ବନ୍ଧୁ ବିଜୟଙ୍କ ପାଖକୁ ଚାଲିଗଲେ ଅଜିତ, ‘ଏକା କଣ କରିବି କହି’ କାନ୍ଦିଥିଲେ ସେଦିନ...
ଭୁବନେଶ୍ବର: ନିକଟରେ ଓଲିଉଡର ବର୍ଷିୟାନ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ଘଟିଥିଲା । ଆଉ ଆଜି ଜଣେ ବରିଷ୍ଠ ଅଭିନେତା ତଥା ସଂଙ୍ଗୀତ ମହାବିଦ୍ୟାଳୟର ଅଧ୍ୟାପକ ଅଜିତ୍ ଦାସଙ୍କ ପରଲୋକ ଘଟିଛି । ତେବେ ଦେଖନ୍ତୁ ଗତ କିଛି ଦିନ ତଳେ ବିଜୟ ମହାନ୍ତିଙ୍କ ବିୟୋଗରେ କିପରି ଭାବ ବିହ୍ବଳ ହୋଇପଡିଥିଲେ ଅଜିତ୍ । ନିଜ ବନ୍ଧୁଙ୍କ ହରାଇବା ପରେ ସେ କଣ କରିବେ ବୋଲି ଅବାକ୍ ହୋଇ ପଡିଥିଲେ । ଆଉ ଆଜି ସେ ସମସ୍ତଙ୍କୁ ପର କରିଦେଇ ନିଜ ବନ୍ଧୁଙ୍କ ପାଖକୁ ଚାଲିଗଲେ ।