ETV Bharat / bharat

40 ଫୁଟ ବୋରଓ୍ବେଲରେ ଖସିପଡିଲା ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି

author img

By ETV Bharat Odisha Team

Published : Mar 10, 2024, 8:49 AM IST

Updated : Mar 10, 2024, 9:22 AM IST

Child Falls Into 40 Feet Deep Borewell: ୪୦ ଫୁଟ ବୋରୱେଲ ଭିତରେ ଖସିପଡ଼ିଲା ଶିଶୁ । ଦିଲ୍ଲୀ ଜଳ ବୋର୍ଡ ପ୍ଲାଣ୍ଟରେ ଘଟିଛି ଏପରି ଅଘଟଣ । ଅଧିକ ପଢନ୍ତୁ

ବୋରଓ୍ବେଲରେ ଖସିପଡିଲା ଶିଶୁ,
Child Falls Into Deep Borewell

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅଘଟଣ । 40 ଫୁଟ ବୋରଓ୍ବେଲ ଭିତରେ ଖସିପଡିଲା କଅଁଳ ଶିଶୁ । ଜାତୀୟ ରାଜଧାନୀର କେଶୋପୁର ମାଣ୍ଡି ନିକଟ ଦିଲ୍ଲୀ ଜଳ ବୋର୍ଡ ପ୍ଲାଣ୍ଟରେ ଏହି ଘଟଣା ଘଟଛି । ଏନେଇ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଶିଶୁର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନଥିବା ବେଳେ ବୟସ ମଧ୍ୟ ଜଣାପଡିନାହିଁ । ଗତକାଲି (ଶନିବାର) ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି । ଦିଲ୍ଲୀ ଅଗ୍ନିଶମ ବାହିନୀ, ଏନଡିଆରଏଫ ଏବଂ ଦିଲ୍ଲୀ ପୋଲିସ ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଆଜି ସକାଳ ସମୟରେ ଏହି ଘଟଣା ସାମ୍ନାକୁ ଆସିଥିଲା ।

ଏହା ମଧ୍ୟ ପଢନ୍ତୁ-Bihar Borewell Tragedy: ସାମ୍ନାକୁ ଆସିଲା ଚିତ୍ର, ଅଣ୍ଟାଏ ପାଣିରେ ଫସିଛି ଶିବମ

ଦିଲ୍ଲୀ ଅଗ୍ନିଶମ ସେବା (ଡିଏଫଏସ) ସୂଚନା ଅନୁଯାୟୀ, ''କେଶୋପୁର ମାଣ୍ଡି ଅଞ୍ଚଳରେ ଥିବା ଦିଲ୍ଲୀ ଜଳ ବୋର୍ଡ (ଡିଜେବି) ପ୍ଲାଣ୍ଟ ଭିତରେ ଜଣେ ଶିଶୁ ପ୍ରାୟ 40-50 ଫୁଟ ଗଭୀର ବୋରୱେଲରେ ପଡ଼ି ଯାଇଥିଲା । ଏହି ରିପୋର୍ଟ ପାଇବା ପରେ ଦିଲ୍ଲୀ ଅଗ୍ନିଶମ ସେବା, ଏନଡିଆରଏଫ ଏବଂ ଦିଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଶିଶୁଟିକୁ ବୋରଓ୍ବେଲରୁ ବାହାର କରାଯାଇନାହିଁ । 5ଟି ଅଗ୍ନିଶମ ଗାଡି ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି । ଇନ୍ସପେକ୍ଟର ଇନଚାର୍ଜ ବୀର ପ୍ରତାପ ସିଂ ଏନଡିଆରଏଫ ଟିମର ନେତୃତ୍ୱ ନେଇଛନ୍ତି ।'' କେଉଁ ପରିସ୍ଥିତିରେ ଶିଶୁଟି ବୋରଓ୍ବେଲରେ ଖସିପଡିଲା ସେନେଇ ସୂଚନା ହସ୍ତଗତ ହୋଇନାହିଁ । ଶିଶୁଟିର ପରିବାର ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ ।

ଏହା ମଧ୍ୟ ପଢନ୍ତୁ-ଜିତିଲା ଜୀବନ, ବୋରୱେଲ ଭିତରୁ ଅଢେଇ ବର୍ଷର ଶିଶୁକନ୍ୟା ଉଦ୍ଧାର

ବିଗତ ଦିନରେ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି । କେଉଁଠି ଗଭୀର ବୋରଓ୍ବେଲରେ ପଡି ଶିଶୁର ଜୀବନ ଗଲାଣି ତ ଆଉ କେଉଁଠି ଅଳ୍ପକେ ଜୀବନ ମଧ୍ୟ ବର୍ତ୍ତି ଯାଇଛି । ଓଡ଼ିଶା, ଗୁଜୁରାଟ, ଉତ୍ତରପ୍ରଦେଶ, ବିହାର ରାଜ୍ୟରେ ଏପରି ଅଘଟଣ ଅନେକ ଥର ଘଟିଛି । ନିକଟରେ ଗୁଜୁରାଟରୁ ଏପରି ଏକ ଘଟଣା ସାମ୍ନାକୁ ଆସିଥିଲା । ଖେଳୁ ଖେଳୁ 100 ଫୁଟ ଗଭୀର ବୋରୱେଲରେ ଭିତରେ ଖସି ପଡ଼ିଥିଲା ଏକ ଅଢ଼େଇ ବର୍ଷର କୁନି ଝିଅ । ଦୀର୍ଘ 7 ଘଣ୍ଟା ଧରି ବୋରୱେଲ ଭିତରେ ଫସି ରହିବା ପରେ ଏନଡିଆରଏଫ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଶିଶୁକନ୍ୟାକୁ ଉଦ୍ଧାର କରିଥିଲା । ଗୁଜୁରାଟର ଦ୍ବାରକାରେ ଏହି ଘଟଣା ଘଟିଥିଲା ।

Last Updated : Mar 10, 2024, 9:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.