ETV Bharat / bharat

କୋଲକାତା ଲଜ୍ଜା: ଆନ୍ଦୋଳନରତ ଡାକ୍ତରଙ୍କୁ ଆଲୋଚନା ପାଇଁ ଡାକିଲେ ମମତା - Kolkata RG Kar Case

author img

By ETV Bharat Odisha Team

Published : Sep 11, 2024, 4:39 PM IST

Mamata Banerjee to talk with protesting Doctor: ଆନ୍ଦୋଳନରତ ଡାକ୍ତରଙ୍କୁ ଆଲୋଚନା ପାଇଁ ଦିଦିଙ୍କ ନିମନ୍ତ୍ରଣ । ସଂଧ୍ୟାରେ ନବାନ୍ନ ଯାଇପାରନ୍ତି ଡାକ୍ତର ପ୍ରତିନିଧି ମଣ୍ଡଳୀ । ଅଧିକ ପଢନ୍ତୁ

କୋଲକାତା ଲଜ୍ଜା: ଆନ୍ଦୋଳନରତ ଡାକ୍ତରଙ୍କୁ ଆଲୋଚନା ପାଇଁ ଡାକିଲେ ମମତା
କୋଲକାତା ଲଜ୍ଜା: ଆନ୍ଦୋଳନରତ ଡାକ୍ତରଙ୍କୁ ଆଲୋଚନା ପାଇଁ ଡାକିଲେ ମମତା (ETV Bharat Odisha)

କୋଲକାତା: ଆର.ଜି କର ହସ୍ପିଟାଲ କନିଷ୍ଠ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏବେ ମଧ୍ୟ ପ୍ରତିବାଦ ଜାରି ରଖିଛନ୍ତି ଡାକ୍ତର । ସୁପ୍ରିମକୋର୍ଟଙ୍କ ତାଗିଦ୍‌ ସତ୍ତ୍ବେ ମଧ୍ୟ କାର୍ଯ୍ୟାନୁଷ୍ଠାନକୁ ଖାତିର ନକରି ଡାକ୍ତରମାନେ କୋଲକାତା ସମେତ ଦେଶର ବିଭିନ୍ନ ସହରରେ ଧାରଣାରେ ବସିଛନ୍ତି । କୋଲକାତାରେ ଆନ୍ଦୋଳନରତ ଡାକ୍ତରଙ୍କୁ ଆଲୋଚନା କରିବାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।ଡାକ୍ତରଙ୍କ ଏକ ପ୍ରତିନିଧି ଟିମ ସହ ମୁଖ୍ୟମନ୍ତ୍ରୀ ମମତା ଆଲୋଚନା କରିବାକୁ ଆଗ୍ରହୀ ବୋଲି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଆନ୍ଦୋଳନରତ ଡାକ୍ତରଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ହେଲେ ଏହି ପ୍ରସ୍ତାବକୁ ଗ୍ରହଣ କରି ଡାକ୍ତରୀ ପ୍ରତିନିଧି ଦଳ ଆଲୋଚନା ପାଇଁ ଯିବ କି ପ୍ରତ୍ୟାଖ୍ୟାନ କରିବ, ସେନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିନି ।

ଘଟଣା ଘଟିଥିବା ଆରଜି କର ମେଡିକାଲ କଲେଜ ସମ୍ମୁଖରେ ପୋଲିସ ଫୋର୍ସ
ଘଟଣା ଘଟିଥିବା ଆରଜି କର ମେଡିକାଲ କଲେଜ ସମ୍ମୁଖରେ ପୋଲିସ ଫୋର୍ସ (ETV Bharat Odisha)

୧୨ ରୁ ୨୫ ସଦସ୍ୟଙ୍କୁ ନିମନ୍ତ୍ରଣ:

ସୂଚନା ଅନୁସାରେ, ପଶ୍ଚମବଙ୍ଗ ମୁଖ୍ୟ ଶାସନ ସଚିବ ମନୋଜ ପନ୍ତ ଆନ୍ଦୋଳନରତ ଡାକ୍ତରଙ୍କ ଏକ ୧୨ ରୁ ୨୫ ସଦସ୍ୟ ବିଶିଷ୍ଟ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଲୋଚନା ପାଇଁ ଆସନ୍ତୁ ବୋଲି ଆହ୍ବାନ କରିଛନ୍ତି । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମମତା ଆଲୋଚନା ପାଇଁ ଉପସ୍ଥିତ ରହିବେ । ପୂର୍ବରୁ ଆନ୍ଦୋଳନରତ ଡାକ୍ତରମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଖୋଲା ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଥିଲେ । ହେଲେ ସରକାରଙ୍କ ପକ୍ଷରୁ ଆଜି ଆସିଥିବା ଏହି ପ୍ରସ୍ତାବ ସମ୍ପର୍କରେ ସେମାନଙ୍କ ନିଷ୍ପତ୍ତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।

ଏହା ମଧ୍ୟ ପଢନ୍ତୁ: kolkata Horror: ଭାଇରାଲ ହେଉଛି ଅଭୟାଙ୍କ ମା'ଙ୍କ ଲୁହଭିଜା ଚିଠି, ନ୍ୟାୟ ମାଗିବ ବିଶ୍ବ !

