ETV Bharat / bharat

ଜନ୍ମସ୍ଥାନକୁ ଫେରିଲେ ରଘୁନନ୍ଦନ; ଦିବ୍ୟ ରୂପ ଦର୍ଶନ କରି କୃତାର୍ଥ ଭକ୍ତ

author img

By ETV Bharat Odisha Team

Published : Jan 22, 2024, 5:27 PM IST

Updated : Jan 22, 2024, 5:58 PM IST

Ram Mandir Pran Pratishtha: ପ୍ରତୀକ୍ଷାର ଅନ୍ତ ଘଟାଇ ବିରାଜିଲେ ମର୍ଯ୍ୟାଦା ପୁରୁଷ । ରାମ ଧ୍ବନିରେ ପ୍ରକମ୍ପିକ ଗଗନ ପବନ । ଭବ୍ୟ ମନ୍ଦିର, ଦିବ୍ୟ ମୂର୍ତ୍ତି । ଦେଖନ୍ତୁ ଏହି ରିପୋର୍ଟ

Ram Mandir Pran Pratishtha
Ram Mandir Pran Pratishtha
ଦିବ୍ୟ ରୂପ ଦର୍ଶନ କରି କୃତାର୍ଥ ଭକ୍ତ

ଲକ୍ଷ୍ନୌ: ଅନ୍ତ ହେଲା କାଳ କାଳର ପ୍ରତୀକ୍ଷା । ସାକାର ହେଲା ଦୀର୍ଘ ୫୦୦ ବର୍ଷ ସ୍ବପ୍ନର ଅପେକ୍ଷା । ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେଲା ଆଜିର ଦିନ । ରାମ ଭକ୍ତଙ୍କୁ ଭକ୍ତି ଭାବ ସାଗରରେ ଭସାଇ ଭବ୍ୟ, ଦିବ୍ୟ ସୁସଜ୍ଜିତ ମନ୍ଦିରରେ ବିରାଜିଲେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର । ଅଯୋଧ୍ୟା ରାମ ମନ୍ଦିରରେ ମାହେନ୍ଦ୍ର ବେଳା ଓ ମାହାର୍ଘ୍ୟ ଶୁଭ ଅଭିଜିତ ମୁହୂର୍ତ୍ତରେ ହେଲା ଅଯୋଧ୍ୟା ରାମକୁମାରଙ୍କ ପ୍ରାଣ ପ୍ରତିଷ୍ଠା । ରାମଲାଲାଙ୍କ ଘରବାହୁଡ଼ା ପରେ ଆରମ୍ଭ ହେଲା ରାମରାଜ୍ୟ । ରାମଲାଲାଙ୍କୁ ଦର୍ଶନ ପାଇଁ ନବବଧୁ ଅଯୋଧ୍ୟା ହାତଠାରି ଡାକିଲା ଭଳି ମନେ ହେଉଛି । ସବୁଠି ଶୁଭୁଛି ଶ୍ରୀରାମ ଶ୍ରୀ ରାମ । ତେବେ ରାମଙ୍କ ହସ ହସ ମୁହଁ ଦେଖି ଭକ୍ତ ମଧ୍ୟ ବିଭୋର ହୋଇଛନ୍ତି ।

ଐତିହାସିକ ଦିନ ଜାନୁଆରୀ 22: ବର୍ଷ ବର୍ଷ ଧରି ଏ ମନ ଯାହା ଚାହୁଁଥିଲା ତାହା ଆଜିର ଐତିହାସିକ ଦିନରେ ପୂରଣ ହୋଇଛି । ରାମଲାଲା ନିଜ ଜନ୍ମସ୍ଥାନକୁ ଫେରିଛନ୍ତି । ଶେଷ ହୋଇଛି ବର୍ଷ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନର ପୂର୍ଣ୍ଣାହୂତି । ୮୪ ସେକେଣ୍ତର ଶୁଭ ମୂହୁର୍ତ୍ତରେ ସମ୍ପନ୍ନ ହୋଇଛି ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ । ୧୨ଟା୧୫ ରୁ ୧୨ଟା୪୫ ମିନିଟ ମଧ୍ୟରେ ପ୍ରାଣ ପ୍ରତିଷ୍ଠା ପାଇଁ ମାହାର୍ଘ୍ୟ ମୁହୂର୍ତ୍ତ ରହିଥିବା ବେଳେ ରାମଲାଲା ମଧ୍ୟ ବିରାଜିଛନ୍ତି । ମୁଖ୍ୟ ଯଜମାନ ଭାବେ ଦାୟିତ୍ବ ତୁଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯଜମାନ ଦାୟିତ୍ବ ତୁଲାଇବା ପାଇଁ ଗତ ୧୧ ଦିନ ଧରି କଠୋର ବ୍ରତ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରାଣ ପ୍ରତିଷ୍ଠା ପରେ ପ୍ରଭୁ ଶ୍ରୀରାମଙ୍କ ମଙ୍ଗଳ ଆଳତି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତ ଉପସ୍ଥିତ ରହିଥିଲେ।

