ଓଡିଶା

odisha

By

Published : Sep 3, 2022, 10:50 PM IST

Updated : Sep 4, 2022, 10:23 AM IST

ETV Bharat / videos

ଭୁଶୁଡିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ, ଶହଶହ ଏକର ଜମି ଜଳମଗ୍ନ

ଭବାନୀପାଟଣା: ଭୁଶୁଡ଼ିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ । ଶହଶହ ଏକର ଜମି ଜଳମଗ୍ନ । ଗତ ଗୋଟିଏ ମାସର ବର୍ଷାରେ କଳାହାଣ୍ଡି ଜିଲ୍ଲାର ଅନେକ ଚାଷ ଜମି ଜଳମଗ୍ନ ହୋଇ ଚାଷ ନଷ୍ଟ ହେବା ଯୋଗୁଁ ଚାଷୀର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଏଥିରୁ ଚାଷୀ ଟିକିଏ ସଳଖିଲା ବେଳକୁ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ହୋଇଛି । ସେପଟେ ଚାଷୀଙ୍କ ଫସଲ ନଷ୍ଟ ହୋଇଥିବା ବେଳେ ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ହେଉଥିବାରୁ ପାଣିର ସ୍ରୋତ ସମ୍ଭାଳି ନପାରି ବଗାଡ ଗାଁରେ ଆଡ଼ି ବନ୍ଧ ଭୁଶୁଡି ପଡିଛି ଯାହା ଚାଷୀ ମୁଣ୍ଡରେ ଚଡକ ପଡ଼ିଛି । ଯଥାଶୀଘ୍ର ପ୍ରଶାସନ କ୍ଷୟକ୍ଷତିର ଆକାଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।
Last Updated : Sep 4, 2022, 10:23 AM IST

ABOUT THE AUTHOR

...view details