ETV Bharat / bharat

ଅରବିନ୍ଦ କେଜ୍ରିୱାଲ ନିଜ କର୍ମଫଳ ଭୋଗୁଛନ୍ତି: ଆନ୍ନା ହଜାରେ - Anna Hazare On Kejriwal Arrest

author img

By ETV Bharat Odisha Team

Published : Mar 22, 2024, 3:55 PM IST

Updated : Mar 22, 2024, 4:11 PM IST

Anna Hazare on Arvind Kejriwal Arrest: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଆନ୍ନା ହଜାରେଙ୍କ ବଡ଼ ବୟାନ। କହିଲେ କେଜ୍ରିୱାଲ ନିଜ କର୍ମର ଫଳ ଭୋଗୁଛନ୍ତି । ଅଧିକ ପଢନ୍ତୁ

Anna Hazare on Arvind Kejriwal Arrest
Anna Hazare on Arvind Kejriwal Arrest

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଏହି ଗିରଫଦାରୀ ପରେ ବିରୋଧୀ ଦଳ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ଘେରିଥିବା ବେଳେ ଏପଟେ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ । କେଜ୍ରିୱାଲ ନିଜ କର୍ମର ଫଳ ଭୋଗୁଛନ୍ତି ବୋଲି ସେ କହିଛନ୍ତି । ଦିଲ୍ଲୀ ଅବକାରୀ ନୀତି ଲାଗୁ ନ କରିବା ଲାଗି ସେ ପୂର୍ବରୁ କେଜ୍ରିୱାଲଙ୍କୁ ବାରଣ କରିଥିଲେ । ମଦ ଏକ ଖରାପ ବା ନିଶା ଦ୍ରବ୍ୟ ବୋଲି ଛୋଟ ପିଲା ମଧ୍ୟ ଜାଣିଛନ୍ତି ବୋଲି କହିଛନ୍ତି ଆନ୍ନା ହଜାରେ ।

ଏନେଇ ଆନ୍ନା ହଜାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ମୋ ସହିତ କାମ କରୁଥିବା ସମୟରେ ଅରବିନ୍ଦ କେଜ୍ରିୱାଲ ଖୋଦ ମଦ ବିରୋଧରେ ସ୍ବର ଉତ୍ତୋଳନ କରୁଥିଲେ । ହେଲେ ଏବେ ସେ ନିଜେ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି । ଏଥିଲାଗି ମୁଁ ଦୁଃଖିତ । ହେଲେ ଅରବିନ୍ଦ୍ର କେଜ୍ରିୱାଲ ନିଜ କର୍ମର ଫଳ ଭୋଗୁଛନ୍ତି । ଏଭଳି ନୀତି ଲାଗୁ ନ କରିବା ଲାଗି ତାଙ୍କୁ ମୁଁ ଚେତାବନୀ ଦେଇଥିଲି । ମୁଁ ତାଙ୍କୁ କହିଥିଲି ଆମର କାମ ଅବକାରୀ ନୀତି ପ୍ରସ୍ତୁତ କରିବା ନୁହେଁ । ଜଣେ ଛୋଟ ପିଲା ମଧ୍ୟ ଜାଣିଛି ମଦ ପିଇବା ମନ୍ଦ ଅଭ୍ୟାସ । କିନ୍ତୁ ସେ ଅବକାରୀ ନୀତି ଲାଗୁ କଲେ । ସେ ଭାବିଥିଲେ ଏହା ଦ୍ବାରା ସେ ଅଧିକ ରୋଜଗାର କରିପାରିବେ । ଏଥିଲାଗି ସେ ନୀତି ଲାଗୁ କଲେ । ଏହି ନୀତି ବିରୋଧରେ ମୁଁ ତାଙ୍କୁ 2-2 ଥର ଚିଠି ମଧ୍ୟ ଲେଖିଥିଲି ।"

ଏହା ବି ପଢନ୍ତୁ- ସୁପ୍ରିମକୋର୍ଟରୁ ଗିରଫଦାରୀ ପିଟିସନ ପ୍ରତ୍ୟାହାର କଲେ କେଜ୍ରିଓ୍ବାଲ, ED ରିମାଣ୍ଡକୁ ବିରୋଧ

