ଓଡିଶା

odisha

By

Published : Aug 26, 2020, 10:41 PM IST

ETV Bharat / videos

ପ୍ରବଳ ବର୍ଷାରୁ ବନ୍ୟା ସ୍ଥିତି: ବୈତରଣୀ ପୋଲ ଉପରେ ଚାଲିଲା ପାଣି

କେନ୍ଦୁଝର: ଜିଲ୍ଲାରେ ତିନି ଦିନ ଧରି ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡିଛି । ପୁରପଲ୍ଲୀ ପୌରପାଳିକା ଅଞ୍ଚଳର ଅଧିକାଂଶ କଲୋନୀରେ ପାଣି ପଶି କୃତ୍ରିମ ବନ୍ୟାର ରୂପ ସୃଷ୍ଟି କରିଛି । ଡ୍ରେନେଜର ଵ୍ୟଵସ୍ଥା ଠିକ ନଥିବାରୁ ଲୋକଙ୍କ ଘରେ ମଧ୍ୟ ପାଣି ପଶିଯାଇଛି । ଲୋକମାନେ ମୋଟର ଲଗାଇ ଜଳ ନିଷ୍କାସନ କରୁଥିବାବେଳେ କେଉଁଠି ଅଗ୍ନିଶମ ବିଭାଗ ଆଉ କେଉଁଠି ଲୋକ ନିଜେ ହାଣ୍ଡି କଡେଇ ଧରି ପାଣି ବୋହୁଥିବା ଦେଖାଯାଇଥିଲା । ସେହିପରି ଗ୍ରାମାଞ୍ଚଳରେ ମଧ୍ୟ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଗାଁ ରାସ୍ତା ଉପରେ ଏପରି ପାଣି ଚାଲୁଛି ଯେ, ଯେମିତି ଏକ କୃତ୍ରିମ ନଈ ସୃଷ୍ଟି ହୋଇଥବାର ଭ୍ରମ ସୃଷ୍ଟି କରୁଛି । ବହୁ ଅଞ୍ଚଳରେ ଥିବା ପୋଲ ଉପରେ 3ରୁ 4 ଫୁଟ ଉପରେ ପାଣି ଚାଲୁଥିବାବେଳେ ବାଂଶପାଳ, ତେଲକୋଇ, ହରିଚନ୍ଦନପୁର ଆଦି ବ୍ଲକର ବହୁ ଅଞ୍ଚଳ ଏକପ୍ରକାର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛି ।

ABOUT THE AUTHOR

...view details