ETV Bharat / bharat

ଏବେବି ଦିଦିଙ୍କୁ ନେଇ କଂଗ୍ରେସ ଆଶାବାଦୀ, ‘ଇଣ୍ଡିଆ’ ମେଣ୍ଟର ମୁମ୍ବାଇ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ - Bharat Jodo Nyay Yatra

Congress invites Mamata for March 17 Mumbai rally: ଏବେବି ମମତାଙ୍କ ପାଇଁ କଂଗ୍ରେସର ଦ୍ବାର ମୁକ୍ତ । ‘ଇଣ୍ଡିଆ’ ମେଣ୍ଟର ମୁମ୍ବାଇ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କଲା ଦଳ । ଅଧିକ ପଢନ୍ତୁ

ଏବେବି ଦିଦିଙ୍କୁ ନେଇ କଂଗ୍ରେସ ଆଶାବାଦୀ,  ‘ଇଣ୍ଡିଆ’ ମେଣ୍ଟର ମୁମ୍ବାଇ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ

author img

By ETV Bharat Odisha Team

Published : Mar 12, 2024, 4:50 PM IST

ନୂଆଦିଲ୍ଲୀ: ଏକାକାଳୀନ ଗୋଟିଏ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ସମସ୍ତ 42 ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରି କଂଗ୍ରେସ ଓ ‘ଇଣ୍ଡିଆ’ ମେଣ୍ଟକୁ ଜବରଦସ୍ତ ଝଟକା ଦେଇଛନ୍ତି ମମତା ବାନାର୍ଜୀ । ତେବେ ମେଣ୍ଟରୁ ଅଘୋଷିତ ଭାବେ ସମ୍ପର୍କ ଛିନ୍ନ କରିବା ପରେ ମଧ୍ୟ କଂଗ୍ରେସ ମମତାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଦ୍ବାର ଖୋଲା ରଖିଛି । ମୁମ୍ବାଇରେ 17 ତାରିଖରେ ହେବାକୁ ଥିବା ‘ଇଣ୍ଡିଆ’ ମେଣ୍ଟର ଦ୍ବିତୀୟ ରାଲି ତଥା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ର ଉଦଯାପନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ମମତାଙ୍କୁ ନିମନ୍ତ୍ରଣ କରିଛି କଂଗ୍ରେସ । ତେବେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ମମତାଙ୍କ କ୍ୟାମ୍ପରୁ କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି ।

ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ ଜାରି ରଖିଥିବା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ମୁମ୍ବାଇରେ ସମାପିତ ହେବାକୁ ଯାଉଛି । 17 ତାରିଖରେ ଏହି ବହୁଚର୍ଚ୍ଚିତ ଯାତ୍ରାର ଅନ୍ତିମ କାର୍ଯ୍ୟକ୍ରମ ରହିଛି । ଏଥିରେ ତମାମ କଂଗ୍ରେସ ନେତାଙ୍କ ସହ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ମୁଖ୍ୟମାନେ ମଧ୍ୟ ଅଂଶଗ୍ରହଣ କରିବେ । ମେଣ୍ଟର ଅନ୍ୟତମ ବରିଷ୍ଠ ନେତ୍ରୀ ହେଉଛନ୍ତି ମମତା ବାନାର୍ଜୀ । କଂଗ୍ରେସ ସହ ଆସନ ବୁଝାମଣା ଫେଲ ମାରିବା ସହ ମମତା ଏକାକୀ ସମସ୍ତ ଆସନରେ ପ୍ରାର୍ଥୀ ଦେଇଥିଲେ ସୁଦ୍ଧା ‘ଇଣ୍ଡିଆ’ ମେଣ୍ଟରୁ ଔପଚାରିକ ଭାବେ ସମ୍ପର୍କ ଛିନ୍ନ କରିନାହାନ୍ତି । ସେ କେବଳ କଂଗ୍ରେସ ସହ ଆସନ ଭାଗବଣ୍ଟା କରିନାହାନ୍ତି । ତେଣୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ ମମତା ଏବେ ମଧ୍ୟ ମେଣ୍ଟର ପ୍ରମୁଖ ସଦସ୍ୟା ଭାବେ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ହଟିଲେ ଖଟ୍ଟର, ନାୟବ ସିଂ ସୈନି ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ; ସନ୍ଧ୍ୟାରେ ଶପଥ

ମେଣ୍ଟ ଗଠନରେ ପ୍ରଥମରୁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମେଣ୍ଟର ନେତୃତ୍ବ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଦେବା ପାଇଁ ମମତା ହିଁ ପ୍ରଥମ ପ୍ରସ୍ତାବକ ଥିଲେ । ହେଲେ ରାଜ୍ୟରେ କଂଗ୍ରେସ ସହ ଆସନ ବୁଝାମଣା ନେଇ ବିବାଦ ଦେଖାଯାଇଥିଲା । ମମତାଙ୍କ ଏକା ଲଢିବା ଚେତାବନୀ ପରେ କଂଗ୍ରେସ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ସମସ୍ତ ପ୍ରୟାସ କରିଥିଲା । ହେଲେ ମମତାଙ୍କୁ ମନାଇବାରେ ଦଳ ସଫଳ ହେଲା ନାହିଁ । ରାଜ୍ୟର ସମସ୍ତ 42 ଆସନରେ ମମତା ଏକାକୀ ପ୍ରାର୍ଥୀ ଘୋଷଣା କରିଥିଲେ । ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀଙ୍କ ବିରୋଧରେ ଦିଦି ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ୟୁସୁଫ ପଠାନଙ୍କୁ ପ୍ରାର୍ଥୀ କରିଛନ୍ତି । ତଥାପି କଂଗ୍ରେସ ମମତାଙ୍କୁ ମେଣ୍ଟରେ ବାନ୍ଧି ରଖିବାର ସମସ୍ତ ପ୍ରୟାସ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.