ETV Bharat / bharat

କେରଳରେ CPIM ନେତାଙ୍କୁ ହତ୍ୟା, କୁରାଡ଼ିରେ ହାଣି ଦେଇଥିବା ସନ୍ଦେହ - CPIM leader PV Sathyanathan

CPIM Leader PV Sathyanathan Murder: କେରଳ କୋଝିକୋଡରେ ଚାଞ୍ଚଲ୍ୟ । ସର୍ବସମ୍ମୁଖରେ ସିପିଆଇ (ଏମ) ନେତାଙ୍କୁ କୁରାଡ଼ିରେ ହାଣି ହତ୍ୟା ଅଭିଯୋଗ । ଅଧିକ ପଢନ୍ତୁ,

PV Sathyanathan Murder
PV Sathyanathan Murder
author img

By ETV Bharat Odisha Team

Published : Feb 23, 2024, 10:54 AM IST

ଥିରୁଅନନ୍ତପୁରମ: କେରଳରେ ସିପିଆଇ(ଏମ) ନେତାଙ୍କୁ ହତ୍ୟା । କୋଝିକୋଡ ଜିଲ୍ଲାର କୋଇଲ୍ୟାଣ୍ଡିର ଏକ ମନ୍ଦିରରେ ଉତ୍ସବ ଚାଲିଥିବା ସମୟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଏକ ସ୍ଥାନୀୟ ନେତା ପି ଭି ସତ୍ୟନାଥନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁସାରେ, ଗୁରୁବାର ରାତିରେ ଚେରିୟାପୁରମ ମନ୍ଦିରରେ ଏକ ଉତ୍ସବ ଚାଲିଥିବା ସମୟରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ସିପିଆଇ(ଏମ)ର ଜିଲ୍ଲା ସଚିବ ପି ମୋହନନ ଦାବି କରି କହିଛନ୍ତି, "ସ୍ଥାନୀୟ ନେତା ପି ଭି ସତ୍ୟନାଥନଙ୍କୁ ହତ୍ୟା କରାଯାଇଥିଲା । କୁରାଡିରେ ଆକ୍ରମଣ କରି ତାଙ୍କର ହତ୍ୟା କରାଯାଇଛି । ଆମେ ଏହାକୁ ଦୃଢ ବିରୋଧ କରୁଛୁ । ତାଙ୍କ ମୃତ୍ୟୁକୁ ବିରୋଧ କରି ଆଜି କୋଇଲାଣ୍ଡି ବନ୍ଦ ଡାକରା ଦିଆଯାଇଛି ।" ତେବେ ସତ୍ୟନାଥଙ୍କୁ କାହିଁକି ଏବଂ କିଏ ହତ୍ୟା କଲା ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ।

ସୂଚନା ଅନୁସାରେ, ମନ୍ଦିରର ଉତ୍ସବରେ ଯୋଗ ଦେବା ପାଇଁ ଗୁରୁବାର ରାତିରେ ପି ଭି ସତ୍ୟନାଥନ ଯାଇଥିଲେ । ଏହି ସମୟର କିଛି ଜଣ ଦୁର୍ବୃତ୍ତ ତାଙ୍କୁ କୁରାଡିରେ ଆକ୍ରମଣ କରିଥିଲେ । ପ୍ରାୟ ରାତି 10ଟା ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା । ଫଳରେ ତାଙ୍କର ବେକ ଏବଂ ପିଠିରେ ଆଘାତ ଲାଗିଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ତେବେ ସଙ୍ଗେସଙ୍ଗେ ସତ୍ୟନାଥନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ସତ୍ୟନାଥନଙ୍କୁ ଆକ୍ରମଣ କରିବା ପରେ ଅପରାଧୀମାନେ ଅଞ୍ଚଳ ଛାଡି ଚାଲିଯାଇଥିଲେ । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ଅପରାଧୀଙ୍କୁ ଚିହ୍ନଟ କରିପାରି ନାହିଁ । ନେତା ପି ଭି ସତ୍ୟନାଥନଙ୍କ ବୟସ 62 ବର୍ଷ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: କାର ଦୁର୍ଘଟଣାରେ ପ୍ରାଣ ହରାଇଲେ ବିଆରଏସ ବିଧାୟିକା

ପ୍ରାଥମିକ ତଦନ୍ତ ଅନୁସାରେ, ବ୍ୟକ୍ତିଗତ ଶତ୍ରୁତା କାରଣରୁ ସତ୍ୟନାଥନଙ୍କୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି । ପି ଭି ସତ୍ୟନାଥନ ସିପିଆଇ(ଏମ) କୋଇଲାଣ୍ଡି କେନ୍ଦ୍ରୀୟ ସ୍ଥାନୀୟ ସମିତିକ ସଚିବ ଭାବେ କାର୍ଯ୍ୟ କରୁଥିଲେ । ତେବେ ସ୍ଥାନୀୟ ନେତାଙ୍କୁ ହ୍ୟା କରାଯିବା ପରେ କେଇଲାଣ୍ଡି ବନ୍ଦ ଡାକରା ଦିଆଯାଇଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.