ETV Bharat / bharat

କୋଲକାତା ଦୁଷ୍କର୍ମ-ହତ୍ୟା ଘଟଣା: ସୁପ୍ରିମକୋର୍ଟ ଖପ୍ପା, ଗଠନ ହେଲା ନ୍ୟାସନାଲ ଟାସ୍କଫୋର୍ସ, ବୁଧବାର ସୁଦ୍ଧା ଷ୍ଟାଟସ ରିପୋର୍ଟ ଦେବ CBI - National Task Force Of Doctors - NATIONAL TASK FORCE OF DOCTORS

Kolkata case: ଡାକ୍ତରଙ୍କ ସୁରକ୍ଷା ପାଇଁ ଗଠନ ହେଲା ନ୍ୟାସନାଲ ଟାସ୍କଫୋର୍ସ । ମାମଲା ଅତି ଗମ୍ଭୀର କହି ପଶ୍ଚିମବଙ୍ଗ ସରକାର ଉପରେ ବର୍ଷିଲେ ଖଣ୍ଡପୀଠ । ଅଧିକ ପଢନ୍ତୁ

କୋଲକାତା କାଣ୍ଡରେ ସୁପ୍ରିମକୋର୍ଟଙ୍କ ବଡ ପଦକ୍ଷେପ, ଗଠନ ହେଲା ନ୍ୟାସନାଲ ଟାକ୍ସଫୋର୍ସ
କୋଲକାତା କାଣ୍ଡରେ ସୁପ୍ରିମକୋର୍ଟଙ୍କ ବଡ ପଦକ୍ଷେପ, ଗଠନ ହେଲା ନ୍ୟାସନାଲ ଟାକ୍ସଫୋର୍ସ (ETV Bharat Odisha)
author img

By ETV Bharat Odisha Team

Published : Aug 20, 2024, 12:33 PM IST

Updated : Aug 20, 2024, 1:43 PM IST

ନୂଆଦିଲ୍ଲୀ: କୋଲକାତା କନିଷ୍ଠ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଶୁଣାଣି କରି ସୁପ୍ରିମକୋର୍ଟ ଭୀଷଣ ବର୍ଷିଛନ୍ତି । ଆଜି ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ମାମଲାର ପ୍ରଥମ ଶୁଣାଣି କରି ମମତା ସରକାର, ପଶ୍ଚିମବଙ୍ଗ ପୋଲିସ ପ୍ରଶାସନକୁ କଡା ଭର୍ତ୍ସନା କରିଛନ୍ତି । ଏହା ସହ ସାରା ଦେଶରେ କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷା ପାଇଁ ନ୍ୟାସନାଲ ଟାସ୍କଫୋର୍ସ ଗଠନ କରିବାକୁ ମଧ୍ୟ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏହା କେବଳ ଏକ ଅପରାଧ ନୁହେଁ ବରଂ ସମଗ୍ର ଦେଶରେ କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷାର ପ୍ରସଙ୍ଗ ବୋଲି କହିଛନ୍ତି ପ୍ରଧାନ ବିଚାରପତି । ଏହା ସହ ପୀଡିତାଙ୍କ ସମ୍ପର୍କରେ ତଥ୍ୟ ପ୍ରଘଟ କରିବା ନେଇ ମଧ୍ୟ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । କୋଲକାତା ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ମାମଲାରେ ପକ୍ଷ ରଖିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସେଟର ଜେନେରାଲ ଶୁଣାଣିରେ ଉପସ୍ଥିତ ଅଛନ୍ତି । 22 ତାରିଖ (ଗୁରୁବାର) ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହା ପୂର୍ବରୁ ତଦନ୍ତକାରୀ ସଂସ୍ଥା ସିବିଆଇ ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କରିବ ।

