ଓଡିଶା

odisha

ରାଉରକେଲା ପୁଅ ସୁମିତଙ୍କ ବିଶ୍ୱ ରେକର୍ଡ, 30 ଦିନରେ ଦୌଡିଲେ ୧୪୦୦କିମି

By

Published : May 26, 2023, 10:05 AM IST

ରାଉରକେଲା ପୁଅ ସୁମିତଙ୍କ ବିଶ୍ୱ ରେକର୍ଡ

ରାଉରକେଲା: ବିଶ୍ବ ରେକର୍ଡର ଅଧିକାରୀ ହୋଇଛନ୍ତି ରାଉରକେଲା ପୁଅ ସୁମିତ ସିଂ । ମାରାଥନରେ ବିଶ୍ବ ରେକର୍ଡ କରିଛନ୍ତି ସୁମିତ । ମାସକରେ 33ଥର ମାରାଥନ ଦୌଡି ଏହି ରେକର୍ଡ କରିଛନ୍ତି । 30 ଦିନରେ 1400 କିଲୋମିଟର ମାରାଥନ ଦୌଡିଛନ୍ତି ସୁମିତ । 1400 କିଲୋମିଟର ମାରାଥନ ଦୌଡି ଗିନିଜ ବୁକ ଅଫ ରେକର୍ଡ କରିଛନ୍ତି । ରାଉରକେଲା ସହରର ବାସନ୍ତୀ କଲୋନୀର ସୁମିତ ସିଂ। ଗୋଟିଏ ମାସରେ ସବୁଠାରୁ ଅଧିକ ମାରାଥନ ଦୌଡ଼ରେ ରେକର୍ଡ ଅଧିକାରୀ ହୋଇଛନ୍ତି ଏହି ଧାବକ । ପ୍ରତ୍ୟେକ ଦିନ ପ୍ରାୟ ୪୨ କିଲୋମିଟର ମାରାଥନ ଦୌଡ଼ ଦୌଡି ରେକର୍ଡ କରିଛନ୍ତି । ପ୍ରତ୍ୟେକ ଦିନ ସନ୍ଧ୍ୟା ୬ ଟା ରୁ ରାତି ୧୧ଟା ଯାଏ ମାରାଥନ ଦୌଡ଼ ଦୌଡ଼ିବାରେ ଲାଗି ପଡ଼ିଥିଲେ ସୁମିତ । ତାଙ୍କର ପ୍ରତ୍ୟେକ ଦିନର ଦୌଡକୁ ସେ ଭିଡିଓ ରେକର୍ଡ କରୁଥିଲେ ବିନା କୌଣସି ସେକେଣ୍ଡ ନ ଅଟକି ପ୍ରତ୍ୟେକ ଦିନ ସୁମିତଙ୍କ ମାରାଥନ ରେକର୍ଡ କରୁଥିଲା କ୍ୟାମେରା । ତେବେ ସମ୍ପୂର୍ଣ୍ଣ ରୂପରେ ଏହି ଦୌଡ଼କୁ ସଫଳ କରି ବିଶ୍ବ ରେକର୍ଡ ପାଇଁ ଯୋଗ୍ୟ ହୋଇଛନ୍ତି । ଆଗକୁ ଅନ୍ୟ ରେକର୍ଡ କରିବାକୁ ଆଶାବାଦୀ ଅଛନ୍ତି ସୁମିତ ।

ABOUT THE AUTHOR

...view details