ETV Bharat / bharat

29ରୁ ଅମରନାଥ ଯାତ୍ରା, ଜାଣନ୍ତୁ କଣ କରିବେ କଣ କରିବେନି ? - Amarnath Yatra 2024

author img

By ETV Bharat Odisha Team

Published : Jun 27, 2024, 1:57 PM IST

Amarnath Yatra 2024: ଦିନକ ପରେ ଆରମ୍ଭ ହେବ ଅମରନାଥ ଯାତ୍ରା । ଟ୍ରେକିଂ ସମୟରେ କଣ କରିବା ଆବଶ୍ୟକ । ଜାଣିବା ପାଇଁ ପଢି ନିଅନ୍ତୁ ଏହି ଖବର । ଅଧିକ ପଢନ୍ତୁ

Amarnath Yatra 2024
Amarnath Yatra 2024 (ETV BHARAT ODISHA)

ଶ୍ରୀନଗର: ଆସନ୍ତା 29 ତାରିଖରୁ ଆରମ୍ଭ ହେବ ଜମ୍ମୁ କାଶ୍ମୀରର ପ୍ରସିଦ୍ଧ ଅମରନାଥ ଯାତ୍ରା । ଗୁମ୍ଫା ଭିତରେ ଦିବ୍ୟ ଦର୍ଶନ ଦେବେ ମହାଦେବ । ବରଫ ଲିଙ୍ଗ ଦର୍ଶନ କରବେ ଲକ୍ଷାଧିକ ଶ୍ରଦ୍ଧାଳୁ । 22 ଦିନ ଧରି ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ଅଗଷ୍ଟ 19 ତାରିଖରେ ଶେଷ ହେବ । ଯାତ୍ରା ଆରମ୍ଭ ହେବାକୁ ଆଉ ଗୋଟିଏ ଦିନ ଥିବା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଶ୍ରଦ୍ଧାଳୁଙ୍କ ତୀର୍ଥଯାତ୍ରାକୁ ସୁଗମ କରିବା ପାଇଁ ପଞ୍ଜୀକରଣ, କ୍ୟାମ୍ପିଂ ସୁବିଧା, ଚିକିତ୍ସା ସୁବିଧା, ଟ୍ରାକ୍ ଅପଗ୍ରେଡ୍, ବିଦ୍ୟୁତ, ଜଳ ଯୋଗାଣ ଏବଂ ମୋବାଇଲ ଫୋନ୍ ବ୍ୟବହାର ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମସ୍ତ ତୀର୍ଥଯାତ୍ରୀଙ୍କୁ RFID କାର୍ଡ ଦିଆଯିବ ବୋଲି ଆଶା କରାଯାଉଛି । ଯାହା ଦ୍ବାରା ଯାତ୍ରା ସମୟରେ ସେମାନେ କେଉଁ ସ୍ଥାନରେ ପହଞ୍ଚିଛନ୍ତି ତାହା ଜଣାପଡିବ । ଯାତ୍ରା ପୂର୍ବରୁ ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ସୁରକ୍ଷା ସମ୍ବନ୍ଧରେ ଚିନ୍ତାଧାରାକୁ କମ୍ କରିବା ପାଇଁ ମନ୍ଦିର ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି ।

ଏହା ମଧ୍ୟ ପଢନ୍ତୁ-Amarnath Yatra: ଆଖି ବୁଜିଲେ ଆଉ 2 ଶ୍ରଦ୍ଧାଳୁ ମୃତ୍ୟୁସଂଖ୍ୟା 36କୁ ବୃଦ୍ଧି, ବେସ କ୍ୟାମ୍ପରେ ଉପରାଜ୍ୟପାଳ

ଯାତ୍ରା ସମୟରେ କଣ କରିବେ ?

  • ତୀର୍ଥଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜମ୍ମୁ କାଶ୍ମୀରର ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ସେମାନଙ୍କର RFID କାର୍ଡ ସଂଗ୍ରହ କରିବା ଜରୁରୀ ।
  • SASB ଦ୍ବାରା ଜାରି କରାଯାଇଥିବା RFID କାର୍ଡ ଯାତ୍ରା ସମୟରେ ପିନ୍ଧିବା ଉଚିତ ।
  • ଆରାମଦାୟକ ପୋଷାକ ଏବଂ ଟ୍ରେକିଂ ଜୋତା ପିନ୍ଧନ୍ତୁ ।
  • ଯାତ୍ରା ସମୟରେ ସମୟ ନିଅନ୍ତୁ ଓ ସୁରକ୍ଷିତ ଭାବେ ଧିରେ ଧିରେ ଯାତ୍ରା କରନ୍ତୁ ।
  • ହାଇଡ୍ରେଟେଡ୍ ରହିବା ପାଇଁ ପର୍ଯ୍ୟାପ୍ତ ଜଳ ପିଅନ୍ତୁ ।
  • ଯାତ୍ରା ସମୟରେ ଯଦି ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି ତେବେ ଚିକିତ୍ସା ପାଇଁ ଯୋଗାଯୋଗ କରିବେ ।
  • ଟ୍ରେକିଂ ସମୟରେ ବିଶ୍ରାମ ନିଅନ୍ତୁ, କିଛି ସମୟ ପରେ ଯାତ୍ରା କରନ୍ତୁ ।

ଯାତ୍ରା ସମୟରେ କଣ କରିବେନି ? :

  • ଟ୍ରେକିଂ ସମୟରେ ଧୂମପାନ କିମ୍ବା ମଦ୍ୟପାନ କରନ୍ତୁ ନାହିଁ ।
  • କ୍ୟାଫିନ ଥିବା ପାନୀୟ ପିଅନ୍ତୁ ନାହିଁ ।
  • ମନ୍ଦିରରେ ପହଞ୍ଚିବା ପାଇଁ ସଟକର୍ଟ ରାସ୍ତା ଆପଣାନ୍ତୁ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.