ ଆଡଭାନୀଙ୍କୁ ମୋଦି ସରକାରରେ ଅବହେଳା କରାଯାଉଥିବା ଅଭିଯୋଗ ବିରୋଧୀମାନେ କ୍ରମାଗତ ଆଣିଛନ୍ତି । ଦଳର ଏହି ପ୍ରତିଷ୍ଠାତା ସମଦସ୍ୟଙ୍କୁ ଉଚିତ ଗୁରୁତ୍ବ ଦିଆଯାଉନଥିବା ଚର୍ଚ୍ଚା ପୁଣି ଥରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମୟରେ ଚର୍ଚ୍ଚାକୁ ଆସିଥିଲା । ବୟସାଧିକ କାରଣରୁ ତାଙ୍କୁ କାର୍ଯ୍ୟକ୍ରମକୁ ନଆସିବାକୁ ମନ୍ଦିର କମିଟି ଅନୁରୋଧ କରିଥିବା କଥା ଚର୍ଚ୍ଚା ହେବା ପରେ ବିଜେପିକୁ ସମାଲୋଚନାର ଶିକାର ହେବାକୁ ପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.