୩୩ ଦିନରେ ପହଞ୍ଚିଲାଣି ଆନ୍ଦୋଳନ:

ଗତମାସ (ଅଗଷ୍ଟ) ୯ ତାରିଖରେ ଏହି ଘଟଣା ଘଟିଥିଲା । ସେବେଠାରୁ କୋଲକାତା ସମେତ ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଥିବା ଏହି ଡାକ୍ତର ଆନ୍ଦୋଳନ ଆଜି ୩୩ତମ ଦିନରେ ପହଞ୍ଚିଛି । ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ, ପୀଡିତା ପରିବାରକୁ ନ୍ୟାୟ, ଆର.ଜି କର ମେଡିକାଲ କଲେଜରେ ଚାଲିଥିବା ସମସ୍ତ ବେଆଇନ କାର୍ଯ୍ୟର ତଦନ୍ତ କରାଯିବା, ଦେଶବ୍ୟାପୀ କାର୍ଯ୍ୟସ୍ଥଳରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ନିଶ୍ଚିତ କରିବା, ପଶ୍ଚିମବଙ୍ଗ ପୋଲିସ କମିଶନର ଓ ସ୍ବାସ୍ଥ୍ୟ ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରି ଏକାଧିକ ଦାବିରେ ଡାକ୍ତରମାନେ ପ୍ରତିବାଦ ଜାରି ରଖିଛନ୍ତି ।

  • ତଦନ୍ତ କରୁଛି ‘ସିବିଆଇ’, ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ:-

କେନ୍ଦ୍ରୀୟ ସଂସ୍ଥା ‘ସିବିଆଇ’ ଏବେ ଏହି ମାମଲାର ତଦନ୍ତ ଜାରି ରଖିଥିବା ବେଳେ ସର୍ବୋଚ୍ଚ କୋର୍ଟରେ ଏହାର ମଧ୍ୟ ଶୁଣାଣି ହେଉଛି । ଏବେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଗିରଫ ହୋଇଥିବା ବେଳେ ମେଡିକାଲ କଲେଜର ବିଭିନ୍ନ ଅନିୟମିତତା ମାମଲାରେ ଇସ୍ତଫା ଦେଇଥିବା ଅଧ୍ୟକ୍ଷ ସନ୍ଦୀପ ଘୋଷ ଗିରଫ ହୋଇଛନ୍ତି । ସୁପ୍ରିମକୋର୍ଟ ଏହି ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରି ପଶ୍ଚିମବଙ୍ଗ ସରକାର ଓ କୋଲକାତା ପୋଲିସ ପ୍ରଶାସନ ଉପରେ ଭୀଷଣ ବର୍ଷିଥିଲେ । ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଏକ ୧୦ ଜଣିଆ ଜାତୀୟ ଟାକ୍ସଫୋର୍ସ ଗଠନ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ଶୁଣାଣିରେ କୋର୍ଟ ଡାକ୍ତରଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରି ରୋଗୀ ସେବାକୁ ଫେରିଯିବାକୁ କହିଥିଲେ । ହେଲେ ଏହାକୁ ଡାକ୍ତରମାନେ ଗ୍ରହଣ କରିନାହାନ୍ତି ।

ଏହା ମଧ୍ୟ ପଢନ୍ତୁ :-Kolkata Rape Murder Case: କୋଲକାତା କାଣ୍ଡର ସୁପ୍ରିମ ଶୁଣାଣି, ନୂଆ ଷ୍ଟାଟସ ରିପୋର୍ଟ ପାଇଁ CBIକୁ ନିର୍ଦ୍ଦେଶ, ଆନ୍ଦୋଳନ ବନ୍ଦ ନକଲେ କାର୍ଯ୍ୟାନୁଷ୍ଠାନ - Supreme Court Hearing
  • ସୋମବାର ବିଶ୍ବର ୧୩୦ ସହରରେ ହୋଇଥିଲା ପ୍ରତିବାଦ:-

୯ ତାରିଖରେ ଏହି ଘଟଣାରେ ସାରା ବିଶ୍ବରେ ପ୍ରତିବାଦ ଦେଖିବାକୁ ମିଳିଥିଲା । ଆମେରିକା, ୟୁରୋପ ଅଷ୍ଟ୍ରେଲିଆ ସମେତ ୨୫ଟି ଦେଶର ଶତାଧିକ ସହରରେ ପ୍ରବାସୀ ଭାରତୀୟମାନେ ପ୍ରତିବାଦ କରିଥିଲେ । ଦେଶରେ ମହିଳା ଓ ବିଶେଷ ଭାବେ ଡାକ୍ତରଙ୍କୁ ସୁରକ୍ଷା ଦେବାକୁ ସରକାର ନିଶ୍ଚିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଥିଲେ । କୋଲକାତାରେ ମଧ୍ୟ ମଧ୍ୟରାତ୍ରିରେ କ୍ୟାଣ୍ଡେଲ ପ୍ରତିବାଦ ଶୋଭାଯାତ୍ରା ବାହାରିଥିଲା । ଏଥିରେ ପୀଡିତାଙ୍କ ଅଭିଭାବକ ଓ ସମ୍ପର୍କୀୟ ମଧ୍ୟ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: Kolkata Doctor Death Case; କୋଲକାତା ଲଜ୍ଜା ଉଦ୍‌ବେଗଜନକ କହିଲେ ରାଷ୍ଟ୍ରପତି ମୁର୍ମୁ, ସନ୍ଦୀପ ଘୋଷ ସସ୍‌ପେଣ୍ଡ, ମମତା କହିଲେ ‘ବେଙ୍ଗଲ ଜଳିଲେ ଦିଲ୍ଲୀ ବି ଜଳିବ’, ଦିଦିଙ୍କ ବୟାନକୁ ବିରୋଧ କଲେ ମୁଖ୍ୟମନ୍ତ୍ରୀ ମୋହନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.