ରାମଲାଲାଙ୍କୁ ମୋଦିଙ୍କ ସାଷ୍ଟାଙ୍ଗ ପ୍ରଣିପାତ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ସାରା ବିଶ୍ବ ଉତ୍ସବ ମୁଖର ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସ୍ବତନ୍ତ୍ର ରୀତିନୀତି ପାଳନ କରୁଥିଲେ। 11 ଦିନ ଧରି ବ୍ରତ କରିଥିବା ବେଳେ ପଇଡ଼ ପାଣି ପିଇ ଚଟାଣରେ ଶୋଉଥିଲେ । ଆଜି ସକାଳୁ ସକାଳୁ ପାରମ୍ପରିକ ପୋଷାକ ପିନ୍ଧି ମନ୍ଦିରରେ ପହଞ୍ଚିବା ପରେ ମୁଖ୍ୟ ଯଜମାନ ଭାବେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ । ଏହାପରେ ରୀତିନୀତି ଅନୁସାରେ, ରାମଲାଲାଙ୍କ ଆଖିରୁ ପୋଟଳି ଫିଟାଇ କଜ୍ବଳ ଲଗାଇଛନ୍ତି । ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ ହେବା ପରେ ରାମଲାଲାଙ୍କୁ ଦଣ୍ଡବତ ପ୍ରଣାମ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ସାଧୁସନ୍ଥଙ୍କ ପାଦ ଛୁଇଁ ଆଶୀର୍ବାଦ ଗ୍ରହଣ କରିଛନ୍ତି । ସୁଚାରୁରୂପେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହେବା ପରେ ବେଶ୍ ଖୁସି ଅଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ : ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ; 'ଆମ ଲାଲା ଆଉ ଟେଣ୍ଟରେ ରହିବେ ନାହିଁ'

ରାମ ନାମ ଧ୍ବନୀରେ ପ୍ରକମ୍ପିତ ଗଗନ ପବନ: ପ୍ରାଣ ପ୍ରତିଷ୍ଠା ପରେ ସ୍ବର୍ଗପୂରୀ ସଦୃଶ୍ୟ ଭବ୍ୟ ମନ୍ଦିରରେ ଦର୍ଶନ ଦେଉଛନ୍ତି କୋଟି କୋଟି ଭକ୍ତଙ୍କ ପ୍ରଭୁ ଶ୍ରୀରାମ । ଆଉ ଭଗବାନ ରାଘବଙ୍କ ସେହି ଦିବ୍ୟ ରୂପକୁ ଚର୍ମ ଚକ୍ଷୁରେ ଦର୍ଶନ କରୁଛନ୍ତି ରାମଭକ୍ତ । ଜନ୍ମସ୍ଥାନରେ ରାମଲାଲାଙ୍କ ଅପୂର୍ବ ଦିବ୍ୟ ଓ ଅଲୌକିକ ଶ୍ରୀମୁଖ ଦର୍ଶନ କରି କୃତ୍ୟକୃତ୍ୟ କୃତାର୍ଥ ଭକ୍ତ । ରାମଲାଲାଙ୍କ ଘର ବାହୁଡାରେ କମ୍ପୁଛି ଅଯୋଧ୍ୟା । ରାମ ନାମ ଧ୍ବନୀରେ ପ୍ରକମ୍ପିତ ଅଯୋଧ୍ୟାର ଗଗନ ପବନ । ନିଜ ଜନ୍ମ ସ୍ଥାନକୁ ଫେରି ଦର୍ଶନ ଦେଇଛନ୍ତି ରାମଲାଲା । ସବୁଠି ଶୁଭୁଛୁ ଶ୍ରୀରାମ ଶ୍ରୀ ରାମ । ତେବେ ରାମଙ୍କ ହସ ହସ ମୁହଁ ଦେଖି ଭକ୍ତ ମଧ୍ୟ ବିଭୋର ହୋଇଛନ୍ତି । ରାମଲାଲାଙ୍କ ପ୍ରତିମୂର୍ତ୍ତିକୁ ଦେଖିଲେ ମନେ ହେଉଛି ସତେ ଯେମିତି ଶ୍ରୀରାମ ମଧ୍ୟ ସତେ ଯେମିତି ଖୁସି ହୋଇ ଖିଲିଖିଲି ହସୁଛନ୍ତି ।

