ETV Bharat / bharat

ଆଇଏସଆଇ ଏଜେଣ୍ଟ ଗିରଫ, ଭାରତୀୟ ଦୂତାବାସରେ କାମ କରି ପାକିସ୍ତାନକୁ ଦେଉଥିଲା ତଥ୍ୟ

Pak ISI agent Arrest: ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଲିଙ୍କରେ ଭାରତୀୟ କୁଟନୀତିଜ୍ଞ । ଭାରତର ପ୍ରତିରକ୍ଷା ଓ ବୈଦେଶିକ ବ୍ୟାପାର ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଇଏସଆଇକୁ ଦେଇଥିବା ଜଣାପଡିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 4, 2024, 2:31 PM IST

ATS arrests Pak ISI agent working at Indian Embassy
ଆଇଏସଆଇ ଏଜେଣ୍ଟ ଗିରଫ

ଲକ୍ଷ୍ନୌ: ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଲିଙ୍କରେ ଭାରତୀୟ ଦୂତାବାସ ଅଧିକାରୀ । ଆଜି (ରବିବାର) ଆଇଏସଆଇ ଲିଙ୍କରେ ଋଷର ରାଜଧାନୀ ମକ୍ସୋରେ ଅବସ୍ଥିତ ଭାରତୀୟ ଦୂତାବାସରେ କାମ କରୁଥିବା ଜଣେ ଅଧିକାରୀକୁ ଗିରଫ କରିଛି ଉତ୍ତରପ୍ରଦେଶ ଆତଙ୍କବାଦୀ ନିରୋଧକ ସଂସ୍ଥା (ATS) । ଗିରଫ ହୋଇଥିବା ଅଧିକାରୀ ଜଣକ ଉତ୍ତରପ୍ରଦେଶର ସତେନ୍ଦ୍ର ଶିବଲ ହୋଇଥିବା ଜଣାପଡିଛି ।

ସେ ବୈଦେଶିକ ମନ୍ତ୍ରାଳୟରେ ମଲ୍ଟି ଟାସ୍କିଙ୍ଗ ଷ୍ଟାଫ(MTS) ଭାବେ କାର୍ଯ୍ୟ କରୁଥିଲା । ତେବେ ଦେଶର ପ୍ରତିରକ୍ଷା ମନ୍ତ୍ରାଳୟ, ବୈଦେଶିକ ମନ୍ତ୍ରଣାଳୟ ଓ ଭାରତୀୟ ସୈନ୍ୟ ପ୍ରତିଷ୍ଠାନର କୁଟନୈତିକ ଗତିବିିଧି ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଇଏସଆଇକୁ ଦେଇଥିବା ଜଣାପଡିଛି । ଆଇଏସଆଇ ଏଜେଣ୍ଟ ଭାବେ କାମ କରୁଥିଲା ସତେନ୍ଦ୍ର ।

ଉତ୍ତରପ୍ରଦେଶ ଆତଙ୍କବାଦୀ ନିରୋଧକ ସଂସ୍ଥା (ATS) ମସ୍କୋରେ ଅବସ୍ଥିତ ଭାରତୀୟ ଦୂତାବାସରେ କାମ କରୁଥିବା ଜଣେ ଅଧିକାରୀ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ କାମ କରୁଥିବା ନେଇ ବିଶେଷ ସୁତ୍ରରୁ ଜାଣିବାକୁ ପାଇଥିଲା । ଏନେଇ ତୁରନ୍ତ ବୈଦେଶିକ ମନ୍ତ୍ରାଳୟରେ ମଲ୍ଟି ଟାସ୍କିଙ୍ଗ ଷ୍ଟାଫ(MTS) ଭାବେ କାର୍ଯ୍ୟ କରୁଥିବା ସତେନ୍ଦ୍ର ଶିବଲଙ୍କୁ ଗିରଫ କରିଛି । ସତେନ୍ଦ୍ର ଟଙ୍କା ଲୋଭରେ ଭାରତର ସମ୍ବେଦନଶୀଳ ତଥ୍ୟ ଗୁଡିକ ଲିକ୍ କରିଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ.. OTP Sharing Scam: ଭୁବନେଶ୍ବରରେ NIA ଟିମ, ISI ଲିଙ୍କ୍ ନେଇ ଖୋଳତାଡ ଆରମ୍ଭ

ଗିରଫ ପରେ ସତେନ୍ଦ୍ର ଶିବଲକୁ ପଚରାଉଚରା ପାଇଁ ମେରଠ ସ୍ଥିତ ଏଟିଏସ ଫିଲ୍ଡ ୟୁନିଟକୁ ନିଆଯାଇଛି । ପଚରାଉଚରା ସମୟରେ ସେ ସନ୍ତୋଷଜନକ ଉତ୍ତର ଦେଇନଥିବା ଜଣାପଡିଛି କିନ୍ତୁ ସେ ଆଇଏସଆଇ ସହ ମିଶିଥିବା ନେଇ ସ୍ୱୀକାର କରିଥିବା ଜଣାପଡିଛି । ଏନେଇ ସତେନ୍ଦ୍ର ବିରୋଧରେ ଆଇପିସି ଧାରା 121A ଓ ଅଫିସିଆଲ ସିକ୍ରେଟ ଆକ୍ଟ 1923 ଆଧାରରେ ଏତଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି ।

ସତେନ୍ଦ୍ର ଶିବଲ ଉତ୍ତରପ୍ରଦେଶର ହାପୁର ଜିଲ୍ଲାର ଶାହମହିଉଦ୍ଦିନପୁର ଅଞ୍ଚଳର ଜୈବୀର ସିଂହଙ୍କ ପୁଅ ଅଟେ । ସତେନ୍ଦ୍ର ଶିବଲ 2021 ମସିହାରୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟରେ କାମ କରୁଥିବା ବେଳେ କିଛି ଦିନ ହେବ ଋଷର ରାଜଧାନୀ ମସ୍କୋରେ ଭାରତୀୟ ଦୂତାବାସରେ କାମ କରୁଥିଲା । ତେବେ ସେ ଟଙ୍କା ଲୋଭରେ ଆଇଏସଆଇକୁ ଭାରତର ଗୋପନୀୟ ତଥ୍ୟ ଦେଇଥିବା ଜଣାପଡିଛି । ପ୍ରତିରକ୍ଷା ମନ୍ତ୍ରାଳୟ, ବୈଦେଶିକ ମନ୍ତ୍ରାଳୟ ଓ ଭାରତୀୟ ସୈନ୍ୟ ପ୍ରତିଷ୍ଠାନର କୁଟନୈତିକ ଗତିବିିଧି ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଇଏସଆଇକୁ ଦେଇଥିବା ନେଇ ସୂଚନା ରହିଛି ।

ଅନ୍ୟପଟେ ଯଦି ଆଇଏସଆଇ ହାତରେ ଭାରତର କିଛି ଗୋପନୀୟ ତଥ୍ୟ ଲାଗିଥାଏ ତେବେ ଏହା ଭାରତର ସୁରକ୍ଷା ପାଇଁ ଚିନ୍ତାଜନକ ବିଷୟ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.