ଓଡିଶା

odisha

ରାଉରକେଲା ଜଗନ୍ନାଥ ମନ୍ଦିର ସଫେଇ କଲେ ସାଂସଦ ଜୁଏଲ ଓରାମ

By ETV Bharat Odisha Team

Published : Jan 17, 2024, 2:19 PM IST

ETV Bharat / videos

ରାଉରକେଲା ଜଗନ୍ନାଥ ମନ୍ଦିର ସଫେଇ କଲେ ସାଂସଦ ଜୁଏଲ ଓରାମ

ରାଉରକେଲା:ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସ୍ୱଚ୍ଛ ହେଉଛି ସମସ୍ତ ମନ୍ଦିର । ରାଉରକେଲାରେ ମନ୍ଦିର ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଭାଗନେଇ ମନ୍ଦିର ସ୍ୱଚ୍ଛ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ଅଯୋଧ୍ୟା ରାମ ମନ୍ଦିର ଉଦ୍ଘାଟନ ପୂର୍ବରୁ ଦେଶରେ ସମସ୍ତ ମନ୍ଦିର ଗୁଡିକକୁ ସ୍ବଚ୍ଛ କରିବା ପାଇଁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କ୍ରମରେ ରାଜ୍ୟରେ ମନ୍ଦିର ସଫେଇ ଅଭିଯାନ କାର୍ଯ୍ୟକ୍ରମ ଜାରି ରହିଛି । 

ଏହାମଧ୍ୟ ପଢନ୍ତୁ.. ଭୁବନେଶ୍ବର ରାମ ମନ୍ଦିର ପରିସର ସଫେଇ କଲେ ବିଜେପି ରାଜ୍ୟ ସଭାପତି

ସୁନ୍ଦରଗଡ ଜିଲ୍ଲାରେ ମନ୍ଦିର ସଫେଇ ଅଭିଯାନର ନେତୃତ୍ୱ ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ରାଉରକେଲା ସହରର ସେକ୍ଟର 3ରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିସରକୁ ସ୍ୱଚ୍ଛ କରୁଥିବା ଦେଖିବାକୁ ମିଳିଛି । ତେବେ ଜୁଏଲ ଓରାମଙ୍କ ନେତୃତ୍ୱରେ ବିଜେପି ପାନପୋଷ ସାଙ୍ଗଠନିକ ଜିଲ୍ଲାର ସଦସ୍ୟମାନେ ରାଉରକେଲା ଅଞ୍ଚଳରେ ଥିବା ବିଭିନ୍ନ ମନ୍ଦିର ପ୍ରାଙ୍ଗଣର ସ୍ଵଚ୍ଛତା କାର୍ଯ୍ୟକ୍ରମ କରିଥିଲେ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details