ETV Bharat / bharat

Success Story: ଦିନେ ୧୫ ହଜାର ଦରମାରେ କରୁଥିଲେ ଚାକିରୀ, ଆଜି କୋଟିପତି ଉଦ୍ୟୋଗପତି - ENTREPRENEUR AJAY RAI

Success Story Of Entrepreneur Ajay Rai: ମାତ୍ର ୧୫ହଜାର ଟଙ୍କା ଦରମାରେ ଚାକିିରୀ କରୁଥିବା ବ୍ୟକ୍ତି ଏବେ କୋଟିପତି । ୟୁରୋପୀୟ ଦେଶରେ ଅଛି ତାଙ୍କର କମ୍ପାନୀ । ଅନ୍ୟମାନଙ୍କୁ ମଧ୍ୟ ଯୋଗାଉଛନ୍ତି ରୋଜଗାର । କିଏ ଏହି ଉଦ୍ୟୋଗପତି (Entrepreneur ), ମାତ୍ର ୨୯ ବର୍ଷ ବୟସରେ କିଭଳି ପାଇଲେ ଏତେ ବଡ଼ ସଫଳତା, ଜାଣନ୍ତୁ...

Ajay Rai Success Story
Ajay Rai Success Story (ETV Bharat Bihar)
author img

By ETV Bharat Odisha Team

Published : Aug 31, 2024, 9:17 AM IST

Updated : Aug 31, 2024, 9:55 AM IST

ପାଟନା: କୁହାଯାଏ, ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ଏହା କାମରେ କରି ଦେଖାଇଛନ୍ତି ବିହାରର ଜଣେ ଯୁବକ । ମାତ୍ର ୧୫ ହଜାର ଟଙ୍କା ଦରମାରେ ଚାକିିରୀ କରୁଥିବା ଅଜୟ ରାୟ ଆଜି ନିଜସ୍ବ ଉଦ୍ୟମରେ ହୋଇପାରିଛନ୍ତି କୋଟିପତି । ଆସନ୍ତୁ ଜାଣିବା ଉଦ୍ୟୋଗପତି (Entrepreneur) ଅଜୟ ରାୟ ଙ୍କ ସଫଳତାର ଯାତ୍ରା କିପରି ଥିଲା ? ଏତେ କମ ବୟସରେ ସେ କେମିତି ନିଜ ବ୍ୟବସାୟକୁ ଶିଖରରେ ପହଞ୍ଚାଇ ପାରିଲେ ?

Ajay Rai Success Story (ETV Bharat Bihar)

୧୫ ହଜାର ଦରମାରେ ଚାକିରୀ କରୁଥିଲେ:

ଡିଗ୍ରୀ ହାସଲ କରିବା ପରେ ୨୦୧୭ରେ ଅଜୟ ରାୟ ଇଣ୍ଟର୍ଣ୍ଣସିପ୍ କରୁଥିଲେ । ଯେଉଁଥିରେ ତାଙ୍କୁ ଷ୍ଟାଇପେଣ୍ଡ ବାବଦକୁ ମିଳୁଥିଲା ମାତ୍ର ୩ ହଜାର ଟଙ୍କା । ଏହାପରେ ସେ ଏକ କମ୍ପାନୀରେ ୧୫ ହଜାର ଟଙ୍କା ଦରମାରେ କାମ ଆରମ୍ଭ କରିଥିଲେ । ପରେ ତାଙ୍କୁ ଲାଗିଥିଲା ଚାକିରିରେ କୌଣସି କ୍ୟାରିୟର ନାହିଁ । ତେଣୁ ସେ କିଛି ନୂଆ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

୬ ମାସ କଥା ହେଉନଥିଲେ ବାପା:

ଚାକିରି ଛାଡିବାରୁ ଅଜୟଙ୍କ ବାପା ତାଙ୍କ ସହ ୬ ମାସ ଧରି କଥାବାର୍ତ୍ତା ହେଉନଥିଲେ । ଏପରିକି ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଅଜୟଙ୍କ ଏଭଳି ନିଷ୍ପତ୍ତିରେ ସହମତ ନଥିଲେ ।

'ମୋତେ ବହୁତ ରାଗ ଲାଗିଥିଲା'

