ETV Bharat / bharat

ନୀତିଶ କୁମାର; ପରିବାରବାଦ ପଲିଟିକ୍ସ, ଜାଣିଛନ୍ତି କି ‘ବିହାରୀ ବାବୁ’ଙ୍କ ପରିବାର ସମ୍ପର୍କରେ ?

Nitish kumar Family: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅତି ଛୋଟ ପରିବାର । ପରିବାରର ସମସ୍ତ ସଦସ୍ୟ ରାଜନୀତିତ ଦୂରର କଥା କେବେ ବି ଲୋକଲୋଚନକୁ ଆସିନଥାନ୍ତି । 48 ବର୍ଷ ବୟସ୍କ ନୀତିଶଙ୍କ ପୁଅ ନିଶାନ୍ତ କୁମାର ପେଶାରେ ଜଣେ ଇଞ୍ଜିନିୟର । ନିଶାନ୍ତ କେବେ ରାଜନୀତି କରିନାହାଁନ୍ତି କି ରାଜନୀତି ପ୍ରତି ଆଗ୍ରହୀ ନୁହଁନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 26, 2024, 10:50 PM IST

ନୀତିଶ କୁମାର
ନୀତିଶ କୁମାର

ପାଟନା: ବିହାର ରାଜନୀତିରେ ଚାଲିଛି ବିହାରୀ ବାବୁଙ୍କ ବଡ ଖେଳ। ନିଜ ରଣନୀତି ଜରିଆରେ କେବେ ବିଜେପି ତ କେବେ ଆରଜେଡିକୁ ନଚାଉଛନ୍ତି । ସମୟ ସୁବିଧା ଦେଖି ପଟ ବି ପରିବର୍ତ୍ତନ କରୁଛନ୍ତି । ବିହାରର ବିକାଶବାବୁ କୁହାଯାଉଥିବା ନୀତିଶଙ୍କ ଏହି ରଣନୀତିରେ କିନ୍ତୁ ବାରମ୍ବାର ଫସିଯାଉଛନ୍ତି ବିଜେପି ଓ ଆରଜେଡି । 2022 ରେ ଏନଡିଏ ଛାଡି ମହାଗଠବନ୍ଧନରେ ସାମିଲ ହୋଇଥିଲେ ନୀତିଶ । ସେତେବେଳେ ବିଜେପିର ତମାମ ପ୍ରାୟସ ସତ୍ବେ ନୀତିଶ କୁମାର ଅଟକି ନଥିଲେ । ମେଣ୍ଟରୁ ସମର୍ଥନ ପ୍ରତ୍ୟାହାର କରି ସରକାର ଭାଙ୍ଗି ଦେଇଥିଲେ । ଏହାର ଗୋଟିଏ ଦିନ ପରେ 10 ଅଗଷ୍ଟ 2022 ରେ ଆରଜେଡି, କଂଗ୍ରେସ କମ୍ୟୁନିଷ୍ଟ ଦଳକୁ ନେଇ ଗଠିତ ମହାମେଣ୍ଟରେ ସାମିଲ ହୋଇ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏବେ ପୁଣି ନୀତିଶ ମହାମେଣ୍ଟ ଛାଡି ଏନଡିଏକୁ ଫେରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ବିହାରର ଜନନାୟକ କର୍ପୁରୀ ଠାକୁରଙ୍କୁ ଭାରତ ସରକାର ଭାରତରତ୍ନ ସମ୍ମାନ ନେଇ ଘୋଷଣା କରିବା ପରେ ନୀତିଶ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହିତ ପରିବାରବାଦ ବିରୋଧରେ କଠୋର ହୋଇପଡିଛନ୍ତି । କର୍ପୁରୀ ଠାକୁର କିଭଳି ପରିବାରବାଦ ବିରୋଧରେ ଥିଲେ ତାହା ଦର୍ଶାଇବାକୁ ଯାଇ ନିଜର ଉଦାହରଣ ଦେଇ ଆରଜେଡିକୁ ସମାଲୋଚନା କରୁଛନ୍ତି । ନୀତିଶଙ୍କ ଆଭିମୁଖ୍ୟକୁ ନେଇ ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଟ୍ବିଟ ଯୋଗେ ଜବାବ ଦେଇଥିଲେ । ଟ୍ବିଟ ଯୋଗେ ରୋହିଣୀ ସିଧା ନୀତିଶଙ୍କୁ ସମାଲୋଚନା କରିଥିଲେ । ଯଦିଓ ପରେ ରୋହିଣୀ ଟ୍ବିଟକୁ ହଟାଇ ଦେଇଛନ୍ତି । କିନ୍ତୁ ଏହି ଠାରୁ ଉଭୟ ଦଳ ମଧ୍ୟରେ ଆହୁରି ଦୂରତା ବଢିଯାଇଛି । ତେବେ ନୀତିଶ ଯେଉଁ ପରିବାରବାଦକୁ ସମାଲୋଚନା କରି ଆରଜେଡିକୁ ଘେରିଛନ୍ତି...ପ୍ରଶ୍ନ ଉଠୁଛି ନୀତିଶଙ୍କ ପରିବାର କେଉଁଠି ଅଛନ୍ତି? ପରିବାରରେ କିଏ କିଏ ଅଛନ୍ତି? ନୀତିଶଙ୍କ ପରିବାର ସଦସ୍ୟ ରାଜନୀତିରେ ଅଛନ୍ତି କି? ପଢନ୍ତୁ ଏହି ସମ୍ପୂର୍ଣ୍ଣ ରିପୋର୍ଟ...