  • ଖଣ୍ଡପୀଠ ପଚାରିଥିବା କିଛି ପ୍ରଶ୍ନ:-
  • ପଶ୍ଚିମବଙ୍ଗ ସରକାର ଉପରେ ବର୍ଷିଲେ
  • ମେଡିକାଲ କଲେଜ ଅଧ୍ୟକ୍ଷ ସନ୍ଦୀପ ଘୋଷ କ’ଣ କରୁଥିଲେ?
  • ଠିକ୍ ସମୟରେ FIR ପଞ୍ଜିକୃତ ହୋଇନାହିଁ କାହିକି ?
  • କାହିଁକି ବଳମ୍ବରେ ମୃତଦେହ ପିତାମାତାଙ୍କୁ ହସ୍ତାନ୍ତର କରାଯାଇଥିଲା ?
  • ପୋଲିସ କଣ କରୁଥିଲା ?
  • ଗମ୍ଭୀର ଅପରାଧ ସତ୍ତ୍ବେ ମଧ୍ୟ ଆନ୍ଦୋଳନକାରୀ ହସ୍ପିଟାଲ ପରିସରରେ ପ୍ରବେଶ କରିବାକୁ କେମିତି ସକ୍ଷମ ହେଲେ ?
  • କାହିଁକି ଏତଲାରେ ବିଳମ୍ବ ହେଲା:-

ଘଟଣା ସମ୍ପର୍କରେ ଜଣାପଡିବା ପରେ କେତେବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସରେ ଏତଲା ଦାଏର କରିଥିଲେ ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ପୀଡିତାଙ୍କ ମୃତଦେହକୁ ତାଙ୍କ ପରିବାରକୁ ସାଢେ ତିନିଘଣ୍ଟା ବିଳମ୍ବରେ ଦେଖିବାକୁ ଦିଆଯାଇଥିଲା ବୋଲି କହି କୋର୍ଟ ଭର୍ତ୍ସନା କରିଥିଲେ । ପୀଡିତାଙ୍କ ପରିବାର କିମ୍ବା ସମ୍ପର୍କୀୟନ ଥିବା ବେଳେ ମେଡିକାଲ କଲେଜ କର୍ତ୍ତୃପକ୍ଷ କଣ କରିବା ଉଚିତ ଥିଲା ? ବିଳମ୍ବ କରି ହତ୍ୟାକାଣ୍ଡକୁ କଣ ଆତ୍ମହତ୍ୟାର ରୂପ ଦେବା ପାଇଁ ମେଡିକାଲ କଲେଜର ଅଧ୍ୟକ୍ଷ ଚାହୁଁଥିଲେ କି ?

  • ପ୍ରମାଣ ନଷ୍ଟ କରିବାକୁ ହୋଇଥିଲା ଉଦ୍ୟମ:-

ଏହା ସହ ଜଘନ୍ୟ ଅପରାଧ ଘଟିଥିବା ସ୍ଥାନକୁ ତଦନ୍ତ ପାଇଁ କାହିଁକି ସୁରକ୍ଷିତ ରଖାଗଲାନାହିଁ । ଏତେ ସଂଖ୍ୟାରେ ଉତ୍ୟକ୍ତ ଲୋକେ କିପରି ହସ୍ପିଟାଲ ପରିସରରେ ପ୍ରବେଶ କରି ଏହାକୁ ଭଙ୍ଗାରୁଜା କଲେ ଓ କ୍ରାଇମ ରି-କ୍ରିସଏସନ ଏବେ କିପରି ହେବ ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ଏତେସଂଖ୍ୟାରେ ଲୋକେ ହସ୍ପିଟାଲରେ ପ୍ରବେଶ କରି ଉପଦ୍ରବ କରିବା ପ୍ରଶ୍ନରେ ସଲିସେଟର ଜେନେରାଲ କୋଲକାତା ପୋଲିସର ସମ୍ପୃକ୍ତି କଥା ମଧ୍ୟ ସନ୍ଦେହଘେରକୁ ଆଣିଥିଲେ । ଏହା କଣ ପୋଲିସର ଅଗୋଚରରେ ସମ୍ଭବ କି ବୋଲି ସଲିସେଟର ଜେନେରାଲ ପ୍ରଶ୍ନ କରିଥିଲେ ।