ଅଜୟଙ୍କ ସଫଳତା ପରେ ତାଙ୍କ ବାପା କହିଛନ୍ତି, "ମୋତେ ଲାଗୁଥିଲା ପୁଅ ହୁଏତ କିଛି କରିପାରିବ ନାହିଁ । କାରଣ ସେ ଇଞ୍ଜିନିୟରିଂ ପରେ ଚାକିରୀ କରୁଥିଲା । ହେଲେ କିଛିଦିନ ପରେ ଚାକିରୀ ଛାଡି ଦେଇଥିଲା । ଯେଉଁ କଥାକୁ ମୁଁ ଆଦୌ ଗ୍ରହଣ କରିନଥିଲି । ମୋତେ ବହୁ ରାଗ ଲାଗିଥିଲା । ହେଲେ ଅଜୟର ପରିଶ୍ରମର ଫଳ ଭଗବାନ ତାକୁ ଦେଇଛନ୍ତି । ଆଜି ସେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିଛି ।"

Ajay Rai Success Story
Ajay Rai Success Story (ETV Bharat Bihar)

ବସରେ ବସି କାମ କରୁଥିଲେ:

୨୦୨୦ରେ ଅଜୟ ନିର୍ମାଣ କରିଥିବା କମ୍ପାନୀର ନାଁ ଅପକୋଚ(UPcoach) ରଖିଥିଲେ । ଏହାପରେ ସେ ବିଦେଶୀ ଗ୍ରାହକଙ୍କ ସହ ସମ୍ପର୍କ ସ୍ଥାପନା କରିଥିଲେ । ପୂର୍ବରୁ ଅଜୟ ବାଇକ ଯୋଗେ ଡ୍ୟୁଟି ଯାଉଥିବାବେଳେ ପରେ ସେ ବସ ଯୋଗେ ଯାତ୍ରା କରୁଥିଲେ । କାରଣ ବସରେ ଯାତ୍ରା ସମୟରେ ତାଙ୍କର କାମ କରିବା ପାଇଁ ୩ ଘଣ୍ଟାର ସମୟ ମିଳୁଥିଲା । ସେ ଅନଲାଇନ କୋଚିଂ ଦେଉଛନ୍ତି ।

ବିଦେଶରେ ଖୋଲିଲେ ଅଫିସ:

ଅଫିସରେ ଥିବା ସିନିୟରଙ୍କ ପାଖରେ ବସିବା ସମୟରେ ରିସର୍ଚ୍ଚ ଡେଭଲପମେଣ୍ଟ କାମ ଶିଖିଥିଲେ ଅଜୟ । ବସରେ ଯାତ୍ରା କରିବା ସମୟରେ ସେ ସୋସିଆଲ ମିଡିଆରେ ଗ୍ରାହକଙ୍କୁ ଫ୍ରେଣ୍ଡ ରିକ୍ବେଷ୍ଟ ପଠାଇ ଯୋଗାଯୋଗ କରୁଥିଲେ । ଏହାପରେ ତାଙ୍କୁ ଧୀରେ ଧୀରେ କାମ ମିଳିବା ଆରମ୍ଭ ହେଲା । ସମୟକ୍ରମେ ଦୁବାଇ ଓ କଲମ୍ବିଆରେ ଅଫିସ ଖୋଲିଲେ ଅଜୟ ।

ୟୁରୋପୀୟ ଦେଶରେ ବ୍ୟବସାୟ:

୧୫-୧୬ ଦେଶରେ ରହିଛନ୍ତି ଅଜୟଙ୍କ ଗ୍ରାହକ । ତେବେ ଅଜୟ କିଛି ଭିନ୍ନ ଯୋଜନାକୁ ନେଇ କାମ ଆରମ୍ଭ କରିଥିଲେ । ସେ ୟୁରୋପରେ ବିଜନେସ କୋଚ୍ ପାଇଁ ମନସ୍ଥ କରିଥିଲେ । ଅର୍ଥାତ୍, ସେହି କୋଚଙ୍କ ଜରିଆରେ ଲୋକଙ୍କ ସମସ୍ୟାର ସମାଧାନ କରାଯାଇପାରିବ । ଯଦି ଜଣଙ୍କୁ ବିବାହ କରିବାର ଅଛି ସେଥିପାଇଁ ମଧ୍ୟ କୋଚଙ୍କ ପରାମର୍ଶ ନିଆଯାଇପାରିବ । ଏହିପରିଭାବେ କୋଚଙ୍କ ବ୍ରାଣ୍ଡିଂ କାମ ଆରମ୍ଭ କରିଥିଲେ ଅଜୟ ।

