ଓଡିଶା

odisha

By

Published : Sep 8, 2020, 4:31 PM IST

ETV Bharat / videos

ଦଳିତ ମହିଳାଙ୍କୁ ଅତ୍ୟାଚାର ଅଭିଯୋଗ; ପୋଲିସ ରଖିଲାନି ଏତଲା, ଏସପିଙ୍କୁ ଭେଟିଲା ଆଦିବାସୀ ସଂଘ

ବରଗଡ: ଦଳିତ ମହିଳାଙ୍କ ପ୍ରତି ଅସଦାଚରଣ ଓ ମାଡମରା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଏତଲା ନରଖିବା ଘଟଣା । ଏସପିଙ୍କ ଅଫିସ ଆଗରେ ଧାରଣାରେ ବସିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ଅଭିଯୁକ୍ତଙ୍କ ବିରୋଧରେ ଏତଲା ନରଖି ଓଲଟା ଦଳିତ ମହିଳାଙ୍କୁ ଓଲଟା ଅପମାନ ଦେଇ ଥାନା ତଡିଥିବା ଅଭିଯୋଗ କରି ଏସପିଙ୍କ ଅଫିସ ଆଗରେ ଧାରଣା ଦେଲା ସଂଘ । ସୂଚନା ଅନୁସାରେ, ବରଗଡ ଜିଲ୍ଲା ଭଟଲି ଥାନା ଟୁକୁଲ୍ଲା ଗ୍ରାମରେ ମୃତଦେହ ପୋଡାଯିବା ଘଟଣାକୁ କେନ୍ଦ୍ରକରି ଗ୍ରାମରେ ସଭା ବସିଥିଲା । ଏହି ସମୟରେ କଥା କଟାକଟି ହେବାରୁ ଲିପନ ମିଶ୍ର ନାମକ ଜଣେ ବ୍ୟକ୍ତି ହଠାତ ଉତକ୍ଷିପ୍ତ ହୋଇ ଜଣେ ଦଳିତ ମହିଳାଙ୍କର ଶାଢୀ ଟାଣିବା ସହିତ ତାଙ୍କୁ ଦୁର୍ବ୍ୟବହାର କରି ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା ।

ABOUT THE AUTHOR

...view details