  • 22 ରେ ପରବର୍ତ୍ତୀ ଶୁଣାଣି:-

ଗୁରୁବାର (22 ତାରିଖ) ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହା ପୂର୍ବରୁ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତରେ ହସ୍ତଗତ ହୋଇଥିବା ସମସ୍ତ ତଥ୍ୟ ଷ୍ଟାଟସ ରିପୋର୍ଟ ଜରିଆରେ ଦାଖଲ କରିବ । ରିପୋର୍ଟ ଆଧାରରେ ପରବର୍ତ୍ତୀ ଶୁଣାଣିରେ ନିଷ୍ପତ୍ତି ହେବ ।

  • କଣ କରିବ ଏହି ଜାତୀୟ ଟାସ୍କଫୋର୍ସ ?

ଟାସ୍କଫୋର୍ସ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବିଷୟ ଉପରେ ବିଚାର କରିବ । ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ଲିଙ୍ଗଗତ ହିଂସାକୁ ରୋକିବା ଏବଂ ଇଣ୍ଟର୍ଣ୍ଣ, ରେସିଡେଣ୍ଟ ଏବଂ ନନ-ରେସିଣ୍ଡେଣ୍ଟ ଡାକ୍ତରଙ୍କ ପାଇଁ ଏକ ସୁରକ୍ଷିତ ଓ ସମ୍ମାନଜନକ କାର୍ଯ୍ୟଖସଡା ନିଶ୍ଚିତ କରିବାକୁ ଏକ ଜାତୀୟ ଯୋଜନା ପ୍ରସ୍ତୁତ କରିବ । ସୁପ୍ରିମକୋର୍ଟ କହିଛନ୍ତି ଯେ ଦେଶ ଅନ୍ୟ ଏକ ଦୁଷ୍କର୍ମ ଓ ହତ୍ୟା ମାମଲା ଘଟିବା ପର୍ଯ୍ୟନ୍ତ ଅପେକ୍ଷା କରିପାରିବ ନାହିଁ । ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ଥିଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ରାଜ୍ୟ ସରକାର ନିଶ୍ଚିତ କରିବା ଆବଶ୍ୟକ ।

  • ନ୍ୟାସନାଲ ଟାସ୍କଫୋର୍ସର ସଦସ୍ୟ

1. ଆଡମିରାଲ ଆର. ସରିନ ( ଜେନେରାଲ, ମେଡିକାଲ ସର୍ଭିସେସ୍ ନୌସେନା)2. ଡା. ନାଗେଶ୍ବର ରେଡ୍ଡୀ

3. ଡା. ଶ୍ରୀନିବାସ, ନିର୍ଦ୍ଦେଶକ, AIIMS ଦିଲ୍ଲୀ

4. ଡ।. ପ୍ରତିମା ମୂର୍ତ୍ତି, ନିମହାନ୍ସ ହସ୍ପିଟାଲ, ବାଙ୍ଗାଲୋର

5. ଡ।. ଗୋବର୍ଦ୍ଧନ ଦତ୍ତ ପୁରୀ, ଯୋଧପୁର AIIMS,

6 ସୋମିକରା ରାୱତ, ସଦସ୍ୟ,ଗଙ୍ଗାରାମ ହସ୍ପିଟାଲ, ଦିଲ୍ଲୀ

7. ପ୍ରଫେସର ଅନୀତା ସାକ୍ସେନା, କୁଳପତି

8 ପଲ୍ଲବୀ ସୈପାଲେ, ଜେ.ଜେ ଗ୍ରୁପ ଅଫ ହସ୍ପିଟାଲ

9. ଡା. ପଦ୍ମା ଶ୍ରୀବାସ୍ତବ, ନ୍ୟୁରୋଲୋଜୀ ବିଭାଗୀୟ ମୁଖ୍ୟ, ପାରସ ହସ୍ପିଟାଲ ଗୁଡଗାଓଁ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 20, 2024, 1:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.