୫୦ରୁ ଅଧିକ ଲୋକଙ୍କୁ ଦେଲେ ରୋଜଗାର:
ଏହାବ୍ୟତୀତ ଅଜୟ ନିଜର ଆଉ ଏକ କମ୍ପାନୀର ନାମ ରଖିଥିଲେ 'ଟ୍ରାଫିକ ଏକ୍ସପର୍ଟ' । ଯାହାର ମୁଖ୍ୟାଳୟ ନ୍ୟୁୟର୍କରେ ହୋଇଥିବାବେଳେ ଏହା ଗୁଗୁଲ ଟ୍ରାଫିକ ଉପରେ ନଜର ରଖିଥାଏ । ଏହି କମ୍ପାନୀରେ ଅଜୟଙ୍କ ଜଣ ସହଯୋଗୀ ପାର୍ଟନରସିପ୍ ମଧ୍ୟ ରହିଛନ୍ତି । ତେବେ କମ୍ପାନୀର ଟର୍ଣ୍ଣଓଭର ୧୦କୋଟିରୁ ଅଧିକ ହୋଇଥିବାବେଳେ ସେ ୫୦ରୁ ଅଧିକ ଲୋକଙ୍କୁ ରୋଜଗାରକ୍ଷମ କରାଇଛନ୍ତି ।

ଏନେଇ ଅଜୟ କହିଛନ୍ତି, "୧୫ ହଜାର ଟଙ୍କାର ଚାକିରିରେ ମୁଁ ସନ୍ତୁଷ୍ଟ ନଥିଲି । ତେଣୁ ନିଜର ବ୍ୟବସାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲି । ସେତେବେଳେ ମୋ ଉପରେ ବାପା ବିରକ୍ତ ହେଉଥିଲେ । ହେଲେ ଆଜି ପରିବାରର ସମସ୍ତ ଦାୟିତ୍ବ ତୁଲାଉଛି ।"

ଏହା ବି ପଢନ୍ତୁ...ଦିନେ ଚାକିରି କରୁଥିଲେ ଏବେ କିନ୍ତୁ ସଫଳ ବ୍ୟବସାୟୀ, ନିଜ ଅଞ୍ଚଳରେ ପିଲାଙ୍କୁ ଦେଇଛନ୍ତି ରୋଜଗାର - Gayadhar Parida sasmi tea company

ସମାଜସେବା ପ୍ରତି ଆଗ୍ରହ:

ଜନକଲ୍ୟାଣକାରୀ କାର୍ଯ୍ୟ ତଥା ସମାଜ ପାଇଁ କିଛି କରିବାକୁ ସେ ବହୁତ ଆଗ୍ରହୀ । ଯେତେବେଳେ ବି ସୁଯୋଗ ମିଳେ, ନିଜ ଗାଁ ଡୁମ୍ରାଓରେ ଗରିବ ଲୋକଙ୍କ ମୁହଁରେ ହସ ଫୁଟାଇବାକୁ ସେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଥାନ୍ତି । କୋଭିଡ ମହାମାରୀ ସମୟରେ ମଧ୍ୟ ସେ ଅନେକ କାମ କରିଛନ୍ତି । ଏହାସହ ଗରିବ ଲୋକଙ୍କୁ ରୋଜଗାର ଯୋଗାଉଥିବାବେଳେ ଜଣେ ବ୍ୟକ୍ତିଙ୍କ ଝିଅର ବିବାହ ଖର୍ଚ୍ଚ ମଧ୍ୟ ତୁଲାଇଛନ୍ତି । ଅଜୟ କହିଛନ୍ତି, "ମୁଁ ବିହାର ପାଇଁ କିଛି କରିବାକୁ ଚାହୁଁଛି । ଯୁବବର୍ଗଙ୍କ ପାଇଁ ପାଟନାରେ ଏକ ତାଲିମ କେନ୍ଦ୍ର ଖୋଲିବାର ଲକ୍ଷ୍ୟ ରହିଛି ।"

ଇଟିଭି ଭାରତ, ପାଟନା

Last Updated : Aug 31, 2024, 9:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.