ETV Bharat / bharat

ସୁପ୍ରିମକୋର୍ଟରୁ ଗିରଫଦାରୀ ପିଟିସନ ପ୍ରତ୍ୟାହାର କଲେ କେଜ୍ରିଓ୍ବାଲ, ED ରିମାଣ୍ଡକୁ ବିରୋଧ - KEJRIWAL WITHDRAWS ARREST PLEA

author img

By ETV Bharat Odisha Team

Published : Mar 22, 2024, 1:09 PM IST

Kejriwal withdraws plea from SC: ED ଗିରଫଦାରୀ ମାମଲାରେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ପ୍ରତ୍ୟାହାର କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତଳକୋର୍ଟରେ ଆବେଦନ କରିବା ନେଇ ସୂଚନା ଦେଇଛନ୍ତି କେଜ୍ରିଓ୍ବାଲଙ୍କ ଓକିଲ ଅଭିଷେକ ମନୁ ସିଂହଭି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଛି ଇଡି । ଇଡିରେ ଗିରଫଦାରୀ ବିରୋଧରେ କେଜ୍ରିୱାଲଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନକୁ ପ୍ରତ୍ୟାହାର କରିନିଆଯାଇଛି । କେଜ୍ରିୱାଲଙ୍କ ପକ୍ଷରୁ ତଳକୋର୍ଟରେ ଆବେଦନ କରାଯିବ । ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ କେଜ୍ରିଓ୍ବାଲ ପ୍ରତ୍ୟାହାର କରିନେଇଥିବା ସୂଚନା ଦେଇଛନ୍ତି ତାଙ୍କ ଓକିଲ ଅଭିଷେକ ମନୁ ସିଂହଭି । ଏହାସହ ସେ ଇଡି ରିମାଣ୍ଡକୁ ବିରୋଧ କରିଛନ୍ତି।

ଗୁରୁବାର କେଜ୍ରିଓ୍ବାଲଙ୍କ ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ତ ହୋଇଥିଲା ଆମ ଆଦମୀ ପାର୍ଟିର ଲିଗାଲ ଟିମ୍ । ଇଡି ଗିରଫଦାରୀ ମାମଲାର ଜରୁରୀ ଶୁଣାଣି ପାଇଁ କୋର୍ଟ ରାଜି ହୋଇଥିଲେ । ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ତିନି ଜଣିଆ ବେଞ୍ଚ ଏହି ଆବେଦନ ଉପରେ ଶୁଣାଣି କରିବା ନେଇ ନିଷ୍ପତ୍ତି ହୋଇଥିଲା । ଏହାର କିଛି ସମୟ ମଧ୍ୟରେ କେଜ୍ରିଓ୍ବାଲଙ୍କ ପକ୍ଷରୁ ସୁପ୍ରିମକୋର୍ଟରୁ ଆବେଦନକୁ ପ୍ରତ୍ୟାହାର କରାଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-ଇଡି ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟ ଗଲେ କେଜ୍ରିୱାଲ, ଆଜି ହୋଇପାରେ ଶୁଣାଣି - Kejriwal Moves Supreme Court

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂହଭି ଆଜି ସୁପ୍ରିମକୋର୍ଟରେ ହାଜର ହୋଇଥିଲେ । ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରିବାର ଥିଲା । ଏହି ଆବେଦନର ଶୁଣାଣି ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଏମ ଏମ ସୁନ୍ଦରେଶ ଏବଂ ଜଷ୍ଟିସ ବେଲା ମାଧୁର୍ଯ୍ୟ କରିବେ ବୋଲି ସ୍ଥିର ହୋଇଥିଲା । ମାତ୍ର ତା ପୂର୍ବରୁ ପିଟିସନ ପ୍ରତ୍ୟାହାର କରି ନେଇଥିଲେ କେଜ୍ରିୱାଲ ।

ଏହା ମଧ୍ୟ ପଢନ୍ତୁ-ଦାୟିତ୍ବରେ ଥାଇ ଗିରଫ ହେବାରେ ପ୍ରଥମ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ, ଆଜି ଦେଶବ୍ୟାପୀ ଆପ୍‌ର ପ୍ରତିବାଦ - AAP Announces Nationwide Protest

ଗୁରୁବାର ସନ୍ଧ୍ୟାରେ ମଦ ଦୁର୍ନୀତି ମମାଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା ଇଡି । ଆପ୍‌ର ଲିଗାଲ ଟିମ୍ ସର୍ବୋଚ୍ଚ ଅଦାଲତରେ ଏହାକୁ ଚ୍ୟାଲେଞ୍ଜ କରିଥିଲା । ଏଥିସହ ଇଡି ଗିରଫଦାରୀ ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ ହୋଇଥିଲା । କେଜ୍ରିୱାଲଙ୍କ ଆବେଦନର ଶୁଣାଣି ପାଇଁ ଗୁରୁବାର ରାତିରେ କୌଣସି ସ୍ବତନ୍ତ୍ର ଖଣ୍ଡପୀଠ ଗଠନ ହୋଇନଥିଲା । ଅନ୍ୟପଟେ ଇଡି କେଜ୍ରିଓ୍ବାଲଙ୍କୁ ଗରିଫ କରିଥିବାରୁ, ଏହା ପ୍ରତିବାଦରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଛନ୍ତି ଆମ ଆଦମୀ ପାର୍ଟିର କର୍ମୀ । ପରିସ୍ଥିତି ଅଣାୟତ ହେବାରୁ ଆପର କର୍ମୀଙ୍କୁ ଉଠାଇ ନେଇଛି ଦିଲ୍ଲୀ ପୋଲିସ । ମନ୍ତ୍ରୀ ସୌରଭ ଭରଦ୍ବାଜ ଓ ଆତିଶଙ୍କୁ ଅଟକ ରଖିଛି ପୋଲିସ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.