ETV Bharat / bharat

ପ୍ରାଣ ପ୍ରତିଷ୍ଠା ଉତ୍ସବ, ଅତିଥିଙ୍କୁ ମିଳିବ ରାମ ମନ୍ଦିର ମଡେଲ ଓ ମହାପ୍ରସାଦ

author img

By ETV Bharat Odisha Team

Published : Jan 22, 2024, 8:32 PM IST

Updated : Jan 22, 2024, 8:40 PM IST

Ayodhya Guests to get Mahaprasad: ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ଅତିଥିଙ୍କ ଲାଗି ବିଶେଷ ବ୍ୟବସ୍ଥା । ରାମଲାଲାଙ୍କ ଆଶୀର୍ବାଦ ସ୍ବରୂପ ମିଳିବ 'ମହାପ୍ରସାଦ' । ଅଧିକ ପଢନ୍ତୁ

Ayodhya Guests will get Mahaprasad
Ayodhya Guests will get Mahaprasad
ପ୍ରାଣ ପ୍ରତିଷ୍ଠା ଉତ୍ସବ, ଅତିଥିଙ୍କୁ ମିଳିବ ରାମ ମନ୍ଦିର ମଡେଲ ଓ ମହାପ୍ରସାଦ

ଲକ୍ଷ୍ନୌ: ଭବ୍ୟ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଧୁମଧାମର ସହିତ ସମ୍ପନ୍ନ ହୋଇଛି । ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ଲାଗି ଦେଶର କୋଣ ଅନୁକୋଣରୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ରାମଲାଲାଙ୍କ ମନ୍ଦିରରେ ପହଞ୍ଚିଥିବା ଅତିଥିଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଏହି ଅତିଥି ମଣ୍ଡଳୀଙ୍କୁ ପ୍ରଦାନ କରାଯିବ 'ମହାପ୍ରସାଦ' । ଏଥିରେ ରାମଲାଲାଙ୍କ ଆଶୀର୍ବାଦ ସ୍ବରୂପ ଅନେକ ସାମଗ୍ରୀ ମଧ୍ୟ ରହିଛି ।

Ram Darbar
ରାମ ଦରବାର

'ମହାପ୍ରସାଦ'ରେ କଣ ରହିଛି ? :- ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଦେଶର ଅନେକ ବିଶେଷ ବ୍ୟକ୍ତି ଯୋଗଦାନ କରିଥିଲେ । ଫଳରେ ରାମମୟ ହୋଇଥିଲା ଅଯୋଧ୍ୟା ନଗରୀ । ମନ୍ଦିରକୁ ରଙ୍ଗବେରଙ୍ଗର ପୁଷ୍ପରେ ସୁସଜ୍ଜିତ କରାଯାଇଥିବା ବେଳେ ଉପସ୍ଥିତ ବ୍ୟକ୍ତିବିଶେଷଙ୍କ ହୃଦୟରେ ଭରିଯାଇଥିଲା ଦିବ୍ୟ ଅନୁଭବ । ତେବେ ଏହି ଅତିଥିଙ୍କ ଲାଗି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆଶୀର୍ବାଦ ରୂପରେ ମହାପ୍ରସାଦ ପ୍ରଦାନ କରାଯିବ । ଏକ କପଡ଼ାର ମୁଣିରେ ତୁଳସୀ ମାଳ, ଅଙ୍ଗ ବସ୍ତ୍ର, ପିତଳ ଦୀପ ଓ ଅଯୋଧ୍ୟା ରାମ ମନ୍ଦିର ଉପରେ ଆଧାରିତ ଏକ ବୁକଲେଟ୍‌ ପ୍ରଦାନ କରାଯିବ । ଏହାସହିତ ରାମ ମନ୍ଦିରର ଏକ ମଡେଲ ମଧ୍ୟ ପ୍ରଦାନ କରାଯିବ ।

ଏହା ବି ପଢନ୍ତୁ- ଜନ୍ମସ୍ଥାନକୁ ଫେରିଲେ ରଘୁନନ୍ଦନ; ଦିବ୍ୟ ରୂପ ଦର୍ଶନ କରି କୃତାର୍ଥ ଭକ୍ତ

Ram Mandir Mahaprasadam
ରାମ ମନ୍ଦିର ମହାପ୍ରସାଦମ

ଏହି ମହାପ୍ରସାଦର ବ୍ୟବସ୍ଥା ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ କରାଯାଇଛି । ଏହାର ପ୍ରସ୍ତୁତି ଗତ କିଛି ମାସ ଧରି ଚାଲିଥିଲା । ଅନ୍ୟ ଏକ ଖାସ କଥା ହେଉଛି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂଜାରେ ସାମିଲ ହୋଇଥିବା ସନ୍ଥଙ୍କ ଲାଗି ମଧ୍ୟ ସ୍ବତନ୍ତ୍ର ଉପହାରର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ କାଶୀରୁ ଆସିଥିବା ରୁଦ୍ରାକ୍ଷ ମାଳ, ଗୋମୁଖ ଓ ପୀତଳର କଳସକୁ ସାମିଲ କରାଯାଇଛି । ଅତିଥିଙ୍କ ପ୍ରଦାନ କରାଯିବାକୁ ଥିବା ଉପହାର ଲାଗି ଗତକ ୬ ମାସ ପୂର୍ବରୁ କାଶୀର କିଛି କାରିଗରଙ୍କୁ ଅର୍ଡର ଦିଆଯାଇଥିଲା । ଯେଉଁଥିରେ ୫୦ହଜାରରୁ ଅଧିକ ରାମ ମନ୍ଦିର ମଡେଲ ରହିଛି ।

ଏହା ବି ପଢନ୍ତୁ- ପ୍ରାଣ ପ୍ରତିଷ୍ଠା ପରେ କଣ କହିଲେ ରାମଲାଲାଙ୍କ ମୂର୍ତ୍ତି ଗଢ଼ିଥିବା ଅରୁଣ ଯୋଗୀରାଜ...

ସୂଚନା ଥାଉ କି ଅଧଘଣ୍ଟାର ମାହେନ୍ଦ୍ର ବେଳା, ୮୪ ସେକେଣ୍ଡର ଅଭିଜିତ ମୁହୂର୍ତ୍ତରେ ଶେଷ ହୋଇଛି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା । ସକାଳ ୧୦ଟାରୁ ଆରମ୍ଭ ହୋଇଥିଲା ମଙ୍ଗଳ ଧ୍ବନୀ । ପ୍ରଭୁ ଶ୍ରୀରାମଙ୍କ ୫୧ ଇଞ୍ଚ ମୂର୍ତ୍ତିରେ ଲାଗି ହୋଇଥିଲା ୫୬ ପ୍ରକାର ଭୋଗ । ଏପଟେ ନିଜ ଭଗବାନଙ୍କୁ ସ୍ବାଗତ କରିବା ପାଇଁ ଚଳଚଞ୍ଚଳ ହୋଇ ପଡ଼ିଥିଲା ପୁରା ଦେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 22, 2024, 8:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.