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ସିଏମ କେଜ୍ରିୱାଲଙ୍କ ବ୍ୟତୀତ ବିଜୟ ନାୟର, ଅଭିଷେକ ବେଇନପଲ୍ଲି, ସମୀର ମହେନ୍ଦ୍ରୁ, ପି ସରଥ ଚନ୍ଦ୍ରା, ବିନୋୟ ବାବୁ, ଅମିତ ଅରୋଡା, ଗୌତମ ମଲହୋତ୍ରା, ରାଘବ ମଙ୍ଗୁଟା, ରାଜେଶ ଯୋଶୀ, ଅମନ ଢାଲ, ଅରୁଣ ପିଲ୍ଲଇ, ମନୀଷ ସିସୋଦିଆ, ଦିନେଶ ଅରୋଡା, ସଞ୍ଜୟ ସିଂ, କେ. କବିତା ଗିରଫ ହୋଇସାରିଛନ୍ତି ।

ଆନ୍ନା ହଜାରେ-କେଜ୍ରିୱାଲଙ୍କ ସମ୍ପର୍କ:- ଜନ ଲୋକପାଳ ବିଲ୍‌ ଆନ୍ଦୋଳନ ସମୟରେ ଆନ୍ନା ହଜାରେଙ୍କ ଟିମରେ ସାମିଲ ହୋଇ ଅରବିନ୍ଦ କେଜ୍ରିୱାଲ ଚର୍ଚ୍ଚାକୁ ଆସିଥିଲେ । 2011ରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ କେଜ୍ରିୱାଲ ଜଣେ ଜଣାଶୁଣା ଚେହେରା ପାଲଟିଯାଇଥିଲେ । ସେ ଆନ୍ନା ହଜାରେଙ୍କ ସହିତ ଏହି ବିଲ୍‌ ଲାଗୁ କରିବା ଲାଗି ଦାବି କରିଥିଲେ । ଏହାପରେ ଜନ୍ତର ମନ୍ତରଠାରେ ସେ ହଙ୍ଗର ଷ୍ଟ୍ରାଇକରେ ବସିଥିବା ବେଳେ ପରବର୍ତ୍ତୀ ସମୟରେ କିରଣ ବେଦୀଙ୍କ ସହିତ ବିଦେଶରୁ କଳା ଧନ ଫେରାଇ ଆଣିବା ଉଦ୍ଦେଶ୍ୟରେ ତତ୍କାଳୀନ ସରକାରଙ୍କୁ ଘେରିଥିଲେ ।

ଅବକାରୀ ଦୁର୍ନୀତି ମାମଲା କଣ ? :- 2021 ନଭେମ୍ବର 17 ତାରିଖରେ ଦିଲ୍ଲୀ ସରକାର ଅବକାରୀ ନୀତି ଲାଗୁ କରିଥିଲେ । ଏହି ନୀତି ଅନୁଯାୟୀ ଜାତୀୟ ରାଜଧାନୀରେ 32ଟି ଜୋନ କରାଯାଇଥିବା ବେଳେ ପ୍ରତିଟି ଜୋନରେ 27ଟି ଦୋକାନ ରହିଥିଲା । ଏଭଳି ଭାବେ ଦିଲ୍ଲୀରେ ମୋଟ 849ଟି ମଦ ଦୋକାନ ଖୋଲାଯାଇଥିଲା । ଅବକାରୀ ନୀତି ମାଧ୍ୟମରେ ସମସ୍ତ ମଦ ଦୋକାନକୁ ଘରୋଇକରଣ କରାଯାଇଥିଲା । ଏହା ପୂର୍ବରୁ ଦିଲ୍ଲୀରେ ଥିବା ମଦ ଦୋକାନ 60 ପ୍ରତିଶତ ସରକାରୀ ଓ 40 ପ୍ରତିଶତ ପ୍ରାଇଭେଟ ରହିଥିଲା । ହେଲେ ଏହି ନୀତି ଲାଗୁ ହେବା ପରେ ଏହା ଶତ ପ୍ରତିଶତ ପ୍ରାଇଭେଟ ହୋଇଥିଲା । ସେତେବେଳେ ଦିଲ୍ଲୀ ସରକାର କହିଥିଲେ ଏହା ଦ୍ବାରା ସରକାରଙ୍କୁ 3500 କୋଟି ଟଙ୍କାର ଲାଭ ହେବ । ନୂଆ ଅବକାରୀ ଦୁର୍ନୀତି ଲାଗୁ ହେବା ଉଭୟ ଜନତା ଓ ସରକରାଙ୍କୁ କ୍ଷତି ପହଞ୍ଚାଇଥିବା ପରବର୍ତ୍ତୀ ସମୟରେ ଅଭିଯୋଗ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 22, 2024, 4:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.