ETV Bharat / bharat

ପଞ୍ଜାବରେ ମୃଦୁ ଭୂକମ୍ପ ଝଟକା, ତୀବ୍ରତା 3.8 - Punjab news

Earthquake of magnitude 3.8 strikes Punjab : ପଞ୍ଜାବରେ ମୃଦୁ ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ତୀବ୍ରତା 3.8 ମାଗ୍ନିଚ୍ୟୁଡ । କ୍ଷୟକ୍ଷତିର ନାହିଁ ସୂଚନା । ଅଧିକ ପଢନ୍ତୁ

ପଞ୍ଜାବରେ ମୃଦୁ ଭୂକମ୍ପର ଝଟକା, ତୀବ୍ରତା 3.8
ପଞ୍ଜାବରେ ମୃଦୁ ଭୂକମ୍ପର ଝଟକା, ତୀବ୍ରତା 3.8
author img

By ETV Bharat Odisha Team

Published : Feb 26, 2024, 10:40 PM IST

ଚଣ୍ଡିଗଡ: ପଞ୍ଜାବରେ ମୃଦୁ ଭୂକମ୍ପର ଝଟକା । ଆଜି (ସୋମବାର) ରାତିରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ରାତି ପ୍ରାୟ 9ଟା 23 ମିନିଟରେ ଏହି ଭୂକମ୍ପର ଝଟକା ଲାଗିଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 3.8 ମ୍ୟାଗ୍ନିଚୁଡ ରେକର୍ଡ କରାଯାଇଛି । ପଞ୍ଜାବର ସୀମାନ୍ତ ଜିଲ୍ଲା ତାରନ ତାରାନରେ ଏହାର ସର୍ବାଧିକ ପ୍ରଭାବ ଅନୁଭୂତ ହୋଇଛି । ଭୂପୃଷ୍ଠରୁ ପ୍ରାୟ 40 କିଲୋମିଟର ତଳେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଉଛି । ତାରନ ତାରନ ସମେତ ଫିରୋଜପୁର ଜିଲ୍ଲାରେ ମଧ୍ୟ ସାମାନ୍ୟ କମ୍ପନ ଅନୁଭବ ହୋଇଛି । ଅନ୍ୟ କିଛି ସ୍ଥାନରେ ମଧ୍ୟ ସାମାନ୍ୟ କମ୍ପନ ଅନୁଭୂତ ହୋଇଥିବା ସୂଚନା ମିଳିଛି । ହେଲେ କୌଣସି ସ୍ଥାନରେ କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ, କିମ୍ବା କୌଣସି ଚେତାବନୀ ମଧ୍ୟ ଜାରି କରାଯାଇନି ।

  • " class="align-text-top noRightClick twitterSection" data="">

ଏଠାରେ ସୂଚନାଯୋଗ୍ୟ ଯେ, ନିକଟ ଅତୀତରେ ଏକାଧିକ ଥର ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂକମ୍ପ ଅନୁଭୂତ ହେଲାଣି । ଆଫଗାନିସ୍ତାନ, ନେପାଳ ଓ ପାକିସ୍ତାନରେ ସୃଷ୍ଟି ହେଉଥିବା ଭୂକମ୍ପର ମାତ୍ରା ଅଧିକ ରହିଲେ ତାର ସିଧା ପ୍ରଭାବ ଦିଲ୍ଲୀ ସମେତ ଉତ୍ତର ଭାରତରେ ଅନୁଭୂତ ହୋଇଥାଏ । ହେଲେ ନିକଟରେ ଦିଲ୍ଲୀ କିମ୍ବା ଉତ୍ତର ଭାରତୀୟ ରାଜ୍ୟରେ କୌଣସି ବଡ ଧରଣର ଭୂକମ୍ପଜନିତ କ୍ଷୟକ୍ଷତି ଦେଖିବାକୁ ମିଳିନାହିଁ ।

ଏହା ମଧ୍ୟ ପଢନ୍ତୁ:- ଓ୍ବାଏନାଡରୁ ଲଢିବେନି ରାହୁଲ ! କେରଳରେ 4 ଆସନରେ ପ୍ରାର୍ଥୀ ଦେଲା ‘ଇଣ୍ଡିଆ’ ମେଣ୍ଟ ସହଯୋଗୀ ସିପିଆଇ

ଗତବର୍ଷ (2023) ଫେବୃଆରୀ 6 ତାରିଖରେ ତୁର୍କୀ ଓ ସିରିଆରେ ପ୍ରଳୟଙ୍କାରୀ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ପ୍ରାୟ 8 ମାଗ୍ନିଚ୍ୟୁଡରୁ ଅଧିକ ରହିଥିଲା । ତୁର୍କୀ ଓ ସିରିଆରେ 40 ହଜାର ନାଗରିକ ପ୍ରାଣ ହରାଇଥିଲେ । ସ୍ଥିତି ଏତେ ସାଙ୍ଘାତିକ ହୋଇଥିଲା ଯେ,ପ୍ରକୃତ ମୃତାହତ ସଂଖ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ସଠିକ୍‌ ଆକଳନ କରିବା ମଧ୍ୟ ସମ୍ଭବପର ନଥିଲା । ଏହାରି ମଧ୍ୟରେ ଜାତିସଂଘ ପ୍ରକାଶ କରିଥିବା ଏକ ଆନୁମାନିକ ରିପୋର୍ଟ ଆଧାରରେ ଉଭୟ ଦେଶରେ ମୃତ୍ଯୁସଂଖ୍ୟା ପ୍ରାୟ 50 ହଜାରରୁ ଅଧିକ ବୋଲି ଦର୍ଶାଯାଇଥିଲା । ଭାରତ ସମେତ ବିଭିନ୍ନ ଦେଶରୁ ପଠାଯାଇଥିବା ଉଦ୍ଧାରକାରୀ ଟିମ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ କରିଥିଲେ । ତୁର୍କୀର ପ୍ରାୟ 10ଟି ପ୍ରଦେଶ ଭୂକମ୍ପରେ ବିଶେଷ ଭାବେ ପ୍ରଭାବିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.