ଓଡିଶା

odisha

ଭାରତ ଯୋଡ ନାରା ସହ କ୍ରାନ୍ତି ଦିବସ ପାଳିଲା କଂଗ୍ରେସ

By

Published : Aug 9, 2022, 3:43 PM IST

ଯାଜପୁର: କ୍ରାନ୍ତି ଦିବସ ପାଳନ କଲା କଂଗ୍ରେସ । କୋରେଇ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କ୍ରାନ୍ତି ଦିବସ ପାଳନ କରିଥିବା ଦେଖିବାକୁ ମିଳିଛି । ତ୍ୟାଗ ଓ ବଳିଦାନର 75ବର୍ଷ ପାଳନ ଅବସରରେ ବ୍ୟାସନଗରଠାରେ ବ୍ୟାସନଗର ଓ କୋରାଇ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଏକ ପଦଯାତ୍ରା କରାଯାଇଥିଲା । ଅଗଷ୍ଟ 9 ଓ 10ତାରିଖ ଦୁଇଦିନ ଧରି ରାଜ୍ୟ ତଥା ଜିଲ୍ଲାବ୍ୟାପି ସ୍ବାଧୀନତାର ଗୌରବ ଯାତ୍ରା ପାଳନ କରାଯାଉଥିବା ମହିଳା କଂଗ୍ରେସର ରାଜ୍ୟ ସଭାନେତ୍ରୀ ବନ୍ଦିତା ପରିଡା କହିଛନ୍ତି । ବିଜେପି ମୁକ୍ତ ଭାରତ ଏବଂ ଭାରତ ଯୋଡ ଆଦି ନାରା ଦେଇ କଂଗ୍ରେସ କର୍ମୀମାନେ ହାତରେ ଜାତୀୟ ପତାକା ଧରି ସହର ପରିକ୍ରମା କରିଥିଲେ । ଦଳୀୟ ନେତୃତ୍ବଗଣ ବିଭିନ୍ନ ସ୍ଥାନରେ ଥିବା ଗାନ୍ଧୀ, ଗୋପବନ୍ଧୁ ଓ ଅନ୍ୟାନ୍ୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details