ସ୍ୱର୍ଗପୁରୀ ପାଲଟିଛି ଅଯୋଧ୍ୟା ରାମ ମନ୍ଦିର ପରିସର: ଅଧଘଣ୍ଟାର ମାହେନ୍ଦ୍ର ବେଳା, ୮୪ ସେକେଣ୍ଡର ଅଭିଜିତ ମୁହୂର୍ତ୍ତରେ ଶେଷ ହେଲା ପ୍ରଭୁ ଶ୍ରୀରାମଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା । ସକାଳ ୧୦ଟାରୁ ଆରମ୍ଭ ହୋଇଥିଲା ମଙ୍ଗଳ ଧ୍ବନୀ । ପ୍ରଭୁ ଶ୍ରୀରାମଙ୍କ ୫୧ ଇଞ୍ଚ ମୂର୍ତ୍ତିରେ ଲାଗି ହୋଇଛି ୫୬ ପ୍ରକାର ଭୋଗ । ଏପଟେ ନିଜ ଭଗବାନଙ୍କୁ ସ୍ୱାଗତ କରିବା ପାଇଁ ଚଳଚଞ୍ଚଳ ହୋଇ ପଡ଼ିଛି ପୁରା ଦେଶ । ମୋଦି ପ୍ରଥମେ ସିୟାବର 'ରାମଚନ୍ଦ୍ର କି ଜୟ' କହି ନିଜର ବକ୍ତବ୍ୟ ଆରମ୍ଭ କରିଛନ୍ତି । ସେ କହିଛନ୍ତି, ହମାରେ ରାମ ଆ ଗୟେ ହେଁ..ଆଜି ଆମର ରାମ ଆସିଯାଇଛନ୍ତି । 22 ଜାନୁଆରୀ ଅର୍ଥାତ ଆଜି ଏକ ନୂଆ ସୁରୁଜ ଉଇଁଛି ।

ଆକାଶମାର୍ଗରୁ ପୁଷ୍ପ ବର୍ଷା: ପୁର ପଲ୍ଲୀରେ ଶୁଭୁଛି ଜୟ ଶ୍ରୀରାମ ନାରା । ଅଯୋଧ୍ୟାର ଭବ୍ୟ ଓ ଦିବ୍ୟ ମନ୍ଦିରକୁ ବିରାଜିଲେ ଅଯୋଧ୍ୟାର ସାର ଦେଶର ରାଜକୁମାର । ଆଉ ପ୍ରଭୁଙ୍କ ଆଗମନ ପରେ ଆକାଶରୁ ବର୍ଷିଲା ଫୁଲ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଭାବୁକ ହେଲେ ରାମ ଭକ୍ତ । ଭାରତୀୟତାର ପରମ ପ୍ରତୀକ ପ୍ରଭୁ ରାମଙ୍କ ସ୍ବାଗତରେ ବାଜିଲା ଶୁଭଶଙ୍ଖ, ରାମ ମନ୍ଦିରରେ ହେଲା ଶଙ୍ଖଧ୍ବନୀ । ଭଗବାନ ରାମଲାଲାଙ୍କ ଦିବ୍ୟ ଦର୍ଶନରେ ଆଖିକୁ କୃଥାର୍ଥ କରୁଛନ୍ତି ଭକ୍ତ । ଜୟ ଶ୍ରୀରାମ ନାରରେ କମ୍ପୁଛି ସମଗ୍ର ଦେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 22, 2024, 5:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.