ETV Bharat / bharat

78ତମ ସ୍ୱାଧୀନତା ଦିବସ: ଦିଲ୍ଲୀରୁ ପଲ୍ଲୀ ଉତ୍ସବମୁଖର, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ - India Independence Day 2024

author img

By ETV Bharat Odisha Team

Published : Aug 15, 2024, 7:09 AM IST

Updated : Aug 15, 2024, 10:18 AM IST

India Independence Day 2024: ଆଜି 78ତମ ସ୍ୱାଧୀନତା ଦିବସ ପାଳୁଛି ଦେଶ । ଏନେଇ ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବମୁଖର ପରିବେଶ । ସକାଳୁ ବିଭିନ୍ନ ସ୍ଥାନରେ ଫର୍‌ଫର୍ ହୋଇ ଉଡିଲାଣି ତ୍ରିରଙ୍ଗା । ପଢନ୍ତୁ ପୁରା ଖବର

78ତମ ସ୍ୱାଧୀନତା ଦିବସ: ଦିଲ୍ଲୀରୁ ପଲ୍ଲୀ ଉତ୍ସବମୁଖର, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
78ତମ ସ୍ୱାଧୀନତା ଦିବସ: ଦିଲ୍ଲୀରୁ ପଲ୍ଲୀ ଉତ୍ସବମୁଖର, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ (ETV Bharat Odisha)

ନୂଆଦିଲ୍ଲୀ: ସ୍ୱାଧୀନତାକୁ ଆଜି 78 ବର୍ଷ । 1947 ମସିହା ଆଜିର ଦିନରେ ଭାରତରେ ଉଇଁଥିଲା ସ୍ୱାଧୀନତାର ପ୍ରଥମ ସୂର୍ଯ୍ୟ । ଅହିଂସାର ବିଜୟ ହୋଇଥିଲା, 200 ବର୍ଷର ଇଂରେଜ ଶାସନରୁ ମୁକ୍ତ ହୋଇଥିଲା ପରାଧୀନ ଭାରତ । ଦେଶବାସୀଙ୍କ ସତ୍ୟ, ଅହିଂସା ଓ ଅସହଯୋଗ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଥିଲେ ଇଂରେଜ ଶାସକ । କୋଟି କୋଟି ଦେଶପ୍ରେମୀ ଓ ସଂଗ୍ରାମୀଙ୍କ ତ୍ୟାଗ, ବଳିଦାନ, ସଂଘର୍ଷ, ବୀରତ୍ବ ଓ ସାହାସ ବଳରେ ଦେଶ ସ୍ୱାଧୀନତାର ସ୍ୱାଦ ଚାଖିଥିଲା । ଆଜି ଦେଶ 78ତମ ସ୍ବାଧୀନତା ଦିବସ ପାଳନ କରୁଥିବାବେଳେ ଉତ୍ସବ ମୁଖର ରହିଛି ଦିଲ୍ଲୀରୁ ପଲ୍ଲୀ । ତ୍ରିରଙ୍ଗା ରଙ୍ଗରେ ରଙ୍ଗାୟତ ଗାଁଠୁ ସହର । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଚଳିତ ବର୍ଷର ଥିମ୍ 'ବିକଶିତ ଭାରତ@2047':

ସକାଳ 7ଟା 30 ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରାୟ 6 ହଜାର ଅତିଥିଙ୍କୁ ଆମନ୍ତ୍ରିତ କରାଯାଉଛି । ଆଶାକର୍ମୀ, କୃଷକ, ଆଦିବାସୀ ଓ ମହିଳା ଆଦି ଅତିଥି ରହିଛନ୍ତି । ପୁରୀର ଆଶାକର୍ମୀ ସୁକାନ୍ତି ଜେନା ଅତିଥି ଭାବେ ଯୋଗ ଦେଇଛନ୍ତି । ତେବେ ଚଳିତ ବର୍ଷର ସ୍ବାଧୀନତା ଦିବସ ଥିମ୍ ରହିଛି 'ବିକଶିତ ଭାରତ@2047' । ଯାହାର ଅର୍ଥ ଦେଶ ସ୍ବାଧୀନତାର ଶହେ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 2047 ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର କରିବାର ଲକ୍ଷ୍ୟ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଭାରତର ସ୍ବାଧୀନତା ଆନ୍ଦୋଳନରେ ଓଡ଼ିଆ ସଂଗ୍ରାମୀଙ୍କ ଭୂମିକା, ଏହି ସେନାନୀ ଦେଇଥିଲେ ଇଂରେଜ ବିରୋଧରେ ରଣହୁଙ୍କାର - Odia freedom fighters

ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍ କରି ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ''ସମଗ୍ର ଦେଶବାସୀଙ୍କୁ ସ୍ବତନ୍ତ୍ରତା ଦିବସର ଅନେକ ଅନେକ ଶୁଭକାମନା । ଜୟ ହିନ୍ଦ୍ ।''

ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ଦେଶବାସୀଙ୍କୁ 78ତମ ସ୍ବାଧୀନତା ଦିବସର ଶୁଭକାମନା ଜଣାଇଛନ୍ତି ଏବଂ ସମସ୍ତେ ମିଶି ଏକ ସମୃଦ୍ଧ ଓ ମଜଭୁତ ରାଷ୍ଟ୍ର ନିର୍ମାଣ ପାଇଁ ପ୍ରତିଶ୍ରୁତିବଦ୍ଧ ହେବାକୁ ଆହ୍ବାନ କରିଛନ୍ତି।

ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ:

78ତମ ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟ୍ବିଟ୍ କରି ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଦେଶକୁ ସ୍ବାଧୀନ କରିବା ପାଇଁ ବଳିଦାନ ଦେଇଥିବା ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିବା ସହ ସବୁ ବର୍ଗଙ୍କୁ ନେଇ ରାଜ୍ୟର ଭବିଷ୍ୟତ ଗଠନ ଲାଗି ସେ ଆହ୍ବାନ କରିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗଠାରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଓ ପରେଡ ଅଭିବାଦନ ଗ୍ରହଣ କରିଛନ୍ତି ।

Last Updated : Aug 15, 2024, 10:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.