ଓଡିଶା

odisha

By

Published : Aug 21, 2020, 12:55 PM IST

ETV Bharat / videos

ବୀର ପୁଅ ରେଣ୍ଡୋ ମାଝୀ, ଆଜି ବି ମିଳିନି ସ୍ବାଧୀନତା ସଂଗ୍ରାମୀର ମାନ୍ୟତା

ଭବାନୀପାଟଣା: ଆଜି ଦେଶ ସ୍ବାଧୀନ । ହେଲେ ଏହି ଦେଶକୁ ଇଂରେଜମାନଙ୍କ କବଳରୁ ମୁକ୍ତ କରିବା ପାଇଁ କେତେ ଯେ ଜୀବନ ବଳି ପଡିଛି ତାହା କହିହେବ ନାହିଁ । କିନ୍ତୁ ବିଡମ୍ବନାର ବିଷୟ ଯେ ଦେଶକୁ ମୁକ୍ତ କରିଥିବା ଅନେକ ସଂଗ୍ରାମୀ ଇତିହାସ ପୃଷ୍ଠାରୁ ଆଜି ବିଲୁପ୍ତ । ଆଉ ଏହି ତାଲିକାରେ ସାମିଲ ଅଛନ୍ତି ଭାରତବର୍ଷ ତଥା ଓଡିଶା କଳାହାଣ୍ଡିର ପ୍ରଥମ ସ୍ବାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀ । ବ୍ରିଟିଶମାନଙ୍କ ଇଂରାଜୀ ଉଚ୍ଚାରଣ ଯୋଗୁ ସେ ରେଣ୍ଡୋ ମାଝୀ ନାମରେ ପରିଚିତ ହେଲେ । ବକେରକାୟା କନ୍ଧ ଡାବିଶ ମାଝିଙ୍କ ଔରସ୍ୟରୁ ଜନ୍ମିତ ଏହି ଆଦିବାସୀ ମଣିଷଟା ନିଜକୁ କନ୍ଧ ସମାଜର ସର୍ଦ୍ଦାର ଭାବେ ବେଶ ଭଲ ଭାବେ ପ୍ରତିପାଦିତ କରିଥିଲେ ।

ABOUT THE AUTHOR

...view details