ଅଧିକ ପଢନ୍ତୁ- ନୀତିଶ NDAରେ ସାମିଲ ନେଇ କୌଣସି ସଙ୍କେତ ଦିଶୁ ନାହିଁ: ଅଖିଳେଶ

ପ୍ରଥମେ ପଢନ୍ତୁ ଲାଲୁଙ୍କ ଝିଅ ରୋହିଣୀ କଣ କହିଥିଲେ?: ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଲାଗାତାର ଟ୍ବିଟ କରି ନା ନ ନେଇ ନୀତିଶଙ୍କୁ ଘେରିଥିଲେ । ରୋହିଣୀ ଲେଖିଥିଲେ, ‘‘ନିଜକୁ ସମାଜବାଦୀ ପୁରୋଧା ଯିଏ କହୁଛନ୍ତି ପବନ ଭଳି ତାଙ୍କ ବିଚାରଧାରା ବଦଳି ଯାଉଛି । ଆଉ ଏକ ଟ୍ବିଟ କରି ରୋହିଣୀ ଶାୟରୀ ଅନ୍ଦାଜରେ ଲେଖିଥିଲେ ... ଖିଜ ଜତାଏ କ୍ୟା ହୋଗା, ଜବ ହୁଆ ନା କୋଇ ୟୋଗ୍ୟ, ବିଧି କା ବିଧାନ କୋନ ଟାଲେ... ଜବ ଖୁଦ କେ ନିୟତ ମେଁ ହୀ ଖୋଟ, ଆଉ ଏକ ଟ୍ବିଟ କରି ରୋହିଣୀ କହିଥିଲେ, ଅକସର କୁଚ୍ଛ୍‌ ଲୋଗ ଦେଖ ନୈହିଁ ପାତେ ହୈଁ ଅପନେ କମିୟାଁ...ଲେକିନ କିସି ଦୁସରୈ ପେ କୀଚଡ ଉଛାଲନେ କୌ କରତେ ହୈଁ ବଦତମିଜିୟାଁ ।’’

ନୀତିଶ ପରିବାରବାଦକୁ ନେଇ କଣ କଣ କହିଥିଲେ?: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଥିଲେ ବିହାରର ଜନନାୟକ କର୍ପୁରୀ ଠାକୁର କେବେ ପରିବାରବାଦକୁ ଅଗ୍ରାଧିକାର ଦେଇନଥିଲେ ଅନ୍ୟମାନଙ୍କ ଭଳି । ଆମେ ମଧ୍ୟ କର୍ପୁରୀ ଠାକୁରଙ୍କ ଠାରୁ ଅନୁପ୍ରାଣିତ ହୋଇ ଆମ ପରିବାରରୁ କାହାକୁ ରାଜନୀତିକୁ ଆଣିନାହୁଁ । ଆମେ ସବୁବେଳେ ଅନ୍ୟଙ୍କୁ ଆଗକୁ ବଢିବାକୁ ସୁଯୋଗ ଦେଇଛୁ। ନୀତିଶ ଯଦିଓ କାହାରୁ ନା ନେଇନଥିଲେ । କିନ୍ତୁ ନୀତିଶଙ୍କ ଏହି ଆକ୍ଷେପ ସିଧା ଆରଜେଡି ପ୍ରତି ଉଦ୍ଦିଷ୍ଟ ଥିଲା ବୋଲି ସ୍ପଷ୍ଟ ହୋଇଥିଲା । ଖାଲି ଏତିକି ନୁହେଁ ଗତ ଏକମାସ ହେଲା ନୀତିଶଙ୍କ ଜେଡିଯୁ ଓ ଲାଲୁଙ୍କ ଆରଜେଡି ମଧ୍ୟରେ ସବୁ କିଛି ଠିକ ଠାକ ନାହିଁ ବୋଲି ଚର୍ଚ୍ଚା ହେଉଛି । ଉଭଯ ଦଳ ମଧ୍ୟରେ ଦୂରତା ବଢିବାରେ ଲାଗିଛି । ଯାହାକୁ ନେଇ ଏବେ ବିହାରରେ ରାଜନୀତି ସଂକଟ ସୃଷ୍ଟି ହୋଇଛି । ଚର୍ଚ୍ଚା ହେଉଛି ଆଗାମୀ 48 ଘଣ୍ଟା ବିହାର ରାଜନୀତି ପାଇଁ ବେଶ ଗୁରୁତ୍ପୂର୍ଣ୍ଣ ହେବାକୁ ଯାଉଛି । ସରକାର ପରିବର୍ତ୍ତନ ପାଇଁ ପଟ୍ଟକଥା ଲେଖା ସରିଛି । ଖାଲି ସମୟ ଅନୁସାରେ ସବୁ କାର୍ଯ୍ୟକାରୀ ହେବ ।

