ETV Bharat / bharat

ଆଜି ବାଜିବ ନିର୍ବାଚନ ବିଗୁଲ

author img

By ETV Bharat Odisha Team

Published : Mar 15, 2024, 12:45 PM IST

Updated : Mar 16, 2024, 9:38 AM IST

EC To Announce Lok sabha State poll dates: ଲୋକସଭା ଏବଂ ଓଡ଼ିଶା ସମେତ 4ଟି ରାଜ୍ୟର ବିଧାନସଭା ନିର୍ବାଚନ ନେଇ ଆଜି(ମାର୍ଚ୍ଚ 16) ଘୋଷଣା କରିବେ ନିର୍ବାଚନ ଆୟୋଗ । ଶନିବାର ଅପରାହ୍ନ ୩ଟାରେ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିବେ । ଅଧିକ ପଢନ୍ତୁ

Election Commission
Election Commission

ନୂଆଦିଲ୍ଲୀ: ଆଜି (ଶନିବାର) ଘୋଷଣା ହେବ ନିର୍ବାଚନ ତାରିଖ । ଲୋକସଭା ଓ 4 ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ । ଆଜି ଅପରାହ୍ନ ୩ଟାରେ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା ହେବ । ନିର୍ବାଚନ ଆୟୋଗକଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହାର ସିଧା ପ୍ରସାରଣ ହେବ ।

4 ରାଜ୍ୟରେ ହେବ ବିଧାନସଭା ନିର୍ବାଚନ: 4ଟି ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ ଇସିଆଇ । ଏକା ସମୟରେ 4 ରାଜ୍ୟରେ ହେବ ନିର୍ବାଚନ । ଏପ୍ରିଲ/ମେ ମାସରେ ନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡିକ ହେଲା ଅରୁଣାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ସିକ୍କିମ । ଏହା ବ୍ୟତୀତ ମହାରାଷ୍ଟ୍ର, ହରିୟାଣା, ଝାଡଖଣ୍ଡରେ ମଧ୍ୟ ଚଳିତ ବର୍ଷ ଶେଷ ଆଡକୁ ବିଧାନସଭା ନିର୍ବାଚନ ହୋଇପାରେ ବୋଲି କୁହାଯାଉଛି । ଆଜି ନିର୍ବାଚନ କମିଶନର ଭାବେ ଜ୍ଞାନେଶ କୁମାର ଏବଂ ସୁଖବୀର ସାନ୍ଧୁ ଦାୟିତ୍ବ ଗ୍ରହଣ କରିବା ପରେ ଇସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ରାଜ୍ୟବିଧାନସଭା ସିଟ୍
ଓଡିଶା147
ଅରୁଣାଚଳ ପ୍ରଦେଶ 60
ଆନ୍ଧ୍ରପ୍ରଦେଶ175
ସିକ୍କିମ 32

ଏହା ମଧ୍ୟ ପଢନ୍ତୁ-ଦାୟିତ୍ୱ ଗ୍ରହଣ କଲେ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସାନ୍ଧୁ, CEC କଲେ ସ୍ବାଗତ

ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା: ବିଧାନସଭା ନିର୍ବାଚନ ହେବାକୁ ଥିବା 4 ରାଜ୍ୟ ମଧ୍ୟରେ ରହିଛି ଓଡିଶା । ଏପ୍ରିଲ ନଚେତ ମେ ମାସରେ ଓଡିଶାରେ ହେବ ନିର୍ବାଚନ । ଆଜି ଓଡି଼ଶାରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ । ତାରିଖ ଘୋଷଣା ହେବା ପରେ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିବେ ।

କେଉଁଠି କେବେ ସରିବ କାର୍ଯ୍ୟକାଳ ?: ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଜୁନ 24 ତାରିଖରେ ଶେଷ ହେବ । 2019 ଏପ୍ରିଲ ମାସରେ ଏଠାରେ ହୋଇଥିଲା ବିଧାନସଭା ନିର୍ବାଚନ । ଅରୁଣାଚଳ ବିଧାନସଭାର କାର୍ଯ୍ୟକାଳ ଜୁନ 2 ତାରିଖରେ ଶେଷ ହେବ । ଏଠାରେ ଏପ୍ରିଲ 2019ରେ ହୋଇଥିଲା ନିର୍ବାଚନ । ସିକ୍କିମ ବିଧାନସଭାର କାର୍ଯ୍ୟକାଳ ଜୁନ 2ରେ ଶେଷ ହେବ । ଏଠାରେ ଏପ୍ରିଲ 2019ରେ ହୋଇଥିବା ନିର୍ବାଚନ । ଆନ୍ଧ୍ରପ୍ରଦେଶ ବିଧାନସଭା କାର୍ଯ୍ୟକାଳ 11 ଜୁନରେ ଶେଷ ହେବ । ଏଠାରେ ଏପ୍ରିଲ 2019ରେ ହୋଇଥିଲା ନିର୍ବାଚନ । ବର୍ତ୍ତମାନର ଲୋକସଭାର କାର୍ଯ୍ୟକାଳ ଜୁନ୍ 16ରେ ଶେଷ ହେବ । ଗତଥର ମାର୍ଚ୍ଚ 10 ରେ ଲୋକସଭା ନିର୍ବାଚନ ଘୋଷଣା କରାଯାଇଥିଲା ଏବଂ ଏପ୍ରିଲ 11ରୁ ସାତୋଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା । ମେ 23ରେ ଭୋଟ ଗଣନା ହୋଇଥିଲା ।

ଖାଲି ପଡ଼ିଥିବା ଦୁଇ ନିର୍ବାଚନ କମିଶନର ପଦ ପୂରଣ ହୋଇଛି । ଗତକାଲି ଜ୍ଞାନେଶ କୁମାର ଓ ସୁଖବୀର ସାନ୍ଧୁ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଇଛନ୍ତି । ମୁଖ୍ୟ ନିର୍ବାଚନ କମିଶନର (CEC) ରାଜୀବ କୁମାର, ଉଭୟଙ୍କୁ ସ୍ବାଗତ କରିଛନ୍ତି । ପୂର୍ବତନ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ ଅବସର ଏବଂ ଅରୁଣ ଗୋୟଲଙ୍କ ଇସ୍ତଫା ଯୋଗୁଁ ନିର୍ବାଚନ ଆୟୋଗରେ ଦୁଇଟି ନିର୍ବାଚନ କମିଶନର ପଦ ଖାଲି ପଡ଼ିଥିଲା । ତାହା ପୂରଣ ହେବା ପରେ ନିର୍ବାଚନୀ ତାରିଖ ଘୋଷଣା କରିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତାକାଲି ଲୋକସଭା ଓ 4 ରାଜ୍ୟରେ ବିଧାନସଭା ତାରିଖ ଘୋଷଣା କରିବେ ଇସିଆଇ । ଲୋକସଭା ନିର୍ବାଚନକୁ ନେଇ ଏବେ ସରଗରମ ରହିଛି ଦେଶର ରାଜନୀତି । ତାରିଖ ଘୋଷଣା ହେବା ପୂର୍ବରୁ ବିଜେପି 2 ଥର ପ୍ରାର୍ଥୀ ତାଲିକା ଜାରି କରିସାରିଛି ।

Last Updated : Mar 16, 2024, 9:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.