ETV Bharat / bharat

ହସ୍ପିଟାଲରେ ଭର୍ତ୍ତି ହେଲେ ଆତିଶୀ: ସ୍ବାସ୍ଥ୍ୟାବସ୍ଥା ସଙ୍ଗୀନ, 4ଦିନ ହେଲା କରୁଥିଲେ ଆମରଣ ଅନଶନ - DELHI MINISTER ATISHI HOSPITALISED

author img

By ETV Bharat Odisha Team

Published : Jun 25, 2024, 8:27 AM IST

Updated : Jun 25, 2024, 9:40 AM IST

Atishi admitted to hospital: ହସ୍ପିଟାଲରେ ଭର୍ତ୍ତି ହେଲେ ଦିଲ୍ଲୀ ମନ୍ତ୍ରୀ ଆତିଶୀ । ହରିୟାଣା ସରକାର ଦିଲ୍ଲୀକୁ ପର୍ଯ୍ୟାପ୍ତ ପାଣି ଛାଡିବା ଦାବିରେ 22ରୁ ଆରମ୍ଭ କରିଛନ୍ତି ଆମରଣ ଅନଶନ । ଅଧିକ ପଢନ୍ତୁ

ହସ୍ପିଟାଲରେ ଭର୍ତ୍ତି ଦିଲ୍ଲୀ ମନ୍ତ୍ରୀ ଆତିଶୀ: ହରିୟାଣା ସରକାର ଜଳ ଛାଡିବା ଦାବିରେ କରୁଥିଲେ ଆମରଣ ଅନଶନ
ହସ୍ପିଟାଲରେ ଭର୍ତ୍ତି ଦିଲ୍ଲୀ ମନ୍ତ୍ରୀ ଆତିଶୀ: ହରିୟାଣା ସରକାର ଜଳ ଛାଡିବା ଦାବିରେ କରୁଥିଲେ ଆମରଣ ଅନଶନ (ETV Bharat Odisha)

ନୂଆଦିଲ୍ଲୀ: ହରିୟାଣା ସରକାର ଦିଲ୍ଲୀକୁ ଆବଶ୍ୟକ ମାତ୍ରାରେ ଜଳ ଛାଡିବା ଦାବିରେ ଆମରଣ ଅନଶନରେ ବସିଥିବା ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଛି । ତାଙ୍କୁ ଆଜି ଦିଲ୍ଲୀର ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 22 ତାରିଖରୁ ଆତିଶୀ ହରିୟାଣା ସରକାର ଦିଲ୍ଲୀକୁ ପର୍ଯ୍ୟାପ୍ତ ପରିମାଣର ଜଳ ଛାଡିବା ଦାବିରେ ଆମରଣ ଅନଶନ ଆରମ୍ଭ କରିଥିଲେ । ଏବେ ତାଙ୍କ ଶରୀରରେ ଗ୍ଲୁକୋଜ ମାତ୍ରା କମିବା ଫଳରେ ସେ ଦୁର୍ବଳ ହୋଇପଡିଛନ୍ତି । ତାଙ୍କୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଚିକିତ୍ସା କରୁଛି । ଆମ ଆଦମୀ ପାର୍ଟି କହିଛି, ଆତିଶୀ ଦିଲ୍ଲୀବାସୀଙ୍କ ଅଧିକାର ପାଇଁ ନିଜ ଜୀବନକୁ ବାଜି ଲଗାଇ ଆନ୍ଦୋଳକୁ ଓହ୍ଲାଛନ୍ତି । ତେବେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌ର ସୂଚନା ଅନୁସାରେ, ତାଙ୍କ ଶରୀରରେ ରକ୍ତଚାପ ସହ ଗ୍ଲୁକୋଜର ମାତ୍ରା ମଧ୍ୟ ହ୍ରାସ ପାଇଛି । ସେ ଏବେ ସଙ୍ଗୀନ ସ୍ଥିତିରେ ଅଛନ୍ତି ।

ଏବେ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଜଳ ସଙ୍କଟ ଲାଗିରହିଛି । ଦିଲ୍ଲୀର ଉପରମୁଣ୍ଡରେ ରହିଛି ହରିୟାଣା । ସ୍ଥାନୀୟ ସରକାରଙ୍କ ନିଷ୍ପତ୍ତିକୁ ଦାୟୀ କରୁଛି ଦିଲ୍ଲୀ । ହରିୟାଣାରେ ଥିବା ହସ୍ତିନୀକୁଣ୍ଡ ବ୍ୟାରେଜରୁ ଦିଲ୍ଲୀକୁ ପର୍ଯ୍ୟାପ୍ତ ପରିମାଣର ଜଳରାଶି ଛଡା ନଯିବାରୁ ଏପରି ସ୍ଥିତି ଦେଖାଦେଉଥିବା ଦିଲ୍ଲୀ ସରକାର ବାରମ୍ବାର ଅଭିଯୋଗ କରୁଛନ୍ତି । ଦିଲ୍ଲୀର ଲୋକସଂଖ୍ୟା ପ୍ରାୟ 28ଲକ୍ଷରୁ ଅଧିକ ହୋଇଥିବା ବେଳେ ଦୈନିକ ପ୍ରାୟ 100 ମିଲୟନ ଗ୍ୟାଲେନ (MGD) ଜଳର ଆବଶ୍ୟକତା ରହିଛି । ହେଲେ ହରିୟାଣା ସରକାର ଏହାଠୁ ଅଳ୍ପ ପରିମାଣରେ ଜଳ ଛାଡୁଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଜନ୍ମମାଟି ରାଇକଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଗାଁ ଦାଣ୍ଡରେ ଝୋଟି, ଭବ୍ୟ ସ୍ବାଗତ, ପଖାଳ ଓ ଶାଗ ଭଜା ଖାଇଲେ ମୁଖ୍ୟମନ୍ତ୍ରୀ - Cm Mohan Majhi kendujhar visit

ହସ୍ତିନୀକୁଣ୍ଡ ବ୍ୟାରେଜର ଅଧିକ ଗେଟ ଖୋଲାଯିବା ଓ ଦିଲ୍ଲୀରୁ ଦୈନିକ 100 ମିଲୟନ ଗ୍ୟାଲେନ ପାଣି ଛାଡିବା ଦାବିରେ ଦିଲ୍ଲୀ ସରକାରର ମନ୍ତ୍ରୀ ଥିବା ଆପର ବରିଷ୍ଠ ମହିଳା ନେତ୍ରୀ 22 ତାରିଖରୁ ଆରମଣ ଅନଶନ ଆରମ୍ଭ କରିଛନ୍ତି । ହସ୍ତିନୀକୁଣ୍ଡ ବ୍ୟାରେଜ ଖୋଲା ନଯିବା ପର୍ଯ୍ୟନ୍ତ ସେ ଧାରଣା ଜାରି ରଖିବେ ବୋଲି କହିଥିଲେ । ଅନଶନର ଚତୁର୍ଥ ଦିନରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିବା ଫଳରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହେଲେ ସେ ଧାରଣା ପ୍ରତ୍ୟାହାର କରିବା ସମ୍ପର୍କରେ ଦଳ ଆମ ଆଦମୀ ପାର୍ଟି କିଛି ସ୍ପଷ୍ଟ କରିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 25, 2024, 9:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.