ନୀତିଶଙ୍କ ପରିବାରରେ କିଏ କିଏ ଅଛନ୍ତି?: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅତି ଛୋଟ ପରିବାର । ପରିବାରର ସମସ୍ତ ସଦସ୍ୟ ରାଜନୀତିତ ଦୂରର କଥା କେବେ ବି ଲୋକଲୋଚନକୁ ଆସିନଥାନ୍ତି । 48 ବର୍ଷ ବୟସ୍କ ନୀତିଶଙ୍କ ପୁଅ ନିଶାନ୍ତ କୁମାର ପେଶାରେ ଜଣେ ଇଞ୍ଜିନିୟର । ନିଶାନ୍ତ କେବେ ରାଜନୀତି କରିନାହାଁନ୍ତି କି ରାଜନୀତି ପ୍ରତି ଆଗ୍ରହୀ ନୁହଁନ୍ତି । ନିଜ ପେଶ ସହିତ ସେ ଆଧ୍ୟାତ୍ମିକ ଚେତନା ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ନିଜ ପିତାଙ୍କ ରାଜନୀତି ରାସ୍ତାରେ ସେ କେବେ ଯିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି । ଓବିସି(କୁର୍ମୀ) ସମାଜରୁ ଆସୁଥିବା ନୀତିଶ କୁମାର 1973 ରେ ଅନ୍ୟ ଜାତିରେ ବିହାହ କରିଥିଲେ । ନୀତିଶଙ୍କ ପତ୍ନୀ ମଞ୍ଜୁ କୁମାରୀ ସିହ୍ନା ପାଟନାରେ ଶିକ୍ଷୟତ୍ରୀ ଥିଲେ । ଗତ 2007ରେ ତାଙ୍କର ଦେହାନ୍ତ ହୋଇଛି । ଏହା ବ୍ୟତୀତ ନୀତିଶଙ୍କ ପରିବାରର ସଦସ୍ୟ ଭାବେ ଜଣେ ଭାଇ ଓ ତିନି ଭଉଣୀ ଅଛନ୍ତି । ବଡ ଭାଇ ଜଣେ କୃଷକ ଥିବା ବେଳେ ସମସ୍ତ ଭଉଣୀ ବାହା ହୋଇ ନିଜ ସାଂସାରିକ ଜୀବନରେ ଅଛନ୍ତି । ନୀତିଶଙ୍କ ପିତା କବିରାଜ ରାମ ଲକ୍ଷ୍ଣଣ ସିଂ ଜଣେ ଆୟୁର୍ବେଦିକ ଡାକ୍ତର ଥିଲେ । ମା ପରମେଶ୍ବରୀ ଦେବୀ ଗୃହିଣୀ ଥିଲେ । ନୀତିଶଙ୍କ ପିତା ମାତା ଉଭୟଙ୍କ ନିଧନ ହୋଇସାରିଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଲମ୍ବା ସମୟ ଧରି କ୍ଷମତାରେ ଥିଲେ ମଧ୍ୟ ନୀତିଶ କୁମାର ନିଜ ପରିବାର ସଦସ୍ୟଙ୍କୁ କେବେ ସର୍ବସମ୍ମୁଖକୁ ଆଣିନାହାଁନ୍ତି । ଯାହାକୁ ନେଇ ନୀତିଶ ଗର୍ବର ସହ କହିଥାନ୍ତି ମୁଁ ରାଜନୀତିରେ ପରିବାରବାଦକୁ ପ୍ରୋତ୍ସାହନ ଦିଏନାହିଁ ।

ଲାଲୁଙ୍କ ଲାଲ ସକ୍ରିୟ ରାଜନୀତିରେ: ଅନ୍ୟପଟେ ଚର୍ଚ୍ଚାରେ ରହିଛି ବିହାରର ଅନ୍ୟତମ ଚର୍ଚ୍ଚିତ ରାଜନେତା ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପରିବାର । ଉଭୟ ଲାଲୁ ଓ ତାଙ୍କ ପତ୍ନୀ ରାବଡୀ ଦେବୀ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିସାରିଥିବା ବେଳେ ଏବେ ନିଜ ପୁଅଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବାକୁ ଲାଲୁ ଓ ରାବଡୀ ପ୍ରୟାସ ଜାରି ରଖିଛନ୍ତି । ଲାଲୁଙ୍କ ଦୁଇ ପୁଅ ତେଜସ୍ବୀ ଯାଦବ ଓ ତେଜ ପ୍ରତାପ ଯାଦବ ଏବେ ସକ୍ରିୟ ରାଜନୀତିରେ ଅଛନ୍ତି । ଖାଲି ରାଜନୀତିରେ ନାହାଁନ୍ତି ଦୁଇ ଭାଇ ବର୍ତ୍ତମାନର ସରକାରରେ ଜଣେ ଉପମୁଖ୍ୟମନ୍ତ୍ରୀ ଥିବାବେଳେ ଜଣେ କ୍ୟାବିନେଟ ମନ୍ତ୍ରୀ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.