ETV Bharat / bharat

ସପରିବାର ରାମଲାଲାଙ୍କ ଦର୍ଶନ କଲେ କେଜ୍ରିଓ୍ବାଲ-ମାନ୍ - Ayodhya Ram Temple

Kejriwal, Bhagwant Mann offered prayers at Ayodhya: ରାମଲାଲାଙ୍କ ଦର୍ଶନ କଲେ କେଜ୍ରିଓ୍ବାଲ ଓ ମାନ୍ । ଅଧିକ ପଢନ୍ତୁ

ବିଜେପି ଯିବେ କି ଅଶୋକ: 48 ଘଣ୍ଟା ମଧ୍ୟରେ  କରିବେ ସ୍ପଷ୍ଟ

author img

By ETV Bharat Odisha Team

Published : Feb 12, 2024, 5:25 PM IST

ଲକ୍ଷ୍ନୌ: ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଓ ତାଙ୍କ ପଞ୍ଜାବ ପ୍ରତିପକ୍ଷ ଭଗବନ୍ତ ମାନ । ଉଭୟ ମୁଖ୍ୟମନ୍ତ୍ରୀ ଆଜି ତାଙ୍କ ପରିବାର ସଦସ୍ୟଙ୍କ ସହ ପୂର୍ବାହ୍ନରେ ଅଯୋଧ୍ୟାରେ ପହଞ୍ଚିବା ପରେ ରାମଲାଲାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଉଭୟଙ୍କୁ ସ୍ବାଗତ କରିଥିଲେ । ଦର୍ଶନ ପରେ କେଜ୍ରିଓ୍ବାଲ କହିଛନ୍ତି, ରାମଲାଲାଙ୍କ ଦର୍ଶନ କରି ବେଶ ଶାନ୍ତି ଅନୁଭବ ହେଉଛି । ଏହି ଅନୁଭବକୁ ଭାଷାରେ ବର୍ଣ୍ଣନା କରିହେବ ନାହିଁ ।

ଗତମାସ (ଜାନୁଆରୀ) 22 ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ସମାପିତ ହୋଇଥିଲା । ଏଥିରେ ବିଭିନ୍ନ ବର୍ଗରୁ ଦେଶ ଓ ବିଦେଶରୁ ପ୍ରାୟ 7ହଜାର ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଅଂଶଗ୍ରହଣ କରିଥିଲେ । ତେବେ କେଜ୍ରିଓ୍ବାଲଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇନଥିବା ଅଭିଯୋଗ ହୋଇନଥିଲା । ନିଜେ କେଜ୍ରିଓ୍ବାଲ କହିଥିଲେ, ତାଙ୍କୁ କେବଳ ଜଣେ ସହଯୋଗୀଙ୍କ ସହ ଅଯୋଧ୍ୟା ଆସିବା ପାଇଁ ଔନପଚାରିକ ଭାବେ ସୂଚନା ମିଳିଥିଲା । ହେଲେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପରବର୍ତ୍ତୀ ସମୟରେ କୌଣସି ବିଧିବଦ୍ଧ ନିମନ୍ତ୍ରଣ କରାଯାଇନଥିଲା । ହେଲେ ତାଙ୍କ ପିତାମାତା ରାମଲାଲାଙ୍କ ଦର୍ଶନ ପାଇଁ ବେଶ ଉତ୍କଣ୍ଠାର ସହ ଅପେକ୍ଷାରେ ଅଛନ୍ତି । ମନ୍ଦିର ପ୍ରତିଷ୍ଠା ହେବା ପରେ ସେମାନେ ସପରିବାର ଅଯୋଧ୍ୟା ଯାତ୍ରା କରି ରାମଲାଲାଙ୍କ ଦର୍ଶନ କରିବେ ।

ଏହା ମଧ୍ୟ ପଢନ୍ତୁ :- ସାମ୍ବାଦିକା ସୌମ୍ୟା ହତ୍ୟାକାଣ୍ଡ: ବେଲ ପାଇଲେ ଆଜୀବନ କାରାଦଣ୍ଡ ପାଇଥିବା 4 ଦୋଷୀ

22 ତାରିଖରେ ପ୍ରାଣ ପ୍ରତିଷ୍ଠା ଶେଷ ହେବା ପରେ ଦୈନିକ ଲକ୍ଷାଧିକ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରୁଛନ୍ତି । ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ଅଯୋଧ୍ୟା ଯାଇ ଦର୍ଶନ କଲେଣି । ଭିଭିଆଇପିଙ୍କ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଭିନ୍ନ ନିୟମ କାର୍ଯ୍ୟକାରୀ କରିଛି । ଅତିକମରେ 10ଦିନ ପୂର୍ବରୁ ଭିଭିଆଇପିମାନେ ସେମାନଙ୍କ ଗସ୍ତ ସମ୍ପର୍କରେ ମନ୍ଦିର ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନକୁ ଅବଗତ କରିବେ । ସେହି ଆଧାରରେ ସେମାନଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ । ଏବେ ସାଧାରଣ ଦର୍ଶନ ଓ ପୂଜାର୍ଚ୍ଚନା ଜାରି ରହିଥିବା ବେଳେ ନିର୍ମାଣ କାର୍ଯ୍ୟ ମଧ୍ୟ ପୁଣି ଆଗେଇଛି । 2026 ସୁଦ୍ଧା ଏହି ମନ୍ଦିର ପ୍ରକଳ୍ପର ସମ୍ପୂର୍ଣ୍ଣ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.