ETV Bharat / bharat

ପୋଲିସର ନିଦ ହଜାଇଲା ULFA-I, 19 ସ୍ଥାନରେ ଖଞ୍ଜା ଯାଇଛି ବୋମା - Big Claim By ULFAI

author img

By ETV Bharat Odisha Team

Published : Aug 15, 2024, 6:38 PM IST

Big Claim By ULFA-I: ଆସାମ ପୋଲିସର ନିଦ ହଜାଇ ଦେଲା ଉଲ୍ଫା । ସ୍ବାଧୀନତା ଦିବସରେ ଏସବୁ ସ୍ଥାନରେ ଖଞ୍ଜା ହୋଇଛି ବୋମା । ଏମିତି ଦାବି ପରେ ତତ୍ପର ହେଲା ପୋଲିସ ।

ULFA-I
ULFA-I (ETV Bharat Odisha)

ଗୌହାଟି: ସାରା ଦେଶ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ଆସାମ ପୋଲିସର ନିଦ ହଜାଇ ଦେଇଛି ନିଷିଦ୍ଧ ସଂଗଠନ ଉଲ୍ଫା ULFA(I) । ସଙ୍ଗଠନ ଦାବି କରିଛି କି ରାଜ୍ୟର 19ଟି ସ୍ଥାନରେ ଲଗାଯାଇଛି ବୋମା । ଏହା ପରେ ଆସାମ ପୋଲିସର ନିଦ ହଜି ଯାଇଛି । ଏପରି ଇନପୁଟ ପାଇବା ପରେ ବିଭିନ୍ନ ସ୍ଥାନରେ ପୋଲିସ ଟିମ ବୋମା ଖୋଜିବା ଅଭିଯାନରେ ଲାଗି ପଡିଛି । ପୋଲିସର ଟିମରେ ସାମିଲ ହୋଇଛି ବୋମା ନିଷ୍କ୍ରିୟକାରୀ ଦଳ ।

ଖଞ୍ଜା ଯାଇଛି ବୋମା
ଖଞ୍ଜା ଯାଇଛି ବୋମା (ETV Bharat)

ଜନତାଙ୍କୁ ସହଯୋଗ ମାଗିଲା ପୋଲିସ:

ଖଞ୍ଜା ଯାଇଛି ବୋମା
ଖଞ୍ଜା ଯାଇଛି ବୋମା (ETV Bharat)

ପୋଲିସ କହିଛି କି, ULFA(I) ଏପରି ଦାବି କରିବା ପରେ ULFA(I) ଦ୍ବାରା କୁହାଯାଇଥିବା ପ୍ରତ୍ୟେକ ସ୍ଥାନରେ ବୋମା ନିଷ୍କ୍ରିୟକାରୀ ଟିମ ପଠାଇ ଦିଆଯାଇଛି । ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନରୁ ବୋମା ଥିବାର ମିଳିନାହିଁ । ୟୁନାଟେଡ ଲିବରେସନ ଫ୍ରଣ୍ଟ ଅଫ୍‌ ଆସାମ ULFA(I) ଦାବି କରିଛି କି, କୌଣସି ତ୍ରୁଟି ପରିଲିକ୍ଷିତ ହେବାରୁ ବୋମା ଗୁଡିକ ବିସ୍ଫୋରଣ ହୋଇନି । 19 ସ୍ଥାନର ଠିକଣା ପୋଲିସ ପାଇସାରିଥିବା ବେଳେ ବାକି 4 ସ୍ଥାନର ଠିକଣା ପାଇନି ପୋଲିସ । ଏସବୁ ସ୍ଥାନରେ ବୋମା ନିଷ୍କ୍ରିୟ ପାଇଁ ଜନସାଧାରଣଙ୍କ ସହାୟତା ମାଗିଛି ।

ଖଞ୍ଜା ଯାଇଛି ବୋମା
ଖଞ୍ଜା ଯାଇଛି ବୋମା (ETV Bharat)

ସବୁ ଜିଲ୍ଲାକୁ ଆଲର୍ଟ:

ଅନ୍ୟପଟେ ପୋଲିସ ମୁଖ୍ୟାଳୟ ପକ୍ଷରୁ ସବୁ ଜିଲ୍ଲାର ଏସପିକୁ ଆଲର୍ଟ କରାଯାଇଛି । ଏସପି ଜିଲ୍ଲା ପୋଲିସକୁ ଅବଗତ କରାଇବା ସହ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସବୁ ସ୍ଥାନରେ ବୋମା ଖୋଜା ଅଭିଯାନ ଜୋରଦାର ଚାଲିଛି । ମେଟାଲ ଡିଟେକ୍ଟର, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଟିମ ପ୍ରତ୍ୟେକ ସ୍ଥାନରେ ଖୋଜା ଖୋଜିରେ ଲାଗି ପଡିଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ବୋମା ମିଳିବାର ଖବର ହସ୍ତଗତ ହୋଇନାହିଁ ।

ଖଞ୍ଜା ଯାଇଛି ବୋମା
ଖଞ୍ଜା ଯାଇଛି ବୋମା (ETV Bharat)

କେଉଁ କେଉଁ ସ୍ଥାନରେ ଖଞ୍ଜା ଯାଇଛି ବୋମା ?

  • ଶିବସାଗର (ପୁରୁଣା କାର ମଧ୍ୟରେ ବୋମା ଖଞ୍ଜା ଯାଇଥିବା ହୋଇଛି ଦାବି)
  • ଶିବସାଗର ବିଜି ରୋଡ ଗେଟ୍‌ ନମ୍ବର-5
  • ଲାକୁୱା ଟିନି ଅଲ୍ଲି
  • ଦିବ୍ରୁଗଡ(ଆସାମ ସରକାରଙ୍କ ପୁରୁଣା ବସଷ୍ଟାଣ୍ଡରେ)
  • ଲକ୍ଷ୍ମୀପୁର ପୁରୁଣା ବସଷ୍ଟାଣ୍ଡ
  • ଲକ୍ଷ୍ମୀପୁର (ପରେଡ ଗ୍ରାଉଣ୍ଡରେ)
  • ଲାଲୁକ ଡେଲି ମାର୍କେଟ
  • ବୋରଘାଟ ପୋଲିସ ଷ୍ଟେସନ
  • ନଗାଁଓ ମେଡିକାଲ କଲେଜ ରାସ୍ତାରେ
  • ଗୌହାଟି, ଖୋଲା ସ୍ଥାନ ଦିସପୁର ଶେଷ ଗେଟ
  • ଗାନ୍ଧୀ ମଣ୍ଡପ ରୋଡ
  • ବ୍ରହ୍ମପୁତ୍ର ଇଣ୍ଡଷ୍ଟ୍ରି
  • CDA ଗେଟ, ଆର୍ମି କ୍ୟାମ୍ପ ନିକଟରେ (ଗୌହାଟି)
  • ଜୋରବାଟ ଫ୍ଲାଏଓଭର
  • ଭେଟାପରା
  • ମଲିଗାଁଓ
  • ରାଜଘର
  • ନଲବରି ପୁରୁଣା ମେଡିକାଲ
  • ରଙ୍ଗିଆ-ତମୁଲପୁର ରୋଡ
    ଖଞ୍ଜା ଯାଇଛି ବୋମା
    ଖଞ୍ଜା ଯାଇଛି ବୋମା (ETV Bharat)

ଯାତାୟତ ବନ୍ଦ କଲା ପୋଲିସ:

ଯେଉଁ ସବୁ ସ୍ଥାନରେ ବୋମା ଥିବା ନେଇ ଅବଗତ କରାଯାଇଥିଲା ଏସବୁ ସ୍ଥାନରେ ପୋଲିସ କଡା ପ୍ରହରା ଦେଉଛି । ସନ୍ଦିଗ୍ଧ ସ୍ଥାନକୁ ସଂଯୋଗ କରୁଥିବା ରାସ୍ତାଘାଟରେ ଯାତାୟତ ପାଇଁ ବନ୍ଦ କରିଛି ପୋଲିସ । ବର୍ତ୍ତମାନ ମଧ୍ୟ ବୋମା ଖୋଜା ଅଭିଯାନ ଜାରି ରହିଛି ।

ଖଞ୍ଜା ଯାଇଛି ବୋମା
ଖଞ୍ଜା ଯାଇଛି ବୋମା (ETV Bharat)

ଏହା ମଧ୍ୟ ପଢନ୍ତୁ: ‘40 କୋଟି ଭାରତୀୟ ସ୍ୱାଧୀନତା ଆଣିଥିଲେ, 140 କୋଟି ବିକଶିତ ଭାରତର ସ୍ୱପ୍ନ ସାକାର କରିବେ’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.