ETV Bharat / bharat

ପେଟରୁ ବାହାରିଲା ଜୀବନ୍ତ ଅସରପା, କେମିତି ହେଲା ସମ୍ଭବ

ପେଟରେ ଯନ୍ତ୍ରଣା ହେବାରୁ ହସ୍ପିଟାଲ ଯାଇଥିଲେ ଯୁବକ । ଅପରେସନ ପରେ ଅନ୍ତନଳୀରୁ ବାହାରିଲା ଅସରପା ।

author img

By ETV Bharat Odisha Team

Published : 3 hours ago

Updated : 2 hours ago

COCKROACH IN STOMACH
COCKROACH IN STOMACH (ETV BHARAT ODISHA)

ନୂଆଦିଲ୍ଲୀ: ଦିଲ୍ଲୀର ଫୋର୍ଟିସ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର । ଯୁବକଙ୍କ ଅନ୍ତନଳୀରୁ ବାହାରିଲା ଜୀବନ୍ତ ଅସରପା । 10 ମିନିଟରେ ଅପରେସନ କରି 23 ବର୍ଷର ଯୁବକଙ୍କ ଅନ୍ତନଳୀରୁ ଅସରପାକୁ ବାହାର କରିଛନ୍ତି ଡାକ୍ତର । ଅସରପାର ଲମ୍ବ 3 ସେମି । ଯଦି ଏହି ଅପରେସନ ହୋଇନଥାନ୍ତା ତେବେ ଯୁବକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଆନ୍ତା ବୋଲି କହିଛନ୍ତି ଡାକ୍ତର ।

କଣ କୁହନ୍ତି ଡାକ୍ତର :

ଫୋର୍ଟିସ୍ ହସ୍ପିଟାଲ ବସନ୍ତ କୁଞ୍ଜର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର ଶୁଭମ ଭଟ୍ସ କହିଛନ୍ତି, '' ଯୁବକଙ୍କ ପରୀକ୍ଷା କରିବା ପରେ ଆମେ ଏଣ୍ଡୋସ୍କୋପି ମାଧ୍ୟମରେ 10 ମିନିଟରେ ଅସ୍ତ୍ରୋପଚାର ଶେଷ କରି ଏହି ଅସରପାକୁ ବାହାର କରିଦେଲୁ। ଦୁଇଟି 3 ଦିନ ପେଟରେ ଯନ୍ତ୍ରଣା ହେବାରୁ ଯୁବକ ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ଏକ ଡାକ୍ତରୀ ଟିମ୍‌ ତାଙ୍କୁ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନ (ଜିଆଇ) ଏଣ୍ଡୋସ୍କୋପି କରିବାକୁ ପରାମର୍ଶ ଦେଇଥିଲେ । ଜିଆଇ ପରୀକ୍ଷା କରିବା ପରେ ଡାକ୍ତରମାନେ ତାଙ୍କ ପେଟ ଯନ୍ତ୍ରଣାର କାରଣ ଜାଣିପାରିଥିଲେ । ଯୁବକଙ୍କ ଅନ୍ତନଳୀରେ ଏକ ଜୀବନ୍ତ ଅସରପା ଥିବା ଜାଣିବାକୁ ପାଇଥିଲେ । ଡାକ୍ତରମାନେ ଏଣ୍ଡୋସ୍କୋପି ମାଧ୍ୟମରେ ଏହି ଜୀବନ୍ତ ଅସରପାକୁ ସଫଳତାର ସହିତ ବାହାର କରିଥିଲେ । ''

ଏହା ମଧ୍ୟ ପଢନ୍ତୁ-ରୋଷେଇ ଘରେ ଅସରପା ମାତୁଛନ୍ତି କି ? ଘରକୁ ଆଣନ୍ତୁ ଏହି ସ୍ପ୍ରେ - How to get rid of cockroaches

ଏହା ମଧ୍ୟ ପଢନ୍ତୁ-ଅସରପା ଆତଙ୍କ ନେଇ ଚିନ୍ତିତ କି ? ରୋଷେଇ ଘରେ ଅଛି ମୁକ୍ତି ପାଇବାର ବାଟ, ଜାଣି ନିଅନ୍ତୁ ଗୃହିଣୀ - Simple Ways To Get Rid of Cockroach

ଏ ବିଷୟରେ ସୂଚନା ଦେଇ ଡାକ୍ତର କହିଛନ୍ତି ଯେ, ଛୋଟ ଅନ୍ତନଳୀରେ ଜୀବନ୍ତ ଅସରପା ରହିବା ଜୀବନ ପ୍ରତି ବିପଦ ହୋଇପାରେ । ତେଣୁ, ଏଣ୍ଡୋସ୍କୋପି ସାହାଯ୍ୟରେ ଏହି ଅସରପାକୁ ବାହାର କରିବା ପାଇଁ ଆମେ ତୁରନ୍ତ ଅସ୍ତ୍ରୋପଚାର କରିଥିଲୁ ।

ଯୁବକଙ୍କ ପେଟରେ କିପରି ପ୍ରବେଶ କଲା ଅସରପା?

ଡାକ୍ତରଙ୍କ କହିବା ଅନୁଯାୟୀ, ଅସରପାଟି ଖାଇବା ସମୟରେ କିମ୍ବା ଶୋଇଥିବା ସମୟରେ ରୋଗୀର ଶରୀରରେ ପ୍ରବେଶ କରିଥାଇପାରେ। ଯଦି ଏହି ଅସରପାକୁ ଠିକ୍ ସମୟରେ ପେଟରୁ ବାହାର କରାଯାଇନଥାନ୍ତା, ତେବେ ଏହା ସାଂଘାତିକ ରୂପ ନେଇଥାନ୍ତା । ଏନେଇ ଯୁବକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.