ଓଡିଶା

odisha

By

Published : May 8, 2022, 4:09 PM IST

ETV Bharat / videos

Brajarajnagar Bypoll: ଲୋକଙ୍କ ସମସ୍ୟା ସହ ଜଡ଼ିତ, ନିଶ୍ଚୟ ଜୟଯୁକ୍ତ ହେବି କହିଲେ ବିଜେପି ପ୍ରାର୍ଥୀ

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଦଳ ଏଠାରୁ ପ୍ରାର୍ଥୀ କରିଛି । ଏହାପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟିକା ରାଧାରାଣୀ । ତେବେ ସେ ଓକିଲ ଭାବେ ବ୍ରଜରାଜନଗର ବାସୀଙ୍କ ସୁଖଦୁଃଖରେ ସବୁବେଳେ ଉପସ୍ଥିତ ରହିଆସିଛନ୍ତି । ଏଥିଲାଗି ଲୋକେ ତାଙ୍କୁ ବିପୁଳ ଭୋଟ ଦେଇ ନିଶ୍ଚିତ ଭାବେ ଜୟଯୁକ୍ତ କରାଇବେ ବୋଲି ସେ ଦୃଢୋକ୍ତି ଦେଇଛନ୍ତି । ସେପଟେ ପ୍ରଥମ ଦଳ ଭାବେ ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ନାଁ ଘୋଷଣା କରିଛି ବିଜେପି । ପୂର୍ବରୁ ବ୍ରଜରାଜନଗରରୁ ବିଧାୟିକା ରହି ସାରିଛନ୍ତି ରାଧାରାଣୀ । ତେବେ ଗତ ୨୦୧୯ ନିର୍ବାଚନରେ ମୋଦି ହାୱା ଥିବା ସତ୍ତେ୍ୱ ମଧ୍ୟ ରାଧାରାଣୀ ପଣ୍ଡା ବିଜେଡିର ସ୍ଵର୍ଗତ କିଶୋର ମହାନ୍ତିଙ୍କ ଠାର ପରାଜିତ ହୋଇଥିଲା । ପୂର୍ବରୁ ବ୍ରଜରାଜନଗର ଉପନିର୍ବାଚନରେ ବିଜେପି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ସସପେନ୍ସ ଦେଖିବାକୁ ମିଳିଥିଲା । କିନ୍ତୁ ବ୍ରଜରାଜନଗର ବାଜି ଜିତିବାକୁ ଦଳ ପୁରୁଖା ଓ ଅଭିଜ୍ଞ ରାଧାରାଣୀଙ୍କ ଉପରେ ପୁଣିଥରେ ଭରସା କରିଛି । ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ଝାରସୁଗୁଡ଼ା ପ୍ରତିନିଧି ଗୁରୁଚରଣ ବାଘ ।

ABOUT THE AUTHOR

...view details