ସ୍ୟାଣ୍ଡ ଆନିମେସନରେ ଟୀକାକରଣ ଶୁଭେଚ୍ଛା ଦେଲେ ସୁଦାମ
ପୁରୀ: 16 ଜାନୁଆରୀ ଅର୍ଥାତ ଆଜି(ଶନିବାର)ର ଦିନକୁ ଏକ ଐତିହାସିକ ଦିନ ଭାବେ ଗଣାଯାଉଛି । କାରଣ ଯେତେବେଳେ ସାରା ବିଶ୍ୱ କୋଭିଡ ମହାମାରୀରେ ସଂଘର୍ଷ କରୁଛି ସେତିକିବେଳେ ଭାରତର ବୈଜ୍ଞାନିକମାନେ କୋଭିଡ ଟିକା ପ୍ରସ୍ତୁତ କରିପାରିଛନ୍ତି । ଯାହାର ସଫଳ ଟୀକାକରଣ ଆଜି ହୋଇଛି । ଏହି ବିଶେଷ ଦିନକୁ ଆହୁରି ସ୍ମରଣୀୟ ଏବଂ ଖାସ୍ କରିବା ପାଇଁ ଏକ ସୁନ୍ଦର ସ୍ୟାଣ୍ଡ ଆର୍ଟ ଆନିମେସନ ପ୍ରସ୍ତୁତ କରିଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