ETV Bharat / bharat

2023 ଡିସେମ୍ବରରେ EPFO ରେ ଅନ୍ତର୍ଭୁକ୍ତ ହୋଇଛନ୍ତି 15 ଲକ୍ଷରୁ ଅଧିକ କର୍ମଚାରୀ

author img

By ETV Bharat Odisha Team

Published : Feb 20, 2024, 10:00 PM IST

EPFO adds 15.62 lakh net members in Dec 2023: 2023 ଡିସେମ୍ବରରେ EPFO ରେ ଅନ୍ତର୍ଭୁକ୍ତ ହୋଇଛନ୍ତି 15 ଲକ୍ଷରୁ ଅଧିକ କର୍ମଚାରୀ । ଅଧିକାଂଶ ସଂଗଠିତ କାର୍ଯ୍ୟକ୍ଷେତ୍ରକୁ ପ୍ରବେଶ କରିଥିବା ଯୁବ ଓ ନବାଗତ । ଅଧିକ ପଢନ୍ତୁ

ବର୍ଷ 2023 ରେ EPFO ରେ ଅନ୍ତର୍ଭୁକ୍ତ ହୋଇଛନ୍ତି 15 ଲକ୍ଷରୁ ଅଧିକ ନୂଆ କର୍ମଚାରୀ

ନୂଆଦିଲ୍ଲୀ: ଗତବର୍ଷ (2023) ଡିସେମ୍ବର ମାସରେ ରେକର୍ଡ ସଂଖ୍ୟକ ସଦସ୍ୟ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ‘EPFO’ ସହ ଯୋଡି ହୋଇଛନ୍ତିି । ସଂସ୍ଥା ଦ୍ବାରା ଜାରି କରାଯାଇଥିବା ବାର୍ଷିକ ତଥ୍ୟ ଅନୁସାରେ, କେବଳ ଗତବର୍ଷ ଡିସେମ୍ବରରେ ଏଥିରେ ସାମିଲ ହୋଇଥିବା କର୍ମଚାରୀଙ୍କ ସଂଖ୍ୟା 15 ଲକ୍ଷ 60 ହଜାର ରହିଛି । ଯାହାକି ଗତ 3 ମାସ ମଧ୍ୟରେ ସର୍ବାଧିକ । ଗତବର୍ଷ ନଭେମ୍ବର ମାସ ତୂଳନାରେ ଡିସେମ୍ବରକୁ ହିସାବକୁ ନେଲେ ଇପିଏଫଓରେ ପଞ୍ଜୀକୃତ ହୋଇଥିବା କର୍ମଚାରୀଙ୍କ ସଂଖ୍ୟାରେ ପ୍ରାୟ 11.97 ପ୍ରତିଶତ ବୃଦ୍ଧି ଘଟିଛି । ତେବେ କର୍ମନିଯୁକ୍ତି ବଢିବାର ସଙ୍କେତ ମଧ୍ୟ ଦେଉଛି । କାରଣ ପଞ୍ଜୀକୃତ ଅନେକ ସଦସ୍ୟଙ୍କ ମଧ୍ୟରେ ଅନେକ ନୂଆ କରି ସଂଗଠିତ କର୍ମସଂସ୍ଥାନରେ ପ୍ରବେଶ କରିଥିବା ଯୁବ କର୍ମଚାରୀ ରହିଛନ୍ତି ।

ବିଶ୍ଳେଷଣରୁ ଏହା ମଧ୍ୟ ଜଣାପଡିଛି ଯେ ଡିସେମ୍ବର 2022 ତୁଳନାରେ ସଦସ୍ୟତା ଅଭିବୃଦ୍ଧିରେ 4.62 ପ୍ରତିଶତ ବୃଦ୍ଧି ଘଟିଛି । ସଦସ୍ୟତା କ୍ଷେତ୍ରରେ ଏହି ଅଭିବୃଦ୍ଧି ବିଭିନ୍ନ କାରଣରୁ ସମ୍ଭବ ହୋଇପାରିଛି । କର୍ମନିଯୁକ୍ତିରେ ସୁଯୋଗ, କର୍ମଚାରୀଙ୍କ ଇପିଏଫଓ ଲାଭ ସମ୍ପର୍କରେ ସଚେତନତା ଓ ଇପିଏଫଓ ଦ୍ବାରା ଆଉଟରିଚ ପ୍ରୋଗ୍ରାମର କାର୍ଯ୍ୟକାରିତା ପାଇଁ ସମ୍ଭବ ହୋଇଥିବା କୁହାଯାଇପାରିବ ।

ତଥ୍ୟ ଏହା ମଧ୍ୟ ଦର୍ଶାଉଛି ଯେ ଡିସେମ୍ବର 2023 ରେ ଯୋଡି ହୋଇଥିବା ମୋଟ ସଦସ୍ୟଙ୍କ ମଧ୍ୟରେ ପ୍ରାୟ 8.41 ଲକ୍ଷ ନୂତନ ସଦସ୍ୟ ଏହି ବ୍ୟବସ୍ଥା ସହିତ ଯୋଡି ହୋଇଛନ୍ତି । ଯାହା ଗତ ତିନିମାସ ମଧ୍ୟରେ ସର୍ବାଧିକ । ଏଥିରେ ଅନ୍ୟଏକ ବଡ ଦିଗ ହେଉଛି, ଏହି ନୂତନ ସଦସ୍ୟଙ୍କ ମଧ୍ୟରେ 18-25 ବୟସ ବର୍ଗର ପ୍ରାଧାନ୍ୟ ରହିଛି । ଯାହା ଡିସେମ୍ବରରେ ଯୋଡି ହୋଇଥିବା ମୋଟ ନୂତନ ସଦସ୍ୟଙ୍କ ସଂଖ୍ୟାର 57.18 ପ୍ରତିଶତ । ସଂଗଠିତ କର୍ମକ୍ଷେତ୍ରରେ ଯୋଗଦେଉଥିବା ଅଧିକାଂଶ ବ୍ୟକ୍ତି ଯୁବ ଓ ମୁଖ୍ୟତଃ ପ୍ରଥମ ଥର କର୍ମନିଯୁକ୍ତି ପାଇଥିବା ବ୍ୟକ୍ତି ବୋଲି ସ୍ପଷ୍ଟ ଜଣାପଡୁଛି ।

ଏହା ମଧ୍ୟ ପଢନ୍ତୁ :- ଲୋକସଭା ନିର୍ବାଚନ: ତୃତୀୟ ପର୍ଯ୍ୟାୟରେ ଆଉ 9 ପ୍ରାର୍ଥୀ ଘୋଷଣା କଲା ସମାଜବାଦୀ ପାର୍ଟି

ସେହିପରି ତଥ୍ୟରୁ ଏହା ମଧ୍ୟ ଜଣାପଡୁଛି ଯେ, 12.02 ଲକ୍ଷ ସଦସ୍ୟ ଇପିଏଫଓରୁ ବାହାରିଯାଇ ପରେ ପୁଣି EPFO ​​ରେ ଯୋଗଦାନ କରିଛନ୍ତି । ନଭେମ୍ବର 2023 ର ରେକର୍ଡ ଅନୁସାରେ ପୂର୍ବ ବର୍ଷ ତୁଳନାରେ ଏହି ସଂଖ୍ୟା 12.61 ପ୍ରତିଶତ ବୃଦ୍ଧି ଘଟିଛି ଓ ଗତ ପାଞ୍ଚ ମାସ ମଧ୍ୟରେ ଏହା ସର୍ବାଧିକ ମଧ୍ୟ । ଏହି ସଦସ୍ୟମାନେ ସେମାନଙ୍କର ଚାକିରିରେ ପରିବର୍ତ୍ତନ କରିଛନ୍ତି । EPFO ଦ୍ବାରା ଅନ୍ତର୍ଭୁକ୍ତ ଅନ୍ୟ କର୍ମନିଯୁକ୍ତି ପ୍ରତିଷ୍ଠାନଗୁଡିକରେ ପୁଣି ଯୋଗଦାନ ମଧ୍ୟ କରିଛନ୍ତି । ଚୂଡ଼ାନ୍ତ ରାଶି ଉଠାଣ ପରିବର୍ତ୍ତେ ସେମାନଙ୍କର ଜମା ହୋଇଥିବା ରାଶି ସେମାନେ ନୂତନ ଇପିଏଫଓ ଖାତାକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା ଫଳରେ ସେମାନଙ୍କ ସାମାଜିକ ସୁରକ୍ଷା କ୍ଷେତ୍ର ଅଧିକ ସଂଗଠିତ ହୋଇପାରିଛି ବୋଲି କୁହାଯାଇ ପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.