ETV Bharat / bharat

କାନ୍ଦିବାରୁ ନବଜାତ ଶିଶୁକନ୍ୟାକୁ କଚାଡି ହତ୍ୟା କଲା ନିଶାସକ୍ତ ବାପା !

author img

By ETV Bharat Odisha Team

Published : Feb 29, 2024, 10:43 PM IST

Father killed baby: କାନ୍ଦିବାରୁ ନବଜାତ ଶିଶୁକନ୍ୟାକୁ ତଳେ ଫିଙ୍ଗି ହତ୍ୟା କଲା ବାପା ! କର୍ଣ୍ଣାଟକରେ ଘଟିଛି ଏହି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ

କାନ୍ଦିବାରୁ ନବଜାତ ଶିଶୁକନ୍ୟାକୁ ତଳେ ଫିଙ୍ଗି ହତ୍ୟା କଲା ବାପା !

ବେଙ୍ଗାଲୁରୁ: ବର୍ଷକର ଶିଶୁକନ୍ୟା ରାତିରେ କାନ୍ଦିବାରୁ ପିସାଚ ସାଜିଲା ଜନ୍ମ କରିଥିବା ବାପା । ଶିଶୁଟିକୁ ଚଟାଣ କଚାଡି ନିଶାସକ୍ତ ଅବସ୍ଥାରେ ଥିବା ବାପା ହତ୍ୟା କରିଥିବା ଅଭିଯୋଗ ହୋଇଛି । କ୍ରୋଧ ଜର୍ଜରିତ ହୋଇ ଯୁବକ ଜଣକ ଶିଶୁଟିକୁ ତଳେ କଚାଡି ଦେଇଥିଲା । ତାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିଛି ସମୟ ଆସିୟୁରେ ଭର୍ତ୍ତି ହୋଇ ଚିକିତ୍ସା ପରେ ଗୁରୁତର କୋମଳମତି ଶିଶୁଟି ଆଖି ବୁଜିଛି । ଏପରି ଏକ ଅଭାବନୀୟ ଘଟଣା କର୍ଣ୍ଣାଟକର ଧରୱାଡରେ ଘଟିଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ତେବେ ପୋଲିସର ପ୍ରାଥମିକ ସୂଚନା ଅନୁସାରେ, ଧରୱାଡ ତହସିଲ ଅନ୍ତର୍ଗତ ଯାଦୱାଡା ଗ୍ରାମରେ ଏହି ଘଟଣା ଘଟିଛି । ଶାମବୁଲିଙ୍ଗାଇୟା ନାମକ ଜଣେ ବ୍ୟକ୍ତି ନିଜର ଏକବର୍ଷର ନବଜାତ ଶିଶୁକନ୍ୟାକୁ ଚଟାଣରେ ଫିଙ୍ଗି ହତ୍ୟା କରିଛି । ଶାମବୁଲିଙ୍ଗାଇୟା ଅଭ୍ୟାସଗତ ମଦ୍ୟପ ଥିଲା । ସେ ଗତକାଲି ରାତିରେ ଘରେ ନିଶାସକ୍ତ ଅବସ୍ଥାରେ ସୋଇଥିବା ବେଳେ ଶିଶୁଟି ବାରମ୍ବାର କାନ୍ଦିଥିଲା । ଏହି ସମୟରେ ଶିଶୁଟିର ମା’ ନିକଟରେ ମଧ୍ୟ ଥିଲେ । ହେଲେ ନିଶାସକ୍ତ ଶାମବୁଲିଙ୍ଗାଇୟା ହଠାତ କ୍ରୋଧିତ ଶିଶୁଟିକୁ ଶୋଇଥିବା ସ୍ଥାନରୁ ଉଠାଇ ଆଣି ଘରର ଚଟଣାରେ କଚାଡି ଦେଇଥିଲା । ଏଥିରେ ଶିଶୁଟି ଗୁରୁତର ହୋଇପଡିଥିଲା । ତାକୁ ଘରର ଅନ୍ୟ ସଦସ୍ୟମାନେ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଶିଶୁଟିକୁ ଆସିୟୁରେ ଭର୍ତ୍ତି କରାଯାଇଥିଲା । ହେଲେ ଆଜି ଅପରାହ୍ନରେ ତାର ମୃତ୍ୟୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ :-ଅତି ସ୍ବଳ୍ପଦୂରଗାମୀ ଏୟାର ଡିଫେନ୍ସ ସିଷ୍ଟମର ସଫଳ ଫ୍ଲାଇଟ ଟେଷ୍ଟ କଲା DRDO

ଅଭିଯୁକ୍ତର ପତ୍ନୀ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସ୍ଥାନୀୟ ଗାରାଗା ଥାନା ପୋଲିସ ଶିଶୁଟିର ମୃତଦେହ ଜବତ କରିବା ସହ ଅଭିଯୁକ୍ତ ବାପା ଶାମବୁଲିଙ୍ଗାଇୟାକୁ ଗିରଫ କରିଛି । ସେ ବାରମ୍ବାର ନିଶାସକ୍ତ ଅବସ୍ଥାରେ ଘରକୁ ଆସି ହିଂସା ମଧ୍ୟ ଭିଆଉଥିଲା ବୋଲି ପୋଲିସ ଜଣାବାକୁ ପାଇଛି । ଏବେ ଅଭିଯୁକ୍ତ ପୋଲିସ ହେପାଜତରେ ଅଛି । ତାକୁ ଜେରା ପରେ କୋର୍ଟ ଫରଓ୍ବାର୍ଡ କରାଯିବା ନେଇ ସ୍ଥାନୀୟ ପୋଲିସ କହିଛି । ତେବେ ଜଣେ ବାପା ନିଶାସକ୍ତ ଅବସ୍ଥାରେ ନିଜ ଜନ୍ମିତ ଶିଶୁକୁ ପରି ନିର୍ମମ ଭାବେ ହତ୍ୟା କରିବା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କାରଣ ହୋଇଛି । ନିଶାପାନ କାରଣରୁ କୋମଳମତି ଶିଶୁଟିର ଜୀବନ ଯିବା ଗୋଟିଏ ପରିବାର ମଧ୍ୟ ଉଜୁଡି ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.