ETV Bharat / bharat

ଯୁବପିଢିଙ୍କୁ ଚୁକ୍ତିଭିତ୍ତିକ ଶ୍ରମିକ କରିବାକୁ ଚାହୁଁଛି ସରକାର: ରାହୁଲ ଗାନ୍ଧୀ - ଚୁକ୍ତିଭିତ୍ତିକ ଶ୍ରମିକ

Rahul Gandhi on Agniveers: ବିହାରରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ବେଳେ କେନ୍ଦ୍ରକୁ ଟାର୍ଗେଟ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । କହିଲେ ଯୁବପିଢିଙ୍କୁ ଚୁକ୍ତିଭିତ୍ତିକ ଶ୍ରମିକ କରିବାକୁ ଚାହୁଁଛି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର । ଅଧିକ ପଢନ୍ତୁ

Rahul Gandhi
Rahul Gandhi
author img

By ETV Bharat Odisha Team

Published : Feb 16, 2024, 8:46 PM IST

ପାଟନା: ନିର୍ବାଚନ ଯେତେ ପାଖଉଛି ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ସେତିକି ବୃଦ୍ଧି ପାଉଛି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ଜନସଭାରେ ଲଗାତାର ଭାବେ କଂଗ୍ରେସକୁ ଟାର୍ଗେଟ କରୁଥିବା ବେଳେ ଏପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଜନତାଙ୍କୁ ସମ୍ବୋଧିତ କରି ବିଜେପି ଉପରେ ବର୍ଷୁଛନ୍ତି । ଇତିମଧ୍ୟରେ ରାହୁଙ୍କ ନ୍ୟାୟ ଯାତ୍ରା ବିହାରରେ ପହଞ୍ଚିଥିବା ବେଳେ ଆଜି (ଶୁକ୍ରବାର) ସେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଯୁବପିଢିଙ୍କୁ ଚୁକ୍ତିଭିତ୍ତିକ ଶ୍ରମିକ କରିବାକୁ ଚାହୁଁଛି ଏହି ସରକାର ।

ରାହୁଲ କହିଛନ୍ତି, "ସେମାନେ ଚାହୁଁନାହାନ୍ତି ଦେଶର ପ୍ରତରିକ୍ଷା ବଜେଟ ଦେଶର ଯବାନଙ୍କ ସୁରକ୍ଷା କ୍ଷେତ୍ରରେ ଓ ଯୁବପିଢିଙ୍କୁ ତାଲିମ ଦେବା ଲାଗି ଖର୍ଚ୍ଚ ହେଉ । ଦେଶର ଯୁବପିଢି ନା ସେନାରେ ନିଯୁକ୍ତି ପାଇପାରୁଛନ୍ତି ନା ରେଲୱ କିମ୍ବା ପବ୍ଲିକ ସେକ୍ଟର ୟୁନିଟରେ । ଏପରି କାହିଁକି ? ଏହି ସରକାର କେବଳ ଯୁବପିଢିଙ୍କୁ ଚୁକ୍ତିଭିତ୍ତିକ ଶ୍ରମିକ କରିବାକୁ ଚାହୁଁଛି । ସେମାନେ କେବଳ ନାଁ 'ଅଗ୍ନିବୀର' ଦେଇଛନ୍ତି, କିନ୍ତୁ ବାସ୍ତବରେ ସେମାନେ ଜଣେ ଜଣେ ଚୁକ୍ତିଭିତ୍ତିକ ଶ୍ରମିକ । ଆଉ ଏହା ହିଁ ସତ୍ୟ । ସେମାନେ ଏହି ଯୁବପିଢିଙ୍କୁ ନିଯୁକ୍ତି ଦେଇ ଯେତେବେଳେ ଚାହିଁବେ ଫିଙ୍ଗି ଦେବେ । ଏଥିଲାଗି ଅଗ୍ନିବୀରଙ୍କୁ ପେନସନ କିମ୍ବା ଅନ୍ୟ କୌଣସି ସହାୟତା ମଧ୍ୟ ପ୍ରଦାନ କରାଯାଉନାହିଁ ।"

ଏହା ବି ପଢନ୍ତୁ- କେନ୍ଦ୍ରକୁ ଟାର୍ଗେଟ କଲେ ରାହୁଲ, କହିଲେ 'ଦେଶର ସିଷ୍ଟମ ତିନି ଚାରି ଜଣଙ୍କ ପାଇଁ ଚାଲୁଛି'

ଆଜି ରାହୁଲଙ୍କ ନ୍ୟାୟ ଯାତ୍ରା ବିହାରର ସସାରାମରେ ପହଞ୍ଚିବା ପରେ ପୂର୍ବତନ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏହି ଯାତ୍ରାରେ ସାମିଲ ହୋଇଥିଲେ । ଆଜି ବିହାରରେ ରାହୁଲଙ୍କ ଯାତ୍ରା ଶେଷ ହେବା ପରେ ଏହା ଉତ୍ତର ପ୍ରଦେଶରେ ପ୍ରବେଶ କରିଛି । ଆଜି ଯାତ୍ରା ବେଳେ ରାହୁଲଙ୍କ ଜିପ୍‌କୁ ତେଜସ୍ବୀ ଚଲାଉଥିବା ଦେଖିବାକୁ ମିଳିଥିଲା । ଏନେଇ ଆରଜେଡି ନେତା ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସ ସାଇଟରେ ପୋଷ୍ଟ କରିଛନ୍ତି । ନୀତିଶ ଇଣ୍ଡିଆ ମେଣ୍ଟ ଭାଙ୍ଗିବା ପରେ ଏହା ପ୍ରଥମ ଥର ଲାଗି ତେଜସ୍ବୀଙ୍କୁ ରାହୁଲଙ୍କ ସହିତ ଗୋଟିଏ ମଞ୍ଚ ସେୟାର କରୁଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ- ଓଡ଼ିଶାରୁ 30 ଲକ୍ଷ ଦାଦନ, ଓଡ଼ିଶାକୁ ଲୁଟୁଛନ୍ତି 30 କୋଟିପତି: ରାହୁଲ ଗାନ୍ଧୀ

ଏହି ସମୟରେ ତେଜସ୍ବୀ ଜନତାଙ୍କୁ ସମ୍ବୋଧିତ କରିବା ସମୟରେ ସିଧାସଳଖ ନୀତିଶଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ, " ଆପଣମାନେ ସମସ୍ତେ ଜାଣନ୍ତି ଆମର ମୁଖ୍ୟମନ୍ତ୍ରୀ କିପରି ? ସେ କାହା କଥା ଶୁଣିବାକୁ ଚାହୁଁନାହାନ୍ତି । ସେ ଦିନେ କହୁଥିଲେ, 'ମୁଁ ମରିଯିବି, ହେଲେ ବିଜେପି ସହିତ ସାମିଲ ହେବି ନାହିଁ ।' ଏହାପରେ ଆମେ ନୀତିଶଜୀଙ୍କ ସହିତ ରହିଥିଲୁ । ଆମେ ଅନେକ କିଛି ତ୍ୟାଗ କରି ତାଙ୍କ ସାଥୀରେ ଥିଲୁ, କେବଳ ୨୦୨୪ରେ ବିଜେପିକୁ ପରାସ୍ତ କରିବା ଲାଗି । ମାତ୍ର ଆମେ ଏକ ଠକ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ କରିଥିଲୁ । ତଥାପି ଆମ ନିକଟରେ ମହାମେଣ୍ଟ ରହିଛି । ଆମ ସମସ୍ତଙ୍କ ଲକ୍ଷ୍ୟ ଏକ । ଏଥର ବିଜେପିକୁ ପରାସ୍ତ କରିବ ଇଣ୍ଡିଆ ମେଣ୍ଟ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.