ETV Bharat / bharat

ହୋଲି ପୂର୍ବରୁ ବାଙ୍କେ ବିହାରୀ ମନ୍ଦିରରେ ଅସମ୍ଭାଳ ଭିଡ଼; 2 ମହିଳା ଚେତାଶୂନ୍ୟ, ଜଣେ ବୃଦ୍ଧ ମୃତ

author img

By ETV Bharat Odisha Team

Published : Mar 19, 2024, 7:41 PM IST

Mathura Holi 2024: ହୋଲି ପୂର୍ବରୁ ମଥୁରା ବାଙ୍କେ ବିହାରୀ ମନ୍ଦିରରେ ଅସମ୍ଭାଳ ଭିଡ଼ । ଜଣେ ବୃଦ୍ଧ ବ୍ୟକ୍ତି ମୃତ ସୂଚନା। ଅଧିକ ପଢନ୍ତୁ

Banke Bihari Temple
Banke Bihari Temple

ହୋଲି ପୂର୍ବରୁ ବାଙ୍କେ ବିହାରୀ ମନ୍ଦିରରେ ଅସମ୍ଭାଳ ଭିଡ଼

ଲକ୍ଷ୍ନୌ: ମଥୁରା ମାଟିରେ ହୋଲି ଖେଳିବା ଅତ୍ୟନ୍ତ ସୌଭାଗର ବିଷୟ । ଜୀବନ କାଳରେ ଥରୁଟିଏ ଏହି ଅନୁଭବ ନେବା ଲାଗି ହୋଲି ଉତ୍ସବ ପୂର୍ବରୁ ମଥୁରାରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମେ । ଚଳିତ ବର୍ଷ ମାର୍ଚ୍ଚ 25 ତାରିଖରେ ହୋଲି ଉତ୍ସବ ପଡୁଥିବାରୁ ଏହା ପୂର୍ବରୁ ବିଶ୍ବ ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିରରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି । ଭିଡ଼ ଯୋଗୁଁ ଆଜି (ମଙ୍ଗଳବାର) 2 ଜଣ ମହିଳା ଚେତାଶୂନ୍ୟ ହୋଇପଡ଼ିଥିବା ବେଳେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ମଙ୍ଗଳବାର ବାଙ୍କେ ବିହାରୀ ମନ୍ଦିରଠାରୁ ପ୍ରାୟ 4 କିଲୋ ମିଟର ପର୍ଯ୍ୟନ୍ତ ଲମ୍ବା ଲାଇଲ ଲାଗିଥିଲା । ମନ୍ଦିର ବାହାରେ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ଭିଡ଼ ଜମାଇଥିଲେ । ଗେଟ ନମ୍ବର-1 ନିକଟରେ ପ୍ରବଳ ଭିଡ଼ ହେବା ଫଳରେ 2 ଜଣ ମହିଳା ଚେତାଶୂନ୍ୟ ହୋଇପଡ଼ିଥିଲେ । ସେପଟେ ମୁମ୍ବାଇରୁ ଆସିଥିବା ଜଣେ 70 ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପୋଲିସ ପ୍ରଶାସନ ଓ ସୁରକ୍ଷା କର୍ମୀ ମନ୍ଦିର ନିକଟରେ ପହଞ୍ଚି ଅସୁସ୍ଥଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ।

ଏହା ବି ପଢନ୍ତୁ- ହୋଲି ଖେଳିଲେ ବାଙ୍କେ ବିହାରୀ, ରଙ୍ଗ ଅବିରରେ ରଙ୍ଗୀନ ଶ୍ରଦ୍ଧାଳୁ

ଏହି ଘଟଣା ନେଇ ଜିଲ୍ଲା ପ୍ରଶାସନ କହିଛି ଯେ ଦର୍ଶନ କରିସାରିବା ପରେ ବୃଦ୍ଧ ଜଣକର ହଠାତ ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ପରିବାର ବର୍ଗ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି 2 ମହିଳା ଶ୍ରଦ୍ଧାଳୁଙ୍କ ମଧ୍ୟ ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । 20 ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ମନ୍ଦିରରେ ଦର୍ଶନ କରିଥିବା କୁହାଯାଉଛି ।

ହୋଲି ଉତ୍ସବକୁ ଆଉ ମାତ୍ର କେଇଟା ଦିନ ଥିବାରୁ ମଥୁରାରେ ହୋଲି ଖେଳିବା ଲାଗି ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁ ଆସୁଥିବା ଦେଖିବାକୁ ମିଳିଛି । ମଥୁରା ବୃନ୍ଦାବନ ସମେତ ନନ୍ଦ ଗାଁରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ମଥୁରାରରେ ବସନ୍ତ ପଞ୍ଚମୀ ଦିନଠାରୁ ହୋଲି ଉତ୍ସବର ଆରମ୍ଭ ହୋଇଥାଏ । ଗତ 14 ତାରିଖରେ ଗୋକୁଳ ଗୁରୁ ଶରଣାନନ୍ଦ ମହାରାଜଙ୍କ ଆଶ୍ରମରେ ହୋଲି ଖେଳିଥିଲେ । ସେହିପରି 17 ତାରିଖରେ ରାଧା ରାଣୀ ମନ୍ଦିରରେ ଲଡ୍ଡୁ ମାର ହୋଲି ଉତ୍ସବରେ 8 ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ । 18 ମାର୍ଚ୍ଚରେ ଲାଠମାର ହୋଲିରେ 10 ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.