ଓଡିଶା

odisha

By

Published : May 27, 2021, 5:30 PM IST

ETV Bharat / videos

ବାତ୍ୟା ବିପନ୍ନଙ୍କ ପାଖକୁ ଯାଇ ସମସ୍ୟା ବୁଝିଲେ ବିଧାୟକ

ଯାଜପୁର: ବାତ୍ୟା ୟସ ପ୍ରଭାବରେ କୋରେଇ ବ୍ଲକର ପ୍ରଭାବିତ ଗାଁ ଗୁଡିକୁ ପରିଦର୍ଶନ କଲେ ବିଧାୟକ ଅଶୋକ କୁମାର ବଳ । ୟସ ମାଡରେ କୋରେଇ ବ୍ଲକର ମକୁନ୍ଦପୁର, ବନ୍ଦାଳ,ରଣପୁର, ଗୌରୁପୁର ଓ କନ୍ତର ଆଦି ଗାଁ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ପବନ ପ୍ରହାରରେ ଗାଁଗୁଡିକରେ ଗଛ ମୋଡିମକଚି ହୋଇପଡିଥିବା ବେଳେ କଚ୍ଚା, ଆଜବେଷ୍ଟ ଘର ଭାଙ୍ଗି ଯାଇଛି । ଆଉ ଏହାର ସ୍ଥିତ ପରିଖିବାକୁ କୋରେଇର ବିଧାୟକ ପହଞ୍ଚିଛନ୍ତି । ପ୍ରତ୍ୟେକ ଘରକୁ ଘର ବୁଲି ସେମାନଙ୍କ ଦୁଃଖ କଷ୍ଟ ବୁଝିଛନ୍ତି ବିଧାୟକ । ଏଥିସହିତ ଅସହାୟ ଲୋକଙ୍କୁ କିଭଳି ସରକାରୀ ସହାୟତା ମିଳିବ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବେ ବୋଲି ବିଧାୟକ କହିଛନ୍ତି । ସେପଟେ କୋରେଇ ବ୍ଲକର ମକୁନ୍ଦପୁର, ବନ୍ଦାଳ, ଗୌରପୁର, ରଣପୁର ଗାଁରେ ବୈତରଣୀ ନଦୀର ବନ୍ୟାଜଳ ପଶିଥିବା ଖବର ପାଇ ସମ୍ପୃକ୍ତ ଅଞ୍ଚଳକୁ ପରିଦର୍ଶନ କରିବା ସହିତ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବେ ବୋଲି ବିଧାୟକ ବଳ କହିଛନ୍